ETV Bharat / bharat

Operation All Out: 4 ମାସରେ କାଶ୍ମୀରରେ ୬୨ ଆତଙ୍କୀ ସଫା

author img

By

Published : Apr 28, 2022, 3:28 PM IST

ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ୬୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ସକାଳେ କାଶ୍ମୀର ପୋଲିସ ତରଫରୁ ଏକ ବିବୃତ୍ତି ଜାରି କରାଯାଇ ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଚଳିତ ବର୍ଷ  କାଶ୍ମୀରରେ ୬୨ ଆତଙ୍କବାଦୀ ନିହତ ହୋଇଛନ୍ତି: କାଶ୍ମୀର IGP

ଶ୍ରୀନଗର: ଅପରେସନ୍ ଅଲ୍ ଆଉଟକୁ ସଫଳତା । ଚଳିତ ବର୍ଷ (4 ମାସରେ) ଜମ୍ମୁ କାଶ୍ମୀରରେ ୬୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥି ମଧ୍ୟରୁ ୪୭ ଜଣ ସ୍ଥାନୀୟ ଆତଙ୍କବାଦୀ ରହିଥିବା ଜମ୍ମୁ କାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଆଜି ସକାଳେ କାଶ୍ମୀର ପୋଲିସ ତରଫରୁ ଏକ ବିବୃତ୍ତି ଜାରି କରାଯାଇଥିଲା । ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର କହିଛନ୍ତି, ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୩୯ ଜଣ LeTର, ୧୫ ଜଣ JeM, ୬ ଜଣ HM ଓ ୨ଜଣ Al-Badrର ରହିଛନ୍ତି ।

ତେବେ ଆତଙ୍କୀଙ୍କ ମଧ୍ୟରୁ ୪୭ ଜଣ ସ୍ଥାନୀୟ ଆତଙ୍କବାଦୀ ଏବଂ ୧୫ ଜଣ ବିଦେଶୀ ଆତଙ୍କବାଦୀ ବୋଲି ଆଇଜିପି କାଶ୍ମୀର ବିବୃତ୍ତିରେ କହିଛି । ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ମିତ୍ରିଗାମ ଅଞ୍ଚଳରେ ଗୁଳି ବିନିମୟରେ ସ୍ଥାନୀୟ ଅଜାଜ ହାଫିଜ ଏବଂ ସୟିଦ ଆୟୁବ ନାମକ ଦୁଇଜଣ Al-Badr ଆତଙ୍କବାଦୀ ନିହତ ହୋଇଥିଲେ । ଦକ୍ଷିଣ କାଶ୍ମୀର ଜିଲ୍ଲାର ପାହୋ ଅଞ୍ଚଳରେ ଆଉ ଏକ ଏନକାଉଣ୍ଟରର ତିନିଜଣ LeT ଆତଙ୍କବାଦୀ ନିହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.