ETV Bharat / bharat

International Yoga Day: ସାରାବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ

author img

By

Published : Jun 21, 2022, 7:43 AM IST

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ ଯୋଗ । ଅଧିକ ପଢନ୍ତୁ

International Yoga Day: ନିରୋଗ ରହିବାର କଳା ଯୋଗ

ନୂଆଦିଲ୍ଲୀ: କୁହାଯାଏ, ସ୍ବାସ୍ଥ୍ୟ ହିଁ ସମ୍ପଦ । ସମ୍ପୂର୍ଣ୍ଣ ଶାରିରୀକ, ମାନସିକ ଏବଂ ସାମାଜିକ ସୁସ୍ଥତା ପାଇଁ ଯୋଗ ମହତ୍ତ୍ବପୂର୍ଣ୍ଣ । ଯୋଗାଭ୍ୟାସ ଦ୍ବାରା ସମସ୍ତ ପ୍ରକାର ସୁସ୍ଥତା ପ୍ରାପ୍ତ ହୁଏ ଏବଂ ଆଧ୍ୟାତ୍ମିକ ଅଭିବୃଦ୍ଧି ଘଟିଥାଏ । ମଣିଷର ମନ ସହ ଶରୀରର ମିଳନର ଏକମାତ୍ର ମାଧ୍ୟମ ହେଉଛି ଯୋଗ । ଆଜି ଏହି ଅନ୍ତର୍ଜାତୀୟ ଯୋଗ ଦିବସ । ସମଗ୍ର ବିଶ୍ବରେ ଯୋଗର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ଜୁନ ୨୧ ତାରିଖକୁ ବିଶ୍ବବ୍ୟାପୀ ଯୋଗ ଦିବସ (International Yoga Day) ଭାବେ ପାଳନ କରାଯାଏ । ଆଜିର ଦିନରେ ଅନେକ ଦେଶର ଲୋକ ଏକତ୍ରିତ ହୋଇ ଯୋଗ ଦିବସ ପାଳନ ପୂର୍ବକୁ ଯୋଗାଭ୍ୟାସ କରିଥାନ୍ତି । ଭାରତର ମଧ୍ୟ ଏହି ଦିବସ ଅବସରରେ ଅନେକ ପ୍ରସ୍ତୁତି କରାଯାଇଛି । ଅନ୍ତର୍ଜାତୀୟ ଯୋଗ ଦିବସରେ ଆଜି ନରେନ୍ଦ୍ର ମୋଦି ସରକାରର ୭୫ ଜଣ ମନ୍ତ୍ରୀ ବିଭିନ୍ନ ଐତିହ୍ୟ ଓ ସାଂସ୍କୃତିକ ସ୍ଥଳରେ ଯୋଗ କରୁଥିବାର ନଜର ଆସିବେ ।

International Yoga Day: ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ

ଅନ୍ତର୍ଜାତୀୟ ଯୋଗ ଦିବସର ଇତିହାସ:

କୁହାଯାଏ ସଭ୍ୟତା ଆରମ୍ଭ ହେବା ପରଠୁ ଯୋଗ କରାଯାଉଛି । ତେବେ ପ୍ରଥମ ଯୋଗ ଦିବସ ଭାରତରେ ସଂଚାଳିତ ହୋଇଥିଲା । ୨୦୧୪ ମସିହାରେ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ମୁଳଦୁଆ ପକାଇଥିଲେ । ମିଳିତ ଜାତିସଂଘ ବୈଠକରେ ମୋଦି ଯୋଗ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ରଖିଥିଲେ । ୨୦୧୪ ଡିସେମ୍ବର ୧୧ରେ ପ୍ରତିବର୍ଷ ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା । ୨୦୧୫ ପରଠୁ ଏହି ଦିବସ ପାଳିତ ହୋଇଆସୁଛି । ଆଜି ଭାରତୀୟ ପ୍ରାଚୀନ ଯୋଗାଭ୍ୟାସକୁ ସମଗ୍ର ବିଶ୍ବ ଆପଣାଇଛି ।

ଅନ୍ତର୍ଜାତୀୟ ଯୋଗ ଦିବସ ଥିମ୍ ଓ ମହତ୍ତ୍ବ:

ସମଗ୍ର ବିଶ୍ବରେ ପାଳିତ ହେଉଛି ୮ମ ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତୀୟ ଆୟୁଷ ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ନିର୍ଦ୍ଦିଷ୍ଟ ଥିମ୍ ରଖିଛି । ଏ ବର୍ଷର ଥିମ୍ ରହିଛି, 'ମାନବିକତା ପାଇଁ ଯୋଗ'(Yoga For Humanity) । ଆଜିର ବ୍ୟସ୍ତବହୁଳ ଜୀବନରେ ଶରୀର ଏବଂ ମନକୁ ନିରୋଗ ରଖିବାରେ ଯୋଗ ସହାୟକ ହୋଇଥାଏ । ଏହା ଶରୀର, ମନ ଓ ମସ୍ତିଷ୍କକୁ ସକାରାତ୍ମକ ମାର୍ଗରେ ନିୟନ୍ତ୍ରଣ କରେ । ପ୍ରତିଦିନ ଯୋଗାଭ୍ୟାସ ଦ୍ବାରା ମାନସିକ ଚାପ ଓ ଅବସାଦ ଦୂର ହୋଇ ଶରୀର ସକ୍ରିୟ ଓ ସତେଜ ରହିଥାଏ । ନିୟମିତ ଯୋଗ ଫଳରେ ଓଜନ ହ୍ରାସ ପାଏ । ମାଂସପେଶୀଗୁଡିକ ମଜବୁତ ହେବା ସଙ୍ଗେ ସଙ୍ଗେ ସନ୍ତୁଳିତ ହୋଇଯାଏ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ମହୀଶୂର ପ୍ୟାଲେସ ଗ୍ରାଉଣ୍ଡରେ(Mysore Palace Ground) ଯୋଗ କରିବେ । ସେହିପରି ମୋଦି ସରକାରର ୭୫ ଜଣ ମନ୍ତ୍ରୀ ଦେଶବ୍ୟାପୀ ଭିନ୍ନ ଭିନ୍ନ ପ୍ରତିଷ୍ଠିତ ସ୍ଥାନରେ ଯୋଗ କରିବାର ନଜର ଆସିବେ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାସିକ ସ୍ଥିତ ପବିତ୍ର ଜ୍ୟୋତିଲିଙ୍ଗ ତ୍ରିମ୍ବେକେଶ୍ବର ମନ୍ଦିର ପରିସରରେ ଯୋଗ କରିବାର କାର୍ଯ୍ୟକ୍ରମ ଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାମିଲନାଡୁ କୋଏମ୍ବଟୁରରେ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଦିଲ୍ଲୀ ଲୋଟସ ଟେମ୍ପୁଲରେ ଯୋଗାଭ୍ୟାସ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.