ଶିବମୋଗା: କର୍ଣ୍ଣାଟକ ଶିବମୋଗା ଜିଲ୍ଲାରେ ଘାତକ ବିସ୍ଫୋରଣ। ଷ୍ଟୋନ କ୍ରସର ଫ୍ୟାକ୍ଟ୍ରିରେ ଡାଇନାମାଇଟ୍ ବ୍ଲାଷ୍ଟରେ 8 ଶ୍ରମିକ ମୃତ। ଏହି ବିସ୍ଫୋରଣରେ ଅନେକ ଘରଦ୍ବାରା ଭାଙ୍ଗିଯାଇଥିବା ସୂଚନା ମିଳିଛି। ଗୁରୁବାର ରାତି ପ୍ରାୟ 10.30 ରେ ଭୟଙ୍କର ବିସ୍ଫୋରଣରେ ଆଖପାଖରେ ଥିବା ଅଞ୍ଚଳ ଯଥା, ଚିକକାମାଲୁରୁ, ଉତ୍ତର କନ୍ନଡ ଏବଂ ଡାଭାନାଗେରର ଥରି ଉଠିଥିଲା।

ଶିବମୋଗା ସହର ଠାରୁ ପ୍ରାୟ 5-6 କିମି ଦୂରରେ ବିସ୍ପୋରଣ ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ସଜାଗ ହୋଇଯାଇଛି। ଟ୍ରକ ଦ୍ବାରା 50 ଡାଏନାମାଇଟ ଓ ଜିଲେଟିନ ଆଣିବା ବେଳେ ଏହି ଅଘଟଣ ଘଟିଛି। ବିସ୍ଫୋରଣ ପାଇଁ ପାଖ ଗ୍ରାମଗୁଡିକ ଧୂଆଁରେ ଆବଦ୍ଧ ହୋଇଥିଲା। ଶିବମୋଗା ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି, "ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ପୂରା ଟ୍ରକକୁ ଖଣ୍ଡ ଖଣ୍ଡ କରିଥିଲା। ଏହାସହ ଘଟଣାସ୍ଥଳରେ 8 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହା ଯାଉଥିବା ରାସ୍ତାରେ ବଡ଼ ଫାଟ ମଧ୍ୟ ସୃଷ୍ଟି ହୋଇଥିଲା।"
ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି ଏବଂ ପୀଡିତମାନଙ୍କୁ ରାଜ୍ୟ ସରକାର ସମସ୍ତ ସହାୟତା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। "ଶିବମୋଗାରେ ଶ୍ରିମକଙ୍କ ଜୀବନହାନି ଘଟଣାରେ ମୁଁ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଏହାସହ ଆହତମାନେ ଶୀଘ୍ର ସୁସ୍ଥ ହୋଇଯାନ୍ତୁ ଏତିକି ହିଁ କାମନା କରୁଛି। ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି" ବୋଲି ମୋଦି କହିଛନ୍ତି।
-
Pained by the loss of lives in Shivamogga. Condolences to the bereaved families. Praying that the injured recover soon. The State Government is providing all possible assistance to the affected: PM @narendramodi
— PMO India (@PMOIndia) January 22, 2021 " class="align-text-top noRightClick twitterSection" data="
">Pained by the loss of lives in Shivamogga. Condolences to the bereaved families. Praying that the injured recover soon. The State Government is providing all possible assistance to the affected: PM @narendramodi
— PMO India (@PMOIndia) January 22, 2021Pained by the loss of lives in Shivamogga. Condolences to the bereaved families. Praying that the injured recover soon. The State Government is providing all possible assistance to the affected: PM @narendramodi
— PMO India (@PMOIndia) January 22, 2021
ଶିବମୋଗା ବିଧାୟକ କେ ବି ଅଶୋକ ନାୟକ କହିଛନ୍ତି ଯେ, ହୁନାସୋଦୁ ଗ୍ରାମ ନିକଟ ରେଳ କ୍ରସର ପାଖରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବାର ସୂଚନା ମିଳିଛି। "ସ୍ଥାନୀୟ ପାର୍ଟି କର୍ମୀ ଏବଂ ପୋଲିସଙ୍କ ସୂଚନା ଅନୁସାରେ, 8 ଜଣଙ୍କ ମୃତ୍ୟୁ ଘଟିଛି ଏବଂ ସମଗ୍ର ଅଞ୍ଚଳ ଘନ ଧୂଆଁରେ ଆବଦ୍ଧ ହୋଇଛି। ପ୍ରବଳ ଧୂଆଁ ଯୋଗୁଁ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପାରି ନାହାଁନ୍ତି।'' ତେବେ ମୃତ ଶ୍ରମିକମାନେ ବିହାରର ଏକ ଖଣିରେ କାମ କରୁଥିବା କୁହାଯାଉଛି। ବିସ୍ଫୋରଣର ଶବ୍ଦ ଏତେ ଭାରି ଥିଲା ଯେ ଲୋକମାନେ ଏହାକୁ ଏକ ଭୂକମ୍ପ ବୋଲି ଭାବି ଘରୁ ବାହାରକୁ ଆସିଥିଲେ। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି।
ଏହି ଘଟଣା ସାଭାଲୁଙ୍ଗା ଏବଂ ଶିକରିପୁରା ଦେଇ ଯାଇଥିବା ଶିବମୋଗା-ହାନାଗଲ ରାଜ୍ୟ ରାଜପଥରେ ଅବସ୍ଥିତ ଅବବାଲାଗେରେ ଗ୍ରାମରେ ଘଟିଛି। ବେଙ୍ଗାଲୁରୁ ଠାରୁ ପ୍ରାୟ 290 କିଲୋମିଟର ଦୂରରେ ଥିବା ଶିକରିପୁରା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପାଙ୍କ ଗୃହ ନିର୍ବାଚନମଣ୍ଡଳୀ ଅଟେ। ସରକାରୀ ସୂତ୍ର ଅନୁଯାୟୀ, ଏହି ଅଞ୍ଚଳରେ ଆଉ ବିସ୍ଫୋରଣ ନହେବା ପାଇଁ ଏକ ସ୍ୱତନ୍ତ୍ର ବୋମା ସ୍କ୍ବାଡ୍ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ