ETV Bharat / bharat

Chardham Yatra: ଆସିଛନ୍ତି ୧୧ ଲକ୍ଷ ୧୫ ହଜାର ଶ୍ରଦ୍ଧାଳୁ, ଗଲାଣି 91 ଜୀବନ - ଚାରିଧାମ ଯାତ୍ରାରେ ପର୍ଯ୍ୟଟକଙ୍କ ସମାଗମ

ଚାରିଧାମ ଯାତ୍ରାରେ ଏ ପର୍ଯ୍ୟନ୍ତ ୧୧ ଲକ୍ଷ ୧୫ ହଜାର ତୀର୍ଥଯାତ୍ରୀ ଆସିଛନ୍ତି । କେଦାରନାଥ ଧାମକୁ 3,67,274 ତୀର୍ଥଯାତ୍ରୀ ଚଳିତ ଥର ଆସିଛନ୍ତି । ଆଉ ବର୍ତ୍ତମାନ ସୁଦ୍ଧା ଯାଇଛି 91ଜଣଙ୍କ ଜୀବନ । ଅଧିକ ପଢନ୍ତୁ

Chardham Yatra:ଚଳିତ ଥର ଚାରଧାମକୁ ଆସିଛନ୍ତି ୧୧ ଲକ୍ଷ ୧୫ ହଜାର ତୀର୍ଥଯାତ୍ରୀ

author img

By

Published : May 28, 2022, 1:19 PM IST

ଡେରାଡୁନ: ସାଧାରଣ ଭକ୍ତଙ୍କ ପାଇଁ ମେ 3 ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା(Chardham Yatra) । ଚାରିଧାମ ଯାତ୍ରାରେ ଏ-ପର୍ଯ୍ୟନ୍ତ ୧୧ ଲକ୍ଷ ୧୫ ହଜାର ତୀର୍ଥଯାତ୍ରୀ ଆସିଛନ୍ତି । କେଦାରାନଥ ଧାମକୁ ସର୍ବାଧିକ 3,67,274 ତୀର୍ଥଯାତ୍ରୀ ଚଳିତ ଥର ଆସିଛନ୍ତି ।ଚାରଧାମ ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ହେଲେ କେଦାରାନାଥ ଧାମରେ ଭକ୍ତଙ୍କ ଅଧିକ ଭିଡ ବଢୁଛି । ଏପରିକି ବାବା କେଦାରନାଥଙ୍କ ଦର୍ଶନ ପାଇଁ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଛି । ଏପଟେ ଭିଡ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି । ଚାରିଧାମରେ ବର୍ତ୍ତମାନ ସୁଦ୍ଧା 91ଜଣ ପ୍ରାଣ ହରାଇ ସାରିଛନ୍ତି ।

ତେବେ ଏପର୍ଯ୍ୟନ୍ତ 11,15,889 ଭକ୍ତ ଚାରିଧାମ ଯାତ୍ରା କରିଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ମେ ୬ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ କେଦାରନାଥ ଧାମକୁ ମୋଟ 6, 3,67,274 ତିର୍ଥ ଯାତ୍ରୀ ଆସିଥିବା ବେଳେ ଶୁକ୍ରବାର ଦିନ କେବଳ 14,738 ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି । ସେହିପରି, ବଦ୍ରିନାଥ ଧାମକୁ ମେ 8 ତାରିଖରୁ ଆଜି ପର୍ଯ୍ୟନ୍ତ 3,63,788 ତୀର୍ଥଯାତ୍ରୀ ଆସିଛନ୍ତି । ହେଲେ ଶୁକ୍ରବାର ଦିନ 22,179 ତୀର୍ଥଯାତ୍ରୀ ବଦ୍ରିନାଥ ଧାମକୁ ଆସିଥିଲେ । ତେବେ ମୋଟ ବଦ୍ରିନାଥ ଏବଂ କେଦାରନାଥରେ ସମୁଦାୟ ତୀର୍ଥଯାତ୍ରୀଙ୍କ ସଂଖ୍ୟା 7,31,062ରେ ପହଞ୍ଚିଛି।

ସେହିପରି ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମେ 3 ରୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଛି । ତେବେ ଆଜି ପର୍ଯ୍ୟନ୍ତ 2,20,849 ତୀର୍ଥଯାତ୍ରୀ ଗଙ୍ଗୋତ୍ରି ଧାମକୁ ଆସିଥିବା ବେଳେ 1,63,978 ଭକ୍ତ ଯମୁନେତ୍ରୀ ଧାମକୁ ଆସିଛନ୍ତି । ତେବେ ଶୁକ୍ରବାର ଦିନ 8,960 ତୀର୍ଥଯାତ୍ରୀ ଗଙ୍ଗୋତ୍ରି ଆସିଥିବା ବେଳେ 8,277 ଜଣ ଯମୁନେତ୍ରି ଆସିଛନ୍ତି । ଗଙ୍ଗୋତ୍ରି ଏବଂ ଯମୁନେତ୍ରି ଧାମରେ ​​ତୀର୍ଥଯାତ୍ରୀଙ୍କ ସଂଖ୍ୟା ମୋଟ 3,84,827ରେ ପହଞ୍ଚିଛି । ମେ ୨୨ରୁ (Hemkund Sahib) ହେମକୁଦ ସାହିବଙ୍କ ଦ୍ବାର ଖୋଲାଯାଇଛି । ତେବେ ଆଜି ପର୍ଯ୍ୟନ୍ତ 10,335 ତୀର୍ଥଯାତ୍ରୀଙ୍କ ଆଗମନ ଏଠାକୁ ହୋଇଛି ।

ସେପଟେ,ଚାରିଧାମ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଚଳିତ ମେ' ମାସରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଏପର୍ଯ୍ୟନ୍ତ ୯୧ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଯମୁନେତ୍ରି ଧାମ (Yamunotri Dham)ରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗଙ୍ଗୋତ୍ରିଧାମ (Gangotri Dham)ରେ ୬ ଜଣଙ୍କର ଜୀବନ ଯାଇଛି । ୧୭ ତୀର୍ଥଯାତ୍ରୀଙ୍କ ଜୀବନ ବଦ୍ରିନାଥ ଧାମରେ ଯାଇଛି । କେଦାରନାଥ ଧାମରେ ସର୍ବାଧିକ ୪୪ ଜଣଙ୍କ ମୃତ୍ୟୁ ହୋଇଛି । ହୃଦଘାତ ଯୋଗୁଁ ଅଧିକାଂଶ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ରୁଦ୍ର ପ୍ରୟାଗ (Rudraprayag Chief Medical Officer )ର ମୁଖ୍ୟ ଚିକିତ୍ସାଅଧିକାରୀ ।

ତୀର୍ଥଯାତ୍ରୀମାନେ ସେମାନଙ୍କ ଯାତ୍ରା ଆରମ୍ଭ ହେବା ପୂର୍ବରୁ ନିଜ ପାଖରେ ଆବଶ୍ୟକ ପରିମାଣରେ ଔଷଧ ସହ ଗରମ କପଡା ସାଙ୍ଗରେ ଆଣିବା ଉଚିତ । ଏହାସହ ଯାତ୍ରା ସମୟରେ ଠିକ ସମୟରେ ଖାଦ୍ୟ ଖାଇବା ସହ ପାଣି ମଧ୍ୟ ଯଥେଷ୍ଟ ପରିମାଣରେ ପିଇବା ଉଚିତ । ଏହାସହ ଯାତ୍ରା ଆରମ୍ଭ ପୂର୍ବରୁ ପଞ୍ଜିକରଣ କରାଇବା ନିହାତି ଆବଶ୍ୟକ । ଚାରଧାମ ଯାତ୍ରା ପୂର୍ବରୁ ଏହି ୱେବସାଇଟ୍ https://registrationandtouristcare.uk.gov.in ରେ ପଞ୍ଜୀକୃତ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.