ETV Bharat / bharat

ADR Report: ଦେଶର 87% ମନ୍ତ୍ରୀ କୋଟିପତି, 43%ଙ୍କ ନାମରେ ଅପରାଧିକ ମାମଲା - ଏଡିଆର ରିପୋର୍ଟ 2023

ଦେଶରେ 87% ମନ୍ତ୍ରୀ କୋଟିପତି । 43% ଙ୍କ ନାମରେ ଅପରାଧିକ ମାମଲା ଥିବା ଏଡିଆର ରିପୋର୍ଟରେ ପ୍ରକାଶ । ଦାଗି ମନ୍ତ୍ରୀଙ୍କ ତାଲିକାରେ ଶୀର୍ଷରେ ମହାରାଷ୍ଟ୍ର । ଦ୍ବିତୀୟ ଓ ତୃତୀୟରେ ଝାଡଖଣ୍ଡ ଓ ତେଲେଙ୍ଗାନା । ଅଧିକ ପଢନ୍ତୁ

ଦେଶରେ 87% ବିଧାୟକ କୋଟିପତି, 43% ଙ୍କ ନାମରେ ଅପରାଧିକ ମାମଲା

author img

By

Published : Apr 12, 2023, 6:31 PM IST

ନୂଆଦିଲ୍ଲୀ: ଦେଶରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସରକାରଗୁଡିକରେ ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରାୟ ସମସ୍ତେ ବିତ୍ତଶାଳୀ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅପରାଧିକ ପୃଷ୍ଠଭୂମି ମଧ୍ୟ ରହିଛି । ସମସ୍ତ ରାଜ୍ୟ ସରକାରଙ୍କ ମୋଟ ମନ୍ତ୍ରୀଙ୍କ ମଧ୍ୟରୁ ମୋଟ 87% ହେଉଛନ୍ତି କୋଟିପତି । ସେହପରି 43% ଙ୍କ ନାମରେ ଅପରାଧିକ ମାମଲା ଥିବା ଚଳିତ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର୍) ରିପୋର୍ଟରେ ପ୍ରକାଶ ପାଇଛି । ଅପରାଧିକ ମାମଲା ପ୍ରସଙ୍ଗରେ ଶୀର୍ଷ ସ୍ଥାନରେ ମହାରାଷ୍ଟ୍ର ରହିଛି । ମହାରାଷ୍ଟ୍ରରେ ମୋଟ 20 ମନ୍ତ୍ରୀଙ୍କ ମଧ୍ୟରୁ 13 ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ଏହି ପ୍ରତିଶତ ପ୍ରାୟ 65 ପ୍ରତିଶତ ହେବ ।

ଏହା ତଳକୁ 64 ପ୍ରତିଶତ ସହ ତାଲିକାର ଦ୍ବିତୀୟରେ ଝାଡଖଣ୍ଡ ରହିଛି । ଏଠାରେ ମୋଟ 11 ମନ୍ତ୍ରୀଙ୍କ ମଧ୍ୟରୁ 7 ମନ୍ତ୍ରୀଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି । ସେହିପରି ତେଲେଙ୍ଗାନାରେ 17 ମନ୍ତ୍ରୀଙ୍କ ମଧ୍ୟରୁ ମୋଟ 10 ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଯାହାକି 59 ପ୍ରତିଶତ ସହ ତେଲେଙ୍ଗାନାକୁ ତାଲିକାର ତୃତୀୟ ସ୍ଥାନରେ ରଖିଛି ।

ଦେଶର ସମସ୍ତ ରାଜ୍ୟର ବିଧାନସଭାରେ ମୋଟ 558 ମନ୍ତ୍ରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ 486 ଜଣ ହେଉଛନ୍ତି କୋଟିପତି । ଏହି ଆନୁପାତିକ ସଂଖ୍ୟା 87 ପ୍ରତିଶତ ହେବ । ସେହିପରି ଅପରାଧିକ ମାମଲାରେ 43% ବା 239 ଜଣ ମନ୍ତ୍ରୀ ଛନ୍ଦି ହୋଇଛନ୍ତି । ଏମାନଙ୍କ ମଧ୍ୟରେ କିଛି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କ ବିରୋଧରେ ଏକାଧିକ ଗମ୍ଭୀର ଅପରାଧିକ ମାମଲା ମଧ୍ୟ ରହିଛି । ଏହି ମନ୍ତ୍ରୀମାନେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ବେଳେ ଦାଖଲ କରିଥିବା ନାମାଙ୍କନପତ୍ରରୁ ଏହି ତଥ୍ୟ ସଂଗ୍ରହ କରାଯାଇ ଏଡିଆର ରିପୋର୍ଟରେ ପ୍ରକାଶ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-3rd Richest CM Naveen: ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ନବୀନ, ଜାଣନ୍ତୁ କେତେ ସମ୍ପତ୍ତି ?

ଅନ୍ୟ ଏକ ରିପୋର୍ଟ ଅନସାରେ, ତାମିଲନାଡୁରେ ମୋଟ 33 ମନ୍ତ୍ରୀଙ୍କ ମଧ୍ୟରୁ 85 ପ୍ରତିଶତ ଅର୍ଥାତ 28 ଜଣ ମନ୍ତ୍ରୀଙ୍କ ନାମରେ ଅପରାଧିକ ମାମଲା ରହିଛି । ସେହିପରି ହିମାଚଳ ପ୍ରଦେଶର 9 ମନ୍ତ୍ରୀଙ୍କ ମଧ୍ୟରୁ 7, ତେଲେଙ୍ଗାନାରେ 13, ମହାରାଷ୍ଟ୍ରରେ 15, ପଞ୍ଜାବରେ 11, ବିହାରରେ 21 ମନ୍ତ୍ରୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିବା ନିଜେ ଦାଖଲ କରିଥିବା ନାମାଙ୍କନ ପତ୍ର ସତ୍ୟପାଠରେ ସ୍ବତଃପ୍ରବୃତ ଭାବେ ଦର୍ଶାଇଥିଲେ । ସେମାନଙ୍କର ମଧ୍ୟରୁ ବିହାରରେ 30 ମନ୍ତ୍ରୀଙ୍କ ମଧ୍ୟରୁ ପ୍ରାୟ 50 ପ୍ରତିଶତ ତଥା 15 ମନ୍ତ୍ରୀଙ୍କ ନାମରେ ସଙ୍ଗୀନ ଅପରାଧିକ ମାମଲା ରହିଥିଲା ।

ହେଲେ ଏବେ ପ୍ରକାଶିତ ଏଡିଆର ରିପୋର୍ଟ ଏହା ଠାରୁ ସାମାନ୍ୟ ଭିନ୍ନ ତଥ୍ୟ ପ୍ରଦାନ କରିଛି । ଏହି ଅପରାଧିକ ସଂଖ୍ୟା ମୋଟ ମନ୍ତ୍ରୀଙ୍କ 43% ପ୍ରତିଶତ ରହିଥିବା ନେଇ ଚଳିତ ଏଡିଆର ରିପୋର୍ଟ ଉଲ୍ଲେଖ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.