କୋଲକାତା: ପଶ୍ଟିମବଙ୍ଗର ବାରୁଇପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ପଶ୍ଚିମବଙ୍ଗ ମଲ୍ଲିକପୁରର ୨୭ ଜଣ ଶ୍ରମିକ ତାମିଲନାଡୁକୁ କାମ ପାଇଁ ଏକ କାର ଯୋଗେ ଯାଉଥିଲେ । ହେଲେ ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ବାକୁଲତାଲା ନିକଟରେ ଗାଡିଟି ନିୟନ୍ତ୍ରଣ ହରାଇଥିଲା । ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କାର । ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ଘଟିଥିଲା । ଏବଂ ୧୭ ଜଣଙ୍କୁ ଉଦ୍ଧାର କରାଯାଉ ନିମପୀଠ ଗ୍ରାମାଞ୍ଚଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରୁ କେତେକଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ଚାଳକଙ୍କୁ ଗିରଫ କରିବା ସହ ଗାଡିକୁ ଜବତ କରିଛି । ଏହାସହ ଅଧିକ ଛାନଭିନ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ