ETV Bharat / bharat

ହରିୟାଣାରେ ହୃଦୟଥରା ଘଟଣା: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ପେଟ୍ରୋଲରେ ଜାଳି ଜଙ୍ଗଲରେ ଫିଙ୍ଗିଦେଲେ - ହରିୟାଣାରେ ଦୁଷ୍କର୍ମ ପରେ ହତ୍ୟା

ହରିୟାଣାରେ ୭ ବର୍ଷ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ମୃତଦେହ ଜାଳିଦେଲା ୧୯ ବର୍ଷୀୟ ପଡୋଶୀ ଯୁବକ (minor girl rape murderd in Haryana)। ଜଙ୍ଗଲରୁ ଉଦ୍ଧାର ହେଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ । ଅଭିଯୁକ୍ତ ଗିରଫ । ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

ହରିୟାଣାରେ 7 ବର୍ଷ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ଜଙ୍ଗଲରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

author img

By

Published : Oct 10, 2022, 6:34 PM IST

ଚଣ୍ଡିଗଡ: ହରିୟାଣାରେ ବର୍ବରତାର ସମସ୍ତ ସୀମା ଟପିବା ପରି ଘଟଣା ସାମ୍ନାକୁ ଆସିଛି । ଜଣେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ମୃତଦେହକୁ ପେଟ୍ରୋଲ ଢାଳି ଜାଳି ଦେବା ପରେ ଜଙ୍ଗଲରେ ଫିଙ୍ଗି ଦେଇଛି ପଡୋଶୀ ଯୁବକ । ଅର୍ଦ୍ଧ୍ବଦଗ୍ଧ ମୃତଦେହ ଜଙ୍ଗଲରୁ ଉଦ୍ଧାର ହେବା ପରେ ଘଟଣା ସମ୍ପର୍କରେ ସୂଚନା ମିଳିବା ସହ ଅଭିଯୁକ୍ତ ଯୁବକକୁ ମଧ୍ୟ ପୋଲିସ ଗିରଫ କରିଛି (minor girl rape murderd in Haryana)। ହରିୟାଣାର କଇଥାଲରେ ଏପରି ଏକ ଲୋମଟାଙ୍କୁରା ଘଟଣା ଏବେ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୀଡିତା ନାବାଳିକାର ଘର ନିକଟରେ ରହୁଥିବା ଜଣେ ୧୯ ବର୍ଷୀୟ ଯୁବକ ବୋଲି ପୋଲିସ ସ୍ପଷ୍ଟ କରିଛି । ଗତକାଲି ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତ ନାବାଳିକାର ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ରବିବାର ସଂଧ୍ୟା ଠାରୁ ନାବାଳିକା ଜଣଙ୍କ ଘରକୁ ଫେରି ନଥିଲେ । ସେମାନେ ସ୍ଥାନୀୟ ଥାନାରେ ନିଖୋଜ ନେଇ ଏକ ଏକଲା ଦାଏର କରିଥିଲେ । ପୋଲିସ ନାବାଳିକାକୁ ଖୋଜଖୋଜି କରିବା ପରେ ନିକଟସ୍ଥ ଏକ ଜଙ୍ଗଲରୁ ତାର ଅର୍ଦ୍ଧଧଗ୍ଧ ମୃତଦେହ ଉଦ୍ଧାର କରିଥିଲା । ତେବେ ନାବାଳିକାର ଶରୀରର ଅନେକାଂଶ ଜଳି ଯାଇଥିବା ବେଳେ ପରିବାର ସଦସ୍ୟ ତାହା ନାବାଳିକାର ମୃତଦେହ ବୋଲି ଚିହ୍ନଟ କରି ପୋଲିସକୁ ସ୍ପଷ୍ଟ କରିଥିଲେ ।
ଘଟଣା ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ କୈଥଲ ପୋଲିସ ଅଧୀକ୍ଷକ ମସୁଦ ଅହମ୍ମଦ କହିଛନ୍ତି, "ହତ୍ୟା ପୂର୍ବରୁ ସମ୍ପୃକ୍ତ ନାବାଳିକା ଜଣେ ୧୯ ବର୍ଷୀୟ ଯୁବକଙ୍କ ସାଙ୍ଗରେ ଯାଉଥିବା ସମୟର ଏକ ଭିଡିଓ ପୋଲିସକୁ ମିଳିଥିଲା । ପରେ ଭିଡିଓ ଆଧାରରେ ସମ୍ପୃକ୍ତ ଯୁବକକୁ ଠାବ କରାଯାଇ ଜେରା କରାଯିବା ପରେ ଘଟଣା ସମ୍ପର୍କରେ ସତ୍ୟତା ଜଣାପଡିଥିଲା ।ସମ୍ପୃକ୍ତ ଅଭିଯୁକ୍ତ ଯୁବକ ନାବାଳିକାର ପଡୋଶୀ ଓ ତାକୁ ଦୁଷ୍କର୍ମ ପରେ ହତ୍ୟା କରି ପଟ୍ରୋଲ ଢାଳି ମୃତଦେହ ଜାଳି ଦେଇଥିବା ପୋଲିସ ନିକଟରେ ସ୍ବୀକାର କରିଥଲା ।

ପରେ ପ୍ରାମାଣ ନଷ୍ଟ କରିବା ପାଇଁ ସେ ନିକଟରେ ଥିବା ଏକ ଜଙ୍ଗଲିଆ ସ୍ଥାନରେ ଅଧାଜଳା ମୃତଦେହକୁ ପିଙ୍ଗି ଦେଇ ଫେରାର ହୋଇଯାଇଥିଲା । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଆଇପିସିର ଧାରା 376 (B), 376 (A) (B), 366A, 302, 201 ଓ ପକ୍ସୋ (POCSO) ଆକ୍ଟରେ ମାମଲା ରୁଜୁ କରିଛି । ଆଜି ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥିଲା । ଅଧିକ ଜେରା ପାଇଁ ପୋଲିସ ଅଭିଯୁକ୍ତକୁ ଗୋଟିଏ ଦିନ ରିମାଣ୍ଡରେ ମଧ୍ୟ ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.