ETV Bharat / bharat

Electric Shock: ମୋବାଇଲ ଚାର୍ଜରକୁ ପାଟିରେ ପୁରାଇଦେଲା 8ମାସର ଶିଶୁ, ଚାଲିଗଲା ଜୀବନ

author img

By

Published : Aug 2, 2023, 10:43 PM IST

କର୍ଣ୍ଣାଟକରେ ମୋବାଇଲ ଚାର୍ଜର ବିଦ୍ୟୁତ ଆଘାତରେ 8 ମାସର ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ମୋବାଇଲ ଚାର୍ଜର ବିଦ୍ୟୁତ ଆଘାତରେ 8 ମାସର ଶିଶୁ ମୃତ !

ବେଙ୍ଗାଲୁରୁ: ମୋବାଇଲ ଚାର୍ଜର ବିଦ୍ୟୁତ ଆଘାତ ଜଣେ 8ମାସର ଶିଶୁର ଜୀବନ ନେଇଯାଇଥିବା ଅଭିଯୋଗ ହୋଇଛି । କର୍ଣ୍ଣାଟକ ଉତ୍ତର କାନ୍ନଡା ଜିଲ୍ଲାରୁ ଏପରି ଏକ ଅଭିଯୋଗ ଆସିଛି । ଘଟଣାଟି ବୁଧବାର କରଓ୍ବାର ତାଲୁକାରେ ଘଟିଛି । ସ୍ଥାନୀୟ ଜଣେ ଯୁବକ ସନ୍ତୋଷ କଲଗୁପ୍ତକରଙ୍କ 8 ମାସର ଶିଶୁକନ୍ୟା ସାନିଧ୍ୟା ମୋବାଇଲ ଚାର୍ଜର ସଂସ୍ପର୍ଷରେ ଆସିବା ପରେ ପ୍ରାଣ ହରାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରିଛି ।

ପରିବାର ସଦସ୍ୟ ଦେଇଥିବା ସୂଚନା ଅନୁସାରେ, ଘରେ ଏକ ବୋର୍ଡରେ ମାବାଇଲ ଚାର୍ଜର ଲାଗିଥିଲା । ସୁଇଚ୍‌ ଅଫ ହୋଇନଥିବା ବେଳେ ଚାର୍ଜରର ତାର ଝୁଲନ୍ତା ଅବସ୍ଥାରେ ଥିଲା । ଘରେ ଖେଳୁଥିବା ଏହି 8 ବର୍ଷୀୟା ଶିଶୁଟି ଚାର୍ଜର ପିନକୁ ପାଟିରେ ପୁରାଇ ଦେଇଥିଲା । ବିଦ୍ୟୁତ ଆଘାତରେ ଶିଶୁଟି ଅଚେତ ହୋଇଥିଲା । କିଛି ସମୟ ପରେ ପରିବାର ସଦସ୍ୟ ଶିଶୁଟିକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ତାକୁ ତୁରନ୍ତ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ବିଦ୍ୟୁତ ଆଘାତରେ ଶିଶୁର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଥିବା ପରିବାର ସଦସ୍ୟ କହିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଡାକ୍ତରୀ ଯାଞ୍ଚ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ :-3 ଶିଶୁଙ୍କୁ ଜନ୍ମ ଦେଲେ ମହିଳା, ଡାକ୍ତରୀ ଟିମ ନୀରିକ୍ଷଣରେ ମା’ ଓ ଶିଶୁ

ମୃତ ଶିଶୁକନ୍ୟାର ବାପା ସନ୍ତୋଷ କଲଗୁପ୍ତକର ଜଣେ ଶ୍ରମିକ ଭବେ କାର୍ଯ୍ୟ କରନ୍ତି । ତାଙ୍କର 3 ସନ୍ତାନଙ୍କ ମଧ୍ୟରେ ମୃତ ଶିଶୁକନ୍ୟା ଥିଲା ତୃତୀୟ । ଅଘଟଣ ଦିନ ତାଙ୍କର ଅନ୍ୟ ଜଣେ ସନ୍ତାନଙ୍କ ଜନ୍ମଦିନ ମଧ୍ୟ ଥିଲା । ଘରେ ଜନ୍ମଦିନ ପାଳନ ପାଇଁ ସମସ୍ତେ ବ୍ୟସ୍ତ ଥିଲେ । ସମସ୍ତେ ଖୁସି ଥିବା ବେଳେ ହଠାତ ଏହି ଅଘଟଣ ଜଣେ କୋମଳମତି ଶିଶୁର ଜୀବନ ନେଇଯିବା ପରେ ବାପା ସନ୍ତୋଷ ମଧ୍ୟ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପୋଲିସ ଟିମ ସନ୍ତୋଷଙ୍କ ଘରେ ପହଞ୍ଚି ଅଘଟଣା ଘଟିଥିବା ସ୍ଥାନର ଯାଞ୍ଚ କରିଛି । ତଦନ୍ତ ପରେ ପରିବାର ସଦସ୍ୟ ଆଣିଥିବା ଅଭିଯୋଗର ସତ୍ୟାସତ୍ୟ ଜଣାପଡିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.