ETV Bharat / bharat

Ukraine crisis: ବ୍ୟାପକ ହେଉଛି ଅପରେସନ ଗଙ୍ଗା, ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ଆଉ ୭ବିମାନ

author img

By

Published : Mar 1, 2022, 7:15 PM IST

ୟୁକ୍ରେନରେ କ୍ରମାଗତ ଗମ୍ଭୀର ହେବାରେ ଲାଗିଛି ସ୍ଥିତି । ସମସ୍ତ ଭାରତୀୟଙ୍କୁ ରାଜଧାନୀ କିବ ଛାଡିବା ପାଇଁ ଦୂତାବାସର ନିର୍ଦ୍ଦେଶ । ବ୍ୟାପକ ହେଉଛି ଉଦ୍ଧାର ଅଭିଯାନ ‘ଅପରେସନ ଗଙ୍ଗା’ । ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ଆଉ ୭ ବିମାନ । ସ୍ପାଇସ ଜେଟ, ଇଣ୍ଡିଗୋ ସମେତ ବାୟୁସେନା ସ୍ବତନ୍ତ୍ର ବିମାନ ମଧ୍ୟ ହେବ ସାମିଲ । ଅଧିକ ପଢନ୍ତୁ

Ukraine crisis: ବ୍ୟାପକ ହେଉଛି ଅପରେସନ ଗଙ୍ଗା, ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ଆଉ ୭ ବିମାନ

ନୂଆଦିଲ୍ଲୀ: ୟୁକ୍ରେନରୁ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଓ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଜାରି ରହିଥିବା ‘ଅପରେସନ୍ ଗଙ୍ଗା’ କୁ ବ୍ୟାପକ କରାଯାଉଛି । ଆସନ୍ତାକାଲି (ବୁଧବାର) ସାତୋଟି ବିମାନ ୟୁକ୍ରେନର ପଡୋଶୀ ଦେଶରୁ ଭାରତୀୟଙ୍କୁ ଧରି ଦିଲ୍ଲୀରେ ଅବତରଣ କରିବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି । ଏହି ଅଭିଯାନରେ ଏବେ ସୁଦ୍ଧା ମୋଟ ୯ବିମାନରେ ଭାରତୀୟମାନେ ଫେରିସାରିଲେଣି ।

ସୂଚନାନୁସାରେ, ୟୁକ୍ରେନର ଆକାଶମାର୍ଗ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ପଡୋଶୀ ଦେଶଗୁଡିକ ଜରିଆରେ ଅପରେସନ ଜାରି ରଖିଛି ଭାରତ । ପ୍ରଥମେ ଏୟାର ଇଣ୍ଡିଆ ବ୍ୟବହାର କରାଯାଇଥିବା ବେଳେ ଏବେ ସ୍ପାଇସଜେଟ, ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଭାରତୀୟ ବାୟୁସେନାର ପରିବହନ ବିମାନକୁ ମଧ୍ୟ ବ୍ୟବହାର କିରବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ।

ତେବେ ସେଠାରେ କ୍ରମାଗତ ଭାବେ ସ୍ଥିତି ବିଗିଡିବାରେ ଲାଗିଛି । ଋଷ ସେନା ଗୋଟିଏ ପରେ ଗୋଟିଏ ୟୁକ୍ରେନୀୟ ସହରକୁ କାବୁ କରିବାରେ ଲାଗିଛି । ଏପରି ସମୟରେ ରାଜଧାନୀ କିବ ମଧ୍ୟ ସୁରକ୍ଷିତ ହୋଇନାହିଁ । ତେଣୁ ସମସ୍ତ ଭାରତୀୟଙ୍କୁ ତୁରନ୍ତ କିବ ଛାଡିବା ପାଇଁ ନିର୍ଦ୍ଦେଶ ମଧ୍ୟ ମିଳିସାରିଛି । ଅନ୍ୟପଟେ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ତ୍ବରିତ କରିବା ପାଇଁ ଭାରତୀୟ ବାୟୁସେନାର ବୃହତ ଯୁଦ୍ଧ ପରିବହନ ବିମାନ C-17 ବ୍ୟବହାର ହେବା ନେଇ ମଧ୍ୟ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ଗତକାଲି (ସୋମବାର) ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି ଯେ 8,000 ରୁ ଅଧିକ ଭାରତୀୟ ନାଗରିକ ୟୁକ୍ରେନ ଛାଡିସାରିଲେଣି । ସଙ୍କଟ ଆରମ୍ଭ ହେବା ମାତ୍ରେ ଦୂତାବାସ ପକ୍ଷରୁ ନିୟମିତ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା । ସଠିକ ସୂଚନା ପାଇବା ଫଳରେ ଭାରତୀୟମାନେ ସ୍ବଦେଶ ଫେରିବା ଆରମ୍ଭ କରିଥିଲେ । ଏବେ ସୁଦ୍ଧା ସେଠାରେ ରହିଯାଇଥିବା ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ସମସ୍ତଙ୍କ ସ୍ଥାନାନ୍ତରଣ ନସରିବା ଯାଏ ଏହି ଅପରେସନ ଗଙ୍ଗା ଜାରି ରହିବା ନେଇ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

ଆଜି ଖାର୍କିଭ ସହରରେ ଗୁଳିମାଡରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଯାହା ଭାରତରେ ଥିବା ଅଭିଭାବକଙ୍କ ଚିନ୍ତା ବଢାଇଛି । ଭାରତୀୟ ଛାତ୍ରମାନେ ୟୁକ୍ରେନର ଭିନ୍ନଭିନ୍ନ ସ୍ଥାନରେ ଥିବାବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପ୍ରକ୍ରିୟା ଏତେଟା ସହଜ ହେଉନାହଁ । ଭାରତ ସରକାର ୪ ମନ୍ତ୍ରୀଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ତ୍ବରିତ କରିବା ପାଇଁ ୟୁକ୍ରେନର ୪ପଡୋଶୀ ଦେଶକୁ ମଧ୍ୟ ପଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.