ETV Bharat / bharat

କୋରୋନାର କରୁଣ ଚିତ୍ର, ଗୋଟିଏ ଜୁଇରେ ଜଳିଲେ 8 କୋରୋନା ମୃତକ - ଗୋଟିଏ ଜୁଇରେ 8 କୋରୋନା ମୃତକ ଦାହ

ଗୋଟିଏ ଜୁଇରେ ଜଳିଲେ 8 ଜଣ କୋରୋନା ମୃତକ । ମହାରାଷ୍ଟ୍ର ବିଡ୍ ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ...

କୋରୋନାର କରୁଣ ଚିତ୍ର, ଗୋଟିଏ ଜୁଇରେ ଜଳିଲେ 8 କୋରୋନା ମୃତକ

author img

By

Published : Apr 7, 2021, 8:46 PM IST

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନାର ଦ୍ବିତୀୟ ଲହର ତାଣ୍ଡବ ରଚୁଛି । ଏଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପଜିଟିଭ ମାମଲା ପ୍ରକାଶ ପାଉଛି ଏବଂ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ତେବେ ଇତିମଧ୍ୟରେ ମହାରାଷ୍ଟ୍ରର ବିଡ ଜିଲ୍ଲାରୁ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି । ଅନ୍ତିମ ସଂସ୍କାର ପାଇଁ ଯଥେଷ୍ଟ ସ୍ଥାନର ଅଭାବ ଯୋଗୁଁ ଗୋଟିଏ ଚିତାରେ 8 ଜଣ କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ସୂଚନାଯୋଗ୍ୟ, ବିଡ ଜିଲ୍ଲା ଅମ୍ବେଜୋଗାଇ ସହରରେ 8 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା । ସେହି ଅଞ୍ଚଳରେ ମୃତକଙ୍କ ଅନ୍ତ୍ୟେଷ୍ଟି ପାଇଁ ସେଠାକାର ବାସିନ୍ଦା ବିରୋଧ କରିଥିଲେ । ଫଳରେ ସ୍ଥାନୀୟ ପ୍ରଶାସନ ସହରରୁ ଦୁଇ କିଲୋମିଟର ଦୂର ମାଣ୍ଡୱା ଅଞ୍ଚଳରେ ଶେଷକ୍ରିୟା ପାଇଁ ସ୍ଥାନ ଚିହ୍ନଟ କରିଥିଲେ । ମାତ୍ର ସେଠାରେ ସୀମିତ ଜାଗା ଥିଲା । ଫଳସୂରୁପ, ବାଧ୍ୟ ହୋଇ ଗୋଟିଏ ବଡ ଜୁଇ ତିଆରି କରାଯାଇ 8 ଜଣ କୋରୋନା ମୃତକଙ୍କୁ ଦାହ କରାଗଲା । ଏନେଇ ଆମ୍ବେଜୋଗାଇ ପୌରପାଳିକା ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.