ETV Bharat / bharat

ମାଞ୍ଜିରା ବନାଞ୍ଚଳରୁ 6 ହାର୍ଡକୋର ମାଓବାଦୀ ଗିରଫ - ମାଓବାଦୀ ଗିରଫ

6 ହାର୍ଡକୋର ନକ୍ସଲଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଝାଡ଼ଖଣ୍ଡର ମାଞ୍ଜିରା ଓ ବନାଶ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନବେଳେ ନକ୍ସଲଙ୍କୁ ଗିରଫ କରିଛନ୍ତି ସିଆରପିଏଫ ଯବାନ। ଅଧିକ ପଢ଼ନ୍ତୁ...

6 maoists arrested in manjira forest area of jharkhand
ମାଞ୍ଜିରା ବନାଞ୍ଚଳରୁ 6 ହାର୍ଡକୋର ମାଓବାଦୀ ଗିରଫ
author img

By

Published : Dec 28, 2020, 6:39 PM IST

ରାଞ୍ଚି: 6 ହାର୍ଡକୋର ନକ୍ସଲଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଝାଡ଼ଖଣ୍ଡର ମାଞ୍ଜିରା ଓ ବନାଶ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କୁ ଗିରଫ କରିଛନ୍ତି ସିଆରପିଏଫ ଯବାନ । ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ଅନ୍ୟ ମାଓ ସାମଗ୍ରୀ ଜବତ କରିଛନ୍ତି ।

ଗିରଫ ହୋଇଥିବା 6 ଜଣ ନକ୍ସଲଙ୍କ ମଧ୍ୟରୁ 3 ଜଣଙ୍କ ଉପରେ 10 ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏହି 6 ଜଣ ନକ୍ସଲ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ, ହତ୍ୟା ଓ ଅନ୍ୟାନ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିଥିଲେ। ଗିରଫ ହୋଇଥିବା ନକ୍ସଲଙ୍କ ପରିଚୟ ଗୋପନ ରଖିଛନ୍ତି ସୁରକ୍ଷାକର୍ମୀ ।

କୌଣସି ସୂତ୍ରରୁ ଖବର ପାଇବା ପରେ ଗିରିଡିଆ ଓ ଡୁମୁକା ଜିଲ୍ଲା ସିମାନ୍ତରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ଅପରେସନ ବେଳେ ମାଞ୍ଜିରା ଓ ବନାଶ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଦେଖି ଛତ୍ର ଭଙ୍ଗ ଦେଇଥିଲେ ମାଓବାଦୀ। ତେବେ 6 ଜଣ ନକ୍ସଲଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି ସୁରକ୍ଷାକର୍ମୀ । ବର୍ତ୍ତମାନ ପୋଲିସ ଗିରଫ ନକ୍ସଲଙ୍କୁ ପଚରାଉଚରା କରୁଛି । ସେମାନଙ୍କୁ ନିକଟରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.