ETV Bharat / bharat

ମହାରାଷ୍ଟ୍ରରେ ମହାମାରୀ ଆତଙ୍କ, 24 ଘଣ୍ଟାରେ 895 ମୃତ

author img

By

Published : Apr 27, 2021, 10:51 PM IST

ଦେଶର ଆର୍ଥିକ ରାଜଧାନୀରେ ମହାମାରୀର ମହାତାଣ୍ଡବ । ଗତ 24 ଘଣ୍ଟାରେ ମୃତ୍ୟୁ ସଂଖ୍ୟା ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ..

ମହାରାଷ୍ଟ୍ରରେ ମହାମାରୀ ଆତଙ୍କ, 24 ଘଣ୍ଟାରେ  895 ମୃତ
ମହାରାଷ୍ଟ୍ରରେ ମହାମାରୀ ଆତଙ୍କ, 24 ଘଣ୍ଟାରେ 895 ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ମହାମାରୀର ଆତଙ୍କ । କଡା କଟକଣା ସତ୍ତ୍ବେ ବେକାବୁ କୋରୋନା । ରେକର୍ଡ ଭାଙ୍ଗୁଛି ସଂକ୍ରମଣ । ଗତ 24 ଘଣ୍ଟାରେ 66 ହଜାର 358 ପଜିଟିଭ ମାମଲା ସାମ୍ନାକୁ ଆସିଛି । ସେପଟେ ଛାତି ଥରାଉଛି ମୃତ୍ୟୁ ସଂଖ୍ୟା ।

କୋରୋନା ଯୋଗୁଁ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଗଡିଛି 895 ମୁଣ୍ଡ । ମୁମ୍ବାଇ କଥା ଯଦି ଦେଖିବା ତାହେଲେ, ରାଜଧାନୀରେ ଏହି ସମୟ ମଧ୍ୟରେ 4014 ପଜିଟିଭ ମାମଲା ସାମ୍ନାକୁ ଆସିଛି । ଆଉ ମୁମ୍ବାଇରେ 59 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି ।

ସୋମବାର ମହାରାଷ୍ଟ୍ରରେ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟା ଅପରିବର୍ତ୍ତିତ ରହିଥିଲା । ରାଜ୍ୟରେ ସୋମବାର 500 ଟପିଥିଲା ମୃତ୍ୟୁ ସଂଖ୍ୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.