ETV Bharat / bharat

ଆନ୍ଧ୍ରରେ 2ଟି ଭୟଙ୍କର ଦୁର୍ଘଟଣା: ଚାଲିଗଲା 9ଜଣଙ୍କ ଜୀବନ, ମୃତକଙ୍କ ମଧ୍ୟରେ 4 ଓଡ଼ିଆ - ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର

ଆନ୍ଧ୍ରପ୍ରଦେଶରେ ଗୋଟିଏ ଦିନରେ ଦୁଇ ଦୁଇଟି ପୃଥକ ଦୁର୍ଘଟଣା। ଚିତ୍ତୋରରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବାରୁ 4 ଓଡିଆଙ୍କ ଜୀବନ ଯାଇଛି। ଆଉ ଏକ ଦୁର୍ଘଟଣାରେ କର୍ଣ୍ଣାଟକର 5 ଜଣ ପ୍ରାଣ ହରାଇଛନ୍ତି। ଅଧିକ ପଢନ୍ତୁ

two separate road accidents
ଆନ୍ଧ୍ରରେ 2ଟି ଭୟଙ୍କର ଦୁର୍ଘଟଣା
author img

By ETV Bharat Odisha Team

Published : Sep 15, 2023, 3:27 PM IST

ଆନ୍ଧ୍ରରେ 2ଟି ଭୟଙ୍କର ଦୁର୍ଘଟଣା

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶରେ ଗୋଟିଏ ଦିନରେ ଦୁଇ ଦୁଇଟି ପୃଥକ ଦୁର୍ଘଟଣା ଘଟିଛି। ଏହି 2ଟି ଭୟଙ୍କର ଦୁର୍ଘଟଣାରେ 9 ଜଣଙ୍କ ଜୀବନ ଯାଇଛି। ଆନ୍ଧ୍ରପ୍ରଦେଶ ଚିତ୍ତୋର ଏବଂ ଆନ୍ନାମୟା ଜିଲ୍ଲାରେ ଘଟିଛି ଦୁର୍ଘଟଣା। ଆନ୍ଧ୍ରପ୍ରଦେଶ ଚିତ୍ତୋରରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବାରୁ 4 ଓଡିଆଙ୍କ ଜୀବନ ଯାଇଛି। ଏହାସହ 3 ଜଣ ଗୁରୁତର ଥିବା ଜଣାପଡ଼ିଛି। ତେବେ 7 ଜଣଙ୍କୁ ନେଇ ଭେଲୋରକୁ ତିରୁପତି ଯାଉଥିବା କିମ୍ସ ହସ୍ପିଟାଲର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚିତ୍ତୋର-ତିରୁପତି ଜାତୀୟ ରାଜପଥ ନିକଟରେ ଏକ ଟ୍ୟାଙ୍କରକୁ ଆମ୍ବୁଲାନ୍ସଟି ଧକ୍କା ଦେଇଥିବା ଜଣାପଡ଼ିଛି। ସମସ୍ତ ମୃତକ ଓଡ଼ିଶାର ହୋଇଥିବା ନେଇ ପୋଲିସ ସ୍ପଷ୍ଟ କରିଛି । ସେପଟେ ଗୁରୁତର ହୋଇଥିବା ଅନ୍ୟ 3ଜଣ ବର୍ତ୍ତମାନ ଚିତ୍ତୋର ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହା ବି ପଢନ୍ତୁ...ନାବାଳକଙ୍କ ଉପରେ ମାଡ଼ିଗଲା କାର, ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ

ସେପଟେ ଆନ୍ନାମୟା ଜିଲ୍ଲାରେ ମଧ୍ୟ ଘଟିଛି ଭୟଙ୍କର ଦୁର୍ଘଟଣା । ଏକ ଯାତ୍ରୀବାହୀ ଗାଡ଼ି ଓ ଏକ ଟ୍ରକ ମଧ୍ୟରେ ଧକ୍କା ଫଳରେ ଘଟଣାସ୍ଥଳରେ 5 ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ 11ଜଣ ଆହତ ହୋଇଥିବା ଜଣାପଡିଛି। ସମସ୍ତ ମୃତକ କର୍ଣ୍ଣାଟକର ବେଲାଗଭୀ ଜିଲ୍ଲାର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ସେମାନେ ବେଲାଗଭୀ ଜିଲ୍ଲାର ବଡ଼ାଚି ଗ୍ରାମରୁ ଆସି ଶ୍ରୀଶୈଲମ ମଲ୍ଲିକାର୍ଜୁନ ସ୍ବାମୀଙ୍କ ଦର୍ଶନ ସାରି ଫେରୁଥିଲେ। ଏହାପରେ ତିରୁମାଳା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ତିରୁମାଳା ଅଭିମୁଖେ ଯାତ୍ରା ସମୟରେ ହିଁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଏହା ବି ପଢନ୍ତୁ...ଦିଲ୍ଲୀ-ମିରଟ ଏକ୍ସପ୍ରେସ-ଓ୍ବେରେ ଫ୍ଲାଇଓଭରରୁ ତଳକୁ ଖସିଲା ବସ, 20 ଯାତ୍ରୀ ଆହତ

ସମସ୍ତ ଯାତ୍ରୀ ତିରୁମାଳା ଅଭିମୁଖେ ଯିବା ବେଳେ ଦର୍ଶନ ଅଧାରେ ରହିଯାଇଛି । ଦୁର୍ଘଟଣାରେ 5ଜଣ ପ୍ରାଣ ହରାଇଛନ୍ତି । ଏହି ଯାତ୍ରୀବାହୀ ଗାଡ଼ିରେ ମୋଟ 16 ଜଣ ଥିବାବେଳେ ଘଟଣାସ୍ଥଳରେ 5 ଜଣଙ୍କ ଜୀବନ ଯାଇଛି । ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପିଲର ସରକାରୀ ଚିକିତ୍ସାଳୟକୁ ପଠାଯାଇଛି। ମୃତକ ମାନଙ୍କ ମଧ୍ୟରେ ଶୋଭା ନାମକ ଜଣେ ମହିଳା ଓ ତାଙ୍କ ଝିଅ ଅମ୍ବିକା ରହିଛନ୍ତି। ଏହାସହ ମନଦା ଏବଂ ଡ୍ରାଇଭର ହନୁମାନଙ୍କର ଜୀବନ ଯାଇଛି । ଅନ୍ୟପଟେ ଦୁର୍ଘଟଣାରେ ଆହତ ହୋଇଥିବା 11 ଜଣଙ୍କୁ ରୁୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି । ତେବେ କେଉଁ ବଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ...Mumbai Airport: ରନ୍‌-ଓ୍ବେରୁ ଖସିଲା ଚାର୍ଟାଡ ଫ୍ଲାଇଟ, ଏୟାରପୋର୍ଟରେ ଅପରେସନ୍ ବନ୍ଦ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.