ETV Bharat / bharat

9346 ପିଲାଙ୍କୁ ଅନାଥ କଲାଣି କୋରୋନା, ସୁପ୍ରିମକୋର୍ଟରେ ଦାଖଲ ତଥ୍ୟରୁ ସ୍ପଷ୍ଟ

author img

By

Published : Jun 4, 2021, 7:09 AM IST

କୋଭିଡ ଆରମ୍ଭରୁ ମେ 29 ତାରିଖ ସୁଦ୍ଧା ପ୍ରାୟ 9 ହଜାର 346 ଜଣ ପିଲା ଅନାଥ ହୋଇଗଲେଣି । ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(NCPCR) ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକ ତଥ୍ୟରୁ ସୂଚନା । ଅଧିକ ପଢନ୍ତୁ...

9,346 ପିଲାଙ୍କୁ ଅନାଥ କଲାଣି କୋରୋନା, ସୁପ୍ରିମକୋର୍ଟରେ ଦାଖଲ ତଥ୍ୟରୁ ସ୍ପଷ୍ଟ

ନୂଆଦିଲ୍ଲୀ: କୋରୋନାର ଦୁଇ ଦୁଇଟି ଲହରରେ ଅସ୍ତବ୍ୟସ୍ତ ହୋଇଗଲାଣି ଦେଶ । କେହି ନିଜ ଆତ୍ମୀୟଙ୍କୁ ହରାଇଛି ତ ଆଉ କେହି ଜୀବିକା । ତେବେ କୋଭିଡ ଆରମ୍ଭରୁ ମେ 29 ତାରିଖ ସୁଦ୍ଧା ପ୍ରାୟ 9 ହଜାର 346 ଜଣ ପିଲା ଅନାଥ ହୋଇଗଲେଣି । ଯାହାମଧ୍ୟରୁ ଉତ୍ତରପ୍ରଦେଶରେ କେବଳ ଅନାଥଙ୍କ ସଂଖ୍ୟା 2 ହଜାର 110 ରହିଛି । ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(NCPCR) ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକ ତଥ୍ୟରୁ ଏନେଇ ସ୍ପଷ୍ଟ ହୋଇଛି ।

ଉତ୍ତରପ୍ରଦେଶରେ କୋରୋନା ଯୋଗୁଁ ଅନାଥ ପିଲାଙ୍କ ସଂଖ୍ୟା ସର୍ବାଧିକ ଥିବାବେଳେ ଏହା ପଛକୁ 1 ହଜାର 327 ଅନାଥ ସଂଖ୍ୟା ସହ ବିହାର ଦ୍ବିତୀୟରେ, କେରଳ 952 ସଂଖ୍ୟା ସହ ତୃତୀୟରେ ଏବଂ ଚତୁର୍ଥ ସ୍ଥାନରେ ମଧ୍ୟପ୍ରଦେଶ ରହିଛି । ମଧ୍ୟପ୍ରଦେଶରେ 712 ପିଲା ଅନାଥ ହୋଇଛନ୍ତି । ଏହି 9,346 ଅନାଥଙ୍କ ମଧ୍ୟରୁ ଅଧିକାଂଶ ପିଲା ଉଭୟ ବାପାମାଆଙ୍କୁ ହରାଇଥିବାବେଳେ ଆଉ କେତେକ କେବଳ ଜଣେ ଅଭିଭାବକଙ୍କୁ ହରାଇଛନ୍ତି । ତେଣୁ କୋରୋନା ମହାମାରୀରେ ନିରୀହ ଶିଶୁ ଅଧିକ ପ୍ରଭାବିତ ହୋଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.