ETV Bharat / bharat

ବଙ୍ଗୋପସାଗରରେ ବୁଡିଲା ମତ୍ସ୍ୟଜୀବୀ ଟ୍ରଲର: 9 ମୃତ, ଜଣେ ନିଖୋଜ - ଦ୍ବୀପରେ ବୁଡିଲା ମତ୍ସ୍ୟଜୀବୀ ଟ୍ରଲର

ବଙ୍ଗୋପସାଗର ରାକେତଶ୍ବରୀ ଦ୍ବୀପରେ ବୁଡିଲା ମତ୍ସ୍ୟଜୀବୀ ଟ୍ରଲର । ଦକ୍ଷିଣ 24 ପ୍ରଗଣା ଜିଲ୍ଲାର 9 ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

ବଙ୍ଗୋପସାଗରରେ ବୁଡିଲା ମତ୍ସ୍ୟଜୀବୀ ଟ୍ରଲର: 9 ମୃତ, ଜଣେ ନିଖୋଜ

author img

By

Published : Jul 16, 2021, 10:26 AM IST

Updated : Jul 16, 2021, 10:48 AM IST

କୋଲକାତା: ବଙ୍ଗୋପସାଗରରେ ବୁଡି ଯାଇଥିବା ଟ୍ରଲରୁ ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାର 9 ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏପର୍ଯ୍ୟନ୍ତ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡିଛି । ନିଖୋଜ ବ୍ୟକ୍ତିଙ୍କୁ ଖୋଜା ଖୋଜି ଜାରିରହିଛି ।

ସୂଚନା ଅନୁଯାୟୀ, ବୁଧବାର ସକାଳେ ବଖାଳି ଉପକୂଳବର୍ତ୍ତି ରାକେତଶ୍ବରୀ ଦ୍ବୀପ ନିକଟରେ ଉଚ୍ଚ ଜୁଆର ଆଶିବାରୁ ହେମାବତୀ ନାମକ ଏକ ଟ୍ରଲର ଓଲଟି ପଡିଥିଲା । ଟ୍ରଲର ଚଳାଉଥିବା ମତ୍ସ୍ୟଜୀବୀ ଶଙ୍କର ସାଶମଲ ମାଝି ଏବଂ ସୈକେତ ଦାସ କୌଶଳ କ୍ରମ ପାଣିକୁ ଡେଇଁ ପଡିଥିଲେ । ପରେ ଅନ୍ୟ ଏକ ମତ୍ସ୍ୟଜୀବୀ ଡଙ୍ଗା ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।

ତେବେ ସନ୍ଦେହ କରାଯାଉଛି ଯେ ଅନ୍ୟ ମତ୍ସ୍ୟଜୀବୀମାନେ ଶୋଇ ପଡିଥିବାରୁ ନଦୀକୁ ଡେଇଁପାରି ନ ଥିଲେ । ଗୋଟିଏ ଦିନ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ପରେ ମାଛ ଭର୍ତ୍ତି ଟ୍ରଲର କ୍ୟାବିନରୁ 9 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । କୋଷ୍ଟଗାର୍ଡ ନାମଖନ ବ୍ଲକର ହରିପୁର ନିବାସୀ ନିଖୋଜ ମତ୍ସ୍ୟଜୀବୀ ଅନାଦୀ ସାଶମଲଙ୍କ ସନ୍ଧାନରେ ନେତୃତ୍ୱ ନେଉଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ମୃତକଙ୍କ ସମ୍ପର୍କୀୟଙ୍କୁ 2 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

@PTI

Last Updated : Jul 16, 2021, 10:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.