ETV Bharat / bharat

ଦେଶରେ ପ୍ରଥମ, 8 ସିଂହଙ୍କୁ କୋରୋନା - Hyderabad Nehru Zoo

ମଣିଷ ପରେ ଏବେ ପଶୁକୁ ଆକ୍ରମଣ କରୁଛି କିଲର ଭାଇରସ କୋରୋନା । ହାଇଦ୍ରାବାଦ ଚିଡିଆଖାନାର 8 ସିଂହ କୋଭିଡ ପଜେଟିଭି ଚିହ୍ନଟ ! ଅଧିକ ପଢନ୍ତୁ..

ଦେଶରେ ପ୍ରଥମ , 8 ସିଂହକୁ କୋଭିଡ !
ଦେଶରେ ପ୍ରଥମ , 8 ସିଂହକୁ କୋଭିଡ !
author img

By

Published : May 4, 2021, 3:32 PM IST

Updated : May 4, 2021, 5:51 PM IST

ହାଇଦ୍ରାବାଦ: କୋରୋନା ତାଡନାରୁ ବାଦ ପଡୁନାହାନ୍ତି ପଶୁ । ମଣିଷ ସମାଜକୁ ମହାମାରୀ ଅଣନିଶ୍ବାସୀ କରିଥିବା ବେଳେ ଜଙ୍ଗଲର ରାଜାକୁ କରିଛି ଘାଇଲା । ଦେଶରେ ପ୍ରଥମ ଥର ସିଂହ ଦେହରେ ଚିହ୍ନଟ ହୋଇଛି କୋରୋନା ଭୂତାଣୁ । ହାଇଦ୍ରାବାଦ ସ୍ଥିତ ନେହୁର ଜୁଲୋଜିକାଲ ପାର୍କରେ 8 ସିଂହ ସଂକ୍ରମିତ ହୋଇଛନ୍ତି ।

  • 8 Asiatic lions housed in Hyderabad zoo have tested positive for SARS-COV2 virus. They've been isolated, responding well to treatment, behaving & eating normally. Preventive measures in place for staffers & zoo closed to visitors: Ministry of Environment, Forest & Climate Change pic.twitter.com/t65pfycXUH

    — ANI (@ANI) May 4, 2021 " class="align-text-top noRightClick twitterSection" data=" ">

ସିଂହମାନଙ୍କ ଦେହରେ କୋଭିଡ ଲକ୍ଷଣ ଦେଖାଦେଇଥିଲା । ସେମାନଙ୍କ ନାକରୁ ପାଣି ଗଡିଥିବା ବେଳେ ସେମାନେ ମାଂସ ଖାଇବା ବନ୍ଦ କରିଦେଇଥିଲେ । ଏହା ଦେଖି ଚିଡିଆଖାନାର କର୍ତ୍ତୃପକ୍ଷମାନେ ସମସ୍ତ ସିଂହର ନମୁନା ସଂଗ୍ରହ କରି ଅନୁସନ୍ଧାନ ପାଇଁ ସେଲୁଲାର୍ ଏବଂ ଆଣବିକ ଜୀବ ବିଜ୍ଞାନ କେନ୍ଦ୍ର (CCMB) କୁ ପଠାଇଛନ୍ତି । ତେବେ ଏପ୍ରିଲ 29 ରେ CCMB ମୌଖିକ ଭାବେ କହିଥିଲା କି RT-PCR ଏହି ସଂହଗୁଡିକ କୋଭିଡ ପଜେଟିଭି ବୋଲି ଦର୍ଶାଇଥିଲା । ତେବେ ଚିଡିଆଖାନା କର୍ତ୍ତୃପକ୍ଷ ଏ ନେଇ ସ୍ପଷ୍ଟୀକରଣ ଦେଇନାହାନ୍ତି ।

ତେବେ ତେଲେଙ୍ଗାନାରେ ଦିନକୁ ଦିନ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଣୁ କଡା କଟକଣା ଲାଗୁ ସହ ଏହି ଚିଡିଆଖାନାକୁ ସର୍ବସାଧାରଣ ପାଇଁ ବନ୍ଦ କରିଦିଆଯାଇଛି । ଚିଡିଆଖାନାରେ କୋରୋନା ସଂକ୍ରମଣ ଦେଖାଦେବା ପରେ କର୍ତ୍ତୃପକ୍ଷ ସତର୍କ ରହିଛନ୍ତି ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରି ଦେଇଛନ୍ତି । ଏଥି ସହିତ ପାର୍କରେ ଅବଶିଷ୍ଟ ଜୀବଜନ୍ତୁଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ସମ୍ପୂର୍ଣ୍ଣ ନଜର ରଖାଯାଉଛି ।

ହାଇଦ୍ରାବାଦର ୱାଇଲ୍ଡଲାଇଫ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଡାକ୍ତର ଶିରିଶ ଉପାଧ୍ୟାୟ କହିଛନ୍ତି ଯେ, ଗତ ବର୍ଷ ନ୍ୟୁୟର୍କର ଏକ ପ୍ରାଣୀ ଉଦ୍ୟାନରେ 8 ଟି ବାଘ ଏବଂ ସିଂହ କୋରୋନା ପଜିଟିଭ ହୋଇଥିଲେ । ଏହା ବ୍ୟତୀତ ପଶୁମାନଙ୍କ ଦେହେରେ କରୋନା ସଂକ୍ରମଣ ନେଇ କୌଣସି ଖବର ନଥିଲା । ତେବେ ହଂକଂର କୁକୁର ଏବଂ ବିଲେଇମାନଙ୍କଠାରେ କରୋନା ଜୀବାଣୁ ଦେଖିବାକୁ ମିଳିଥିଲ ।

Last Updated : May 4, 2021, 5:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.