ETV Bharat / bharat

ରେକର୍ଡ଼ ଭାଙ୍ଗୁଛି ଦୈନିକ ସଂକ୍ରମଣ, ଦିନକରେ 62,258 ଆକ୍ରାନ୍ତ ଚିହ୍ନଟ

author img

By

Published : Mar 27, 2021, 9:57 AM IST

ଦେଶରେ ପୁଣି ଉପରମୁହାଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ ନୂଆ 62 ହଜାର 258 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 291 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ମିଳିଛି ।

ପୁଣି ପ୍ରତିଦିନ ରେକର୍ଡ଼ ଭାଙ୍ଗୁଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ରେକର୍ଡ଼ ଭାଙ୍ଗୁଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ ନୂଆ 62 ହଜାର 258 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 291 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ମିଳିଛି ।

ଏହାସହିତ 30 ହଜାର 386 ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 1 କୋଟି 12 ଲକ୍ଷ 95 ହଜାର 023ରେ ପହଞ୍ଚିଛି । ସେପଟେ ଦେଶରେ କୋରୋନାରେ ମୋଟ 1 କୋଟି 19 ଲକ୍ଷ 08 ହଜାର 910 ଜଣ ଆକ୍ରାନ୍ତ ହୋଇଥିବା ବେଳେ ସକ୍ରିୟ ରହିଛନ୍ତି 4 ଲକ୍ଷ 52 ହଜାର 647 ଜଣ । ଦେଶରେ କୋରୋନା ଜନିତ ମୃ୍ତ୍ୟୁ ସଂଖ୍ୟା 1 ଲକ୍ଷ 61 ହଜାର 240ରେ ପହଞ୍ଚିଛି ।

ଅନ୍ୟପଟେ ଏଯାବତ ଦେଶରେ ମୋଟ 5 କୋଟି 81 ଲକ୍ଷ 9 ହଜାର 773 ଜଣଙ୍କୁ କୋଭିଡ଼ ଟିକା ଦିଆସରିଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR) ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.