ETV Bharat / bharat

ଦିଲ୍ଲୀ ସରୋଜ ହସ୍ପିଟାଲରେ 80 ଡାକ୍ତର କୋରୋନା ପଜିଟିଭ୍, ଜଣେ ବରିଷ୍ଠ ସର୍ଜନଙ୍କ ମୃତ୍ୟୁ - Delhi’s Saroj Hospital

ଦ୍ବିତୀୟ ଭଗବାନ କୁହାଯାଉଥିବା ଡାକ୍ତରମାନେ ଏବେ କୋରୋନା ପଞ୍ଝାରେ । ଅନ୍ୟମାନଙ୍କ ଜୀବନ ବଞ୍ଚେଇ ବଞ୍ଚେଇ ଶେଷରେ ନିଜେ ମୃତ୍ୟୁବରଣ କରୁଛନ୍ତି । ତେବେ ଏବେ କୋରୋନାର ହଟସ୍ପଟ ପାଲଟିଛି ଦିଲ୍ଲୀର ସରୋଜ ହସ୍ପିଟାଲ । ଏଠାରେ ଏ ପର୍ଯ୍ୟନ୍ତ ପାଖାପାଖି ୮୦ ଡାକ୍ତର ସଂକ୍ରମିତ ହୋଇସାରିଥିବା ବେଳେ ଜଣେ ଡାକ୍ତରଙ୍କର ଜୀବନ ନେଇଛି ଏହି କିଲର ଭାଇରସ । ଅଧିକ ପଢନ୍ତୁ...

ଦିଲ୍ଲୀ ସରୋଜ ହସ୍ପିଟାଲରେ 80 ଡାକ୍ତର କୋରୋନା ପଜିଟିଭ୍, ଜଣେ ବରିଷ୍ଠ ସର୍ଜନଙ୍କ ମୃତ୍ୟୁ

author img

By

Published : May 10, 2021, 2:39 PM IST

ନୂଆଦିଲ୍ଲୀ: ଆତ୍ମଘାତୀ କୋରୋନା ଏବେ ଦିନକୁ ଦିନ କ୍ରୁର ହେବାରେ ଲାଗିଛି । ସଂକ୍ରମଣ ବଢିବା ସହିତ ମୃତ୍ୟୁ ମାମଲା ମଧ୍ୟ ବଢିବାରେ ଲାଗିଛି । କିନ୍ତୁ ଏହି ମହାମାରୀର ଅଧିକ ଶିକାର ହେଉଛନ୍ତି ଆଗଧାଡିର ଯୋଦ୍ଧା । ଦ୍ବିତୀୟ ଭଗବାନ କୁହାଯାଉଥିବା ଡାକ୍ତରମାନେ ଏବେ କୋରୋନା ପଞ୍ଝାରେ । ଅନ୍ୟମାନଙ୍କ ଜୀବନ ବଞ୍ଚେଇ ବଞ୍ଚେଇ ଶେଷରେ ନିଜେ ହେଇଯାଉଛନ୍ତି ଶହିଦ । ତେବେ ଏବେ କୋରୋନାର ହଟସ୍ପଟ ପାଲଟିଛି ଦିଲ୍ଲୀର ସରୋଜ ହସ୍ପିଟାଲ । ଏଠାରେ ଏ ପର୍ଯ୍ୟନ୍ତ ପାଖାପାଖି ୮୦ ଡାକ୍ତର ସଂକ୍ରମିତ ହୋଇସାରିଥିବା ବେଳେ ଜଣେ ଡାକ୍ତରଙ୍କର ଜୀବନ ନେଇଛି ଏହି କିଲର ଭାଇରସ ।

ପ୍ରାୟ ତିନି ଦଶନ୍ଧି ଧରି ଏହି ହସ୍ପିଟାଲରେ କାର୍ଯ୍ୟ କରୁଥିବା ଏହି ବରିଷ୍ଠ ସର୍ଜନ ଏ.କେ ରାୱତ, ମହାମାରୀରେ ପୀଡିତ ହୋଇ ଆଖିବୁଜିଛନ୍ତି । ତେବେ କୋଭିଡରେ ଆକ୍ରାନ୍ତ ହୋଇଥିବା 80 ଡାକ୍ତରଙ୍କ ମଧ୍ୟରୁ 12 ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ଡାକ୍ତରମାନେ ହୋମ ଆଇସୋଲେସନରେ ରହି ଚିକିତ୍ସା ହେଉଛନ୍ତି । ଡକ୍ଟର ଏ.କେ ରାୱତ ସରୋଜ ହସ୍ପିଟାଲରେ 27 ବର୍ଷ ସେବା କରିଥିଲେ ଏବଂ ତାଙ୍କ ମୃତ୍ୟୁ ଚାପଗ୍ରସ୍ତ କର୍ମଚାରୀଙ୍କ ପାଇଁ ଏକ ବଡ ଝଟକା ଦେଇଥିଲା । ରିପୋର୍ଟରେ ଆହୁରି କୁହାଯାଇଛି ଯେ ଦିଲ୍ଲୀ ଡାକ୍ତରଖାନାଗୁଡ଼ିକରେ 300 ରୁ ଅଧିକ ଡାକ୍ତର ଏବଂ ପାରାମେଡିକ୍ କର୍ମଚାରୀ ବର୍ତ୍ତମାନ ସୁଦ୍ଧା କୋଭିଡ଼ରେ ଆକ୍ରାନ୍ତ ହୋଇଛନ୍ତି । ତେବେ ସରୋଜ ହସ୍ପିଟାଲରେ କୋଭିଡ୍ ବିସ୍ଫୋରଣ ପରେ ଓପିଡି ସେବା ବନ୍ଦ କରାଯାଇଛି।

ରବିବାର ଦିନ ଦିଲ୍ଲୀର ଗୁରୁ ତେଗ ବାହାଦୂର (ଜିଟିବି) ହସ୍ପିଟାଲର ଜଣେ ଯୁବ ଡାକ୍ତର କୋଭିଡ ପଜିଟିଭ୍ ପରୀକ୍ଷା କରିବାର କିଛି ଘଣ୍ଟା ମଧ୍ୟରେ ମୃତ୍ୟୁ ବରଣ କରିଥିଲେ । 26 ବର୍ଷିୟ ଡ . ଅନାସ ମୁଜାହିଦ୍ ଜିଟିବି ହସ୍ପିଟାଲରେ କାର୍ଯ୍ୟ କରୁଥିଲେ, ଯାହାକି ଏକ ନିର୍ଦ୍ଦିଷ୍ଟ କୋଭିଡ ଡାକ୍ତରଖାନାରେ ପରିଣତ କରାଯାଇଥିଲା । ସେ MBBS ପରେ ଜାନୁଆରୀରେ ଇଣ୍ଟର୍ନସିପ୍ ପୁରା କରିଥିଲେ । ଗତ କିଛି ଦିନ ହେବ ଦିଲ୍ଲୀରେ କୋରୋନାର ଦ୍ୱିତୀୟ ଲହର ପ୍ରବାହିତ ହେଉଛି । ରାଜଧାନୀରେ, ନୂଆ ମାମଲା ସହ ମୃତ୍ୟୁହାର ବି କ୍ରମାଗତ ଭାବେ ବୃଦ୍ଧି ପାଉଛି । ରବିବାର ଦିନ, ଦିଲ୍ଲୀରେ 273 କୋରୋନା ମୃତ୍ୟୁ ସହିତ 13,336 ନୂଆ କୋଭିଡ ମାମଲା ରିପୋର୍ଟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.