ETV Bharat / bharat

ଇନ୍ଦୋର ମୁନିସିପାଲର ପ୍ରଶଂସନୀୟ ପଦକ୍ଷେପ, 700 ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କୁ ଦେଲା ନିଯୁକ୍ତି

author img

By

Published : Apr 9, 2021, 12:39 PM IST

ମଧ୍ୟପ୍ରଦେଶର ଇନ୍ଦୋର ମୁନିସିପାଲ ଏକ ଉତ୍ତମ ପଦକ୍ଷେପ ନେଇ 700 ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କୁ ନିଯୁକ୍ତି ଦେଇଛି । ଅଧିକ ପଢନ୍ତୁ...

ଇନ୍ଦୋର ମୁନିସିପାଲର ପ୍ରଶଂସନୀୟ ପଦକ୍ଷେପ, 700 ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କୁ ଦେଲା ନିଯୁକ୍ତି
ଇନ୍ଦୋର ମୁନିସିପାଲର ପ୍ରଶଂସନୀୟ ପଦକ୍ଷେପ, 700 ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କୁ ଦେଲା ନିଯୁକ୍ତି

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋର ମୁନିସିପାଲ କର୍ପୋରେସନ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି । ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ପ୍ରାୟ 700 ଜଣ ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କୁ ମୁନିସିପାଲ କର୍ପୋରେସନ ମୁନିସିପାଲିଟିର ଟ୍ରେଞ୍ଚିଂ ଗ୍ରାଉଣ୍ଡ ବା ଖାଲ ଖୋଳିବା କାର୍ଯ୍ୟରେ ନିଯୁକ୍ତି ପ୍ରଦାନ କରିଛି ।

ଗତ କିଛି ବର୍ଷ ପୂର୍ବ ମହାନଗର ବାସିନ୍ଦାଙ୍କ ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ ବୋଲି ମୁନିସିପାଲିଟି ତରଫରୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ରାସ୍ତାଘାଟ ସଫା ରହିବା ବେଳେ ଏହି ନିଷ୍ପତ୍ତି ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । କାରଣ ରାସ୍ତାଘାଟରୁ ବର୍ଜ୍ୟବସ୍ତୁ ସଫା କରି ରୋଜଗାର କରୁଥିବା ଏହି କର୍ମଚାରୀମାନେ ବେରୋଜଗାର ହୋଇପଡିଥିଲେ । ଏହାପରେ ମୁନିସିପାଲିଟି ତରଫରୁ 700 ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟରେ ନିୟୋଜିତ ଥିବା ଜଣେ କର୍ମଚାରୀ ସଙ୍ଗୀତା କହିଛନ୍ତି ଯେ ରାସ୍ତାକଡ଼ରେ ପଡୁଥିବା ବର୍ଜ୍ୟବସ୍ତୁକୁ ସଫା କରିବା କାର୍ଯ୍ୟରେ ସେ ଦିନକୁ 150 ଟଙ୍କା ରୋଜଗାର କରୁଥିଲେ । ତେବେ ସେ ଏଠାରେ ନିଯୁକ୍ତି ପାଇବା ପରେ ଦିନକୁ 400 ଟଙ୍କା ରୋଜଗାର କରିବା ସହିତ ସେମାନଙ୍କୁ ସ୍ବାସ୍ଥ୍ୟ ବୀମା ଓ ପରିବାର ଲୋକଙ୍କ ପାଇଁ ମଧ୍ୟ ସ୍ବାସ୍ଥ୍ୟ ବୀମା ଦିଆଯାଇଛି । ଏ ସମ୍ପର୍କରେ ଅନ୍ୟ ଜଣେ କର୍ମଚାରୀ କହିଛନ୍ତି ଯେ ପୂର୍ବରୁ ସେ ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବାରୁ ଅପରିଷ୍କାର ଯୋଗୁଁ ଠିକ ସମୟରେ ଖାଦ୍ୟ ଖାଇପାରୁନଥିଲେ । ମାତ୍ର ମୁନିସିପାଲ ପକ୍ଷରୁ ଏହି ନିଯୁକ୍ତି ପାଇବା ପରେ ଖାଦ୍ୟ ଠିକ ସମୟରେ ଖାଇପାରୁଛନ୍ତି ଏବଂ ଏକ ଗାଡି ସେମାନଙ୍କୁ କାର୍ଯ୍ୟସ୍ଥଳୀରେ ପହଞ୍ଚାଇ ଦେଇଥାଏ । ଯାହାଫଳରେ ତାଙ୍କୁ ବହୁତ ସୁବିଧା ହେଉଛି ।

ତେବେ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ମୁନିସିପାଲ କର୍ପୋରେସନ କମିଶନର ପ୍ରତିଭା ପାଲ କହିଛନ୍ତି । ଏହି କର୍ମଚାରୀମାନେ ସକାଳ 10ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କାର୍ଯ୍ୟ କରି ଦିନକୁ 400 ଟଙ୍କା ରୋଜଗାର କରୁଛନ୍ତି । ସାର୍ବଜନୀନ-ବ୍ୟକ୍ତିଗତ-ସହଭାଗୀତା(ପିପିପି) ମଡ଼େଲରେ 700 କର୍ମଚାରୀଙ୍କୁ କାର୍ଯ୍ୟ ଦିଆଯାଇଛି । ଗୁଜୁରାଟର ଏକ କମ୍ପାନୀ ନେପ୍ରା 700 ଜଣଙ୍କ କର୍ମଚାରୀଙ୍କ ମଧ୍ୟରୁ 400 ଜଣଙ୍କୁ କର୍ମ ନିଯୁକ୍ତି ଯୋଗାଇଛି ବୋଲି ପାଲ ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.