ETV Bharat / bharat

ରାସ୍ତାରେ ଛକିଥିଲା ମୃତ୍ୟୁ ! ମନ୍ଦିର ଯିବା ବାଟରେ 6 ବର୍ଷର ଝିଅକୁ ଝାମ୍ପି ନେଲା ବାଘ - ୬ ବର୍ଷର ଝିଅକୁ ଖାଇଗଲା ବାଘ

ପ୍ରଭୁ ବାଲାଜୀଙ୍କ ଦର୍ଶନ ପାଇଁ ଯିବା ବାଟରେ ୬ ବର୍ଷର ଝିଅକୁ ଖାଇଗଲା ବାଘ । ଅଧିକ ପଢନ୍ତୁ

ମନ୍ଦିର ଯିବା ବାଟରେ ୬ ବର୍ଷର ଝିଅକୁ ଟେକି ନେଲା ବାଘ

author img

By

Published : Aug 12, 2023, 10:17 AM IST

ଅମରାବାତୀ: ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲାରେ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ କଲରାପତରିଆ ବାଘ ଆକ୍ରମଣରେ ଜଣେ ୬ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଛି । ମୃତ ଝିଅଟିର ନାମ ଲକ୍ଷିତା । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଝିଅଟି ନିଜ ପରିବାର ସହିତ ଚାଲି ଚାଲି ପ୍ରଭୁ ବାଲାଜୀଙ୍କ ଦର୍ଶନ ପାଇଁ ତିରୁମାଳା ଯାଉଥିବା ବେଳେ ବାଟରେ ତାକୁ ବାଘ ଟେକି ନେଇଯାଇଥିଲା । ପୋଲିସ ବହୁ ଖୋଜାଖୋଜି କରିବା ପରେ ଆଜି (ଶନିବାର) ସକାଳୁ ଜଙ୍ଗଲ ଭିତରୁ ତା'ର ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ୬ ବର୍ଷୀୟା ଲକ୍ଷିତା ନିଜ ପରିବାର ସହ ଚାଲି ଚାଲି ବାଲାଜୀ ପ୍ରଭୁଙ୍କ ଦର୍ଶନ ପାଇଁ ବାହାରି ଥିଲା । ରାତି ୧୧ଟାରେ ପୁରା ପରିବାର ଲକ୍ଷ୍ମୀନରସିଂହ ସ୍ବାମୀ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ଦର୍ଶନ ସାରି ବାଲାଜୀ ମନ୍ଦିରକୁ ଯାତ୍ରା ଆରମ୍ଭ କରିଥିଲେ । ହେଲେ ମନ୍ଦିରରେ ପହଞ୍ଚିବା ପୂର୍ବରୁ ବାଟରେ ଗୋଟିଏ କଲରାପତରିଆ ବାଘ ଆସି କୁନି ଝିଅଟି ଉପରକୁ ଆକ୍ରମଣ କରିଥିଲା । ଏହାଦେଖି ଭୟରେ ପରିବାର ଲୋକେ ଚିତ୍କାର କରିଥିଲେ । ଫଳରେ ବାଘଟି ଲକ୍ଷିତାଙ୍କୁ ଟେକି ନେଇ ଜଙ୍ଗଲକୁ ପଳାଇଥିଲା । ଏହା ପରେ ଝିଅର ବାପାମାଆ ସ୍ଥାନୀୟ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Watch: ଦାର୍ଜିଲିଂ ପ୍ରାଣୀ ଉଦ୍ୟାନରେ କୁନି ଅତିଥି, ଜନ୍ମ ନେଲେ ବରଫ ଚିତା ଶାବକ

ଏହାମଧ୍ୟ ପଢନ୍ତୁ : ଘାଇକୁ ଖସିପଡ଼ିଲା ବୋଲେର, 6 ପୋଲିସ କର୍ମୀ ଓ ଡ୍ରାଇଭର ମୃତ

ରାତି ଅଧିକ ହୋଇଯାଇଥିବାରୁ ତତ୍‌କ୍ଷଣାତ ସର୍ଚ୍ଚ ଅପରେସନ ସମ୍ଭବପର ହୋଇନଥିଲା । ଆଜି ସକାଳୁ ପୋଲିସ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲା । ଶେଷରେ ଲକ୍ଷ୍ମୀନରସିଂହାସ୍ବାମୀ ମନ୍ଦିର ଠାରୁ କିଛି ଦୂରରେ ଲକ୍ଷିତାଙ୍କ ମୃତଦେହ ମିଳିଥିଲା । କଲରାପତରିଆ ବାଘ ନାବାଳିକାର ଅଧା ଶରୀରର ଖାଇ ଯାଇଥିବା ଦେଖିବାକୁ ମିଳିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ନାବାଳିକାର ଘର ନେଲ୍ଲୋର ଜିଲ୍ଲା ପୋଥିରେଡ୍ଡିପାଲେମ ଅଞ୍ଚଳରେ । ତେବେ ଏଠାରେ ବାଘ ଆକ୍ରମଣର ଏହା ପ୍ରଥମ ଘଟଣା ନୁୁହେଁ । ପୂର୍ବରୁ ମଧ୍ୟ ଜଣେ ନାବାଳକ ବାଘ ଆକ୍ରମଣରେ ପ୍ରାଣ ହରାଇ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.