ETV Bharat / bharat

2 ବର୍ଷ ମଧ୍ୟରେ ସାରା ଦେଶରେ ମିଳିବ 5G ସେବା - ଲଞ୍ଚ ହେବ 5 ଜି

ମଧ୍ୟ ଅକ୍ଟୋବରରୁ ଦେଶରେ ଆରମ୍ଭ ହେବ 5G ସେବା । 2 ବର୍ଷ ମଧ୍ୟରେ ସମଗ୍ର ଦେଶରେ ଏହାକୁ ଉପଲବ୍ଧ କରାଇବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ସୂଚନା (India to coverage 5G services in 2 years )। ଅଧିକ ପଢନ୍ତୁ

2 ବର୍ଷ ମଧ୍ୟରେ ସମଗ୍ର ଦେଶରେ ମିଳିବ 5G ସେବା
2 ବର୍ଷ ମଧ୍ୟରେ ସମଗ୍ର ଦେଶରେ ମିଳିବ 5G ସେବା
author img

By

Published : Sep 25, 2022, 3:25 PM IST

ନୂଆଦିଲ୍ଲୀ: ଦେଶରେ ଅକ୍ଟୋବର ମଧ୍ୟଭାଗରୁ ଆରମ୍ଭ ହେବାକୁ ଯାଉଛି ହାଇସ୍ପିଡ 5G ଇଣ୍ଟରନେଟ ସେବା । ତେବେ ଏହା ପ୍ରାଥମିକ ପର୍ଯ୍ୟାୟରେ କିଛି ସହରରେ ଆରମ୍ଭ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ସମଗ୍ର ଦଶରେ ଉପଲବ୍ଧ ହେବ । ତେବେ ମାତ୍ର ଦୁଇ ବର୍ଷ ମଧ୍ୟରେ ଏହି ସେବା ସମଗ୍ର ଦେଶର ବିଭିନ୍ନ କୋଣ ଅନୁକୋଣ ଉପଲବ୍ଧ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ର ଇଲକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି (India to coverage 5G services in 2 years)।

ସୂଚନା ଦେଇ ମନ୍ତ୍ରୀ ବୈଷ୍ଣବ କହିଛନ୍ତି, ଅକ୍ଟୋବର ସୁଦ୍ଧା ଭାରତରେ ଏହି ସେବା ଉପଲବ୍ଧ ହେବାକୁ ଯାଉଛି । ଏଥିପାଇଁ ଅଗଷ୍ଟ ମଧ୍ୟଭାଗରୁ ବିଭିନ୍ନ ଟେକିକମ ସେବା ପ୍ରଦାନକାରୀ କମ୍ପାନୀକୁ ସ୍ପେକ୍ଟ୍ରମ ଆବଣ୍ଟନ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ସାରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ଟେଲିକମ ସେବା ଯୋଗାଇବା ଆରମ୍ଭ କରିବା ପୂର୍ବରୁ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ମିଳି ସାରିଛି । ତେବେ ଏହି ସେବା ଆରମ୍ଭ ହେବା ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି (India to coverage 5G services in 2 years) ।

ପ୍ରାରମ୍ଭିକ ଭାବେ କିଛି ସହରରେ ଏହି ସେବାକୁ ଉପଲବ୍ଧ କରାଯିବ । ପରେ ପର୍ଯ୍ୟାୟକ୍ରମେ ଏହାର ପରିସର ଦେଶର ବିଭିନ୍ନ ଭାଗକୁ ମଧ୍ୟ ସମ୍ପ୍ରସାରିତ କରାଯିବ । ମାତ୍ର ଦୁଇ ବର୍ଷ ମଧ୍ୟରେ ସମଗ୍ର ଦେଶରେ ଏହି ସେବାର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । 5G ସେବା (5G services in india) ନେଇ ସରକାର ପ୍ରକ୍ରିୟାକୁ ପ୍ରାଥମିକତା ଆଧାରରେ ଆଗକୁ ବଢାଉଥିବାବେଳେ, ଦେଶର ଅଗ୍ରଣୀ ଟେଲିକମ କମ୍ପାନୀ ରିଲାଏନ୍ସ ମଧ୍ୟ ଏ ଦିଗରେ ଏକ ବଡ ଘୋଷଣା କରିସାରିଛି ।

ଚଳିତବର୍ଷ ଦିଓ୍ବାଲୀରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ଅନେକ ପ୍ରମୁଖ ସହରରେ ହାଇ ସ୍ପିଡ୍ 5G ଟେଲିକମ୍ ସେବା ଆରମ୍ଭ କରିବ ବୋଲି ରିଲାଏନ୍ସ ଘୋଷଣା କରିସାରିଛି । ପରେ 2023 ଡିସେମ୍ବର ସୁଦ୍ଧା ଏହାର 5G ନେଟୱାର୍କକୁ ଦେଶର ପ୍ରତ୍ୟେକ ସହର, ତହସିଲ ଏବଂ ତାଲୁକାକୁ ବିସ୍ତାର କରିବାକୁ ମଧ୍ୟ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଥିବା କମ୍ପାନୀ କହିଛି । ମାତ୍ର 18 ମାସ ମଧ୍ୟରେ ଏହି ମିଶନ ସାରିବା ଲକ୍ଷ୍ୟ ରଖିଛି ରିଲାଏନ୍ସ ଜିଓ । ପ୍ରଥମ ପର୍ଯ୍ୟାୟରେ 5G ଇଣ୍ଟରନେଟ୍ ସେବା ସହ ଯୋଡି ହେବାକୁ ଥିବା 13ଟି ସହରଗୁଡ଼ିକ ମଧ୍ୟରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଏବଂ ପୁଣେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.