ETV Bharat / bharat

ନବରାତ୍ରୀର ଷଷ୍ଠ ଦିନ: ଆଜି କାତ୍ୟାୟନୀ ରୂପରେ ପୂଜା ପାଉଛନ୍ତି ମା'

ନବରାତ୍ରୀ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଷଷ୍ଠ ଦିନରେ ମା' କାତ୍ୟାୟନୀ ରୂପରେ ପୂଜା ପାଇବେ । ଅଧିକ ପଢନ୍ତୁ...

author img

By

Published : Oct 11, 2021, 6:51 AM IST

ନବରାତ୍ରୀର ଷଷ୍ଠ ଦିନ: ଆଜି କାତ୍ୟାୟନୀ ରୂପରେ ପୂଜା ପାଉଛନ୍ତି ମା'
ନବରାତ୍ରୀର ଷଷ୍ଠ ଦିନ: ଆଜି କାତ୍ୟାୟନୀ ରୂପରେ ପୂଜା ପାଉଛନ୍ତି ମା'

ହାଇଦ୍ରାବାଦ: ଆଜି ମା' ଦୁର୍ଗାଙ୍କ ଷଷ୍ଠୀ । ନବରାତ୍ରୀ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଷଷ୍ଠ ଦିନରେ ମା' କାତ୍ୟାୟନୀ ରୂପରେ ପୂଜା ପାଇବେ । ନବରାତ୍ରୀର ଷଷ୍ଠ ଦିନରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ମା' କାତ୍ୟାୟନୀଙ୍କ ପୂଜା ଦ୍ବାରା ଶତ୍ରୁ ସଂହାର ପାଇଁ ଶରୀରରେ ଅଦ୍ଭୁତ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ବାସ ରହିଛି । ବଜ୍ର ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ କାତ୍ୟାୟନୀଙ୍କର ଚାରୋଟି ହସ୍ତ । ଗୋଟିଏ ହାତରେ ଖଣ୍ଡା ଦ୍ବିତୀୟ ହାତରେ ପଦ୍ମ ଫୁଲ ଶୋଭା ପାଇଥାଏ । ଅନ୍ୟ ହସ୍ତ ଦ୍ବୟ କ୍ରମଶଃ ବରମୁଦ୍ରା ଓ ଅଭୟମୁଦ୍ରାରେ ରହିଥାଏ । ଚାରିଭୁଜା ଧାରୀ ମା' କାତ୍ୟାୟନୀ ସିଂହ ଉପରେ ବିରାଜମାନ ହୋଇଥାନ୍ତି ।

ପୌରାଣିକ ତଥ୍ୟ ଅନୁଯାୟୀ ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ନେଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ ହୋଇଛି। କିନ୍ତୁ କାଳିକା ପୁରାଣରେ ଋଷି କାତ୍ୟାୟନ ପ୍ରଥମେ ତାଙ୍କୁ ଦେବୀ ଭାବରେ ଉପାସନା କରିଥିବାରୁ ତାଙ୍କୁ କାତ୍ୟାୟିନୀ ନାମରେ ପରିଚୟ ମିଳିଥିଲା । ବିଶ୍ବାସ ରହିଛି ନବରାତ୍ରୀରେ ମା'ଙ୍କର ଭିନ୍ନ ଭିନ୍ନ ସ୍ବରୂପଙ୍କୁ ପୂଜା କଲେ ଜୀବନରେ ଆସୁଥିବା ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହି ଦିନ ପ୍ରସାଦ ସ୍ବରୂପ ମା'ଙ୍କୁ ମହୁ ଭୋଗ ଲାଗି ହୁଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.