ଜୟପୁର: ଦେଶ ସେବାରେ ସରିଗଲା ଯୁବାବସ୍ଥା । ପରିଣତରେ ଜାଗୃତ ହେଲା ସନ୍ତାନ ପାଇବାର ଆଶା । ବାପା ମା' ଡାକ ଶୁଣିବାକୁ ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ଇଚ୍ଛା । ଏଥିପାଇଁ କେତେକ ଦମ୍ପତିକୁ ଅପେକ୍ଷା କରିବାକୁ ପଡ଼ିବା ସହ ଶେଷରେ ନିରାଶ ହେବାକୁ ପଡ଼େ । ହେଲେ ଏଥିରେ କିଛି ବ୍ୟତିକ୍ରମ ଘଟିଛି । ପରିଣତ ବୟସ ବା ୭୫ ବର୍ଷରେ ବାପା ମା' ଡାକ ଶୁଣିଛନ୍ତି ରାଜସ୍ଥାନର ବୃଦ୍ଧ ଦମ୍ପତି ।
ରାଜସ୍ଥାନର ଅଲବର ଜିଲ୍ଲାର ୭୫ ବର୍ଷୀୟ ଗୋପୀଚାନ୍ଦ ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ । ଯୁବାବସ୍ଥାରେ ଦେଶ ସେବା ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିବା ପାଇଁ ସେନାରେ ଯୋଗଦେଇଥିଲେ । ତେଣୁ ପରିବାର ବିଷୟରେ ଚିନ୍ତା କରିବାକୁ ସୁଯୋଗ ପାଇନଥିଲେ । ସେନାରୁ ଅବସର ନେବା ପରେ ସେ ସନ୍ତାନ ପାଇଁ ଇଚ୍ଛା କରିଥିଲେ । ଏନେଇ ସେ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ଗର୍ଭଧାରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାପରେ ଗୋପୀଚାନ୍ଦଙ୍କ ୭୦ ବର୍ଷୀୟ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ କଲେ । ବିବାହର ୫୪ ବର୍ଷ ପରେ ପିତାମାତା ହେବାର ସୁଯୋଗ ପାଇଥିବାରୁ ବୃଦ୍ଧ ଦମ୍ପତି ବେଶ ଖୁସି ଅଛନ୍ତି । ପରିବାରରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି । ଗୋପୀଚାନ୍ଦ କରିଛନ୍ତି, " ୭୫ ବର୍ଷରେ ସନ୍ତାନ ସୁଖ ପାଇଛି । ଏହାଠାରୁ ଖୁସି ଖବର ଆଉ କଣ ହୋଇପାରେ । ପିଲାଟି ପାଇଁ ୧୯୬୮ରୁ ଅପେକ୍ଷା କରି ରହିଥିଲି । ଆଜି ତାହା ପୂରଣ ହେଲା ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ