ETV Bharat / bharat

577 ପିଲାଙ୍କୁ ଅନାଥ କଲା ଦ୍ବିତୀୟ ଲହର - ଦ୍ବିତୀୟ ଲହରରେ 577 ପିଲା ଅନାଥ

ଦ୍ବିତୀୟ ଲହରରେ ଏଯାବତ୍ 577 ଜଣ ପିଲା ଅନାଥ ହୋଇଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

577 ପିଲାଙ୍କୁ ଅନାଥ କଲା ଦ୍ବିତୀୟ ଲହର
577 ପିଲାଙ୍କୁ ଅନାଥ କଲା ଦ୍ବିତୀୟ ଲହର
author img

By

Published : May 26, 2021, 7:54 AM IST

ନୂଆଦିଲ୍ଲୀ: ଅନେକଙ୍କ ସଂସାର ଉଜାଡି ଦେଇଛି କୋରୋନା । ଦୁଇ ଦୁଇଟି ଲହରରେ ଅସ୍ତବ୍ୟସ୍ତ ହୋଇଯାଇଛି ଦେଶ । ବିଶେଷକରି ଦ୍ବିତୀୟ ଲହରରେ ଦ୍ରୁତ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ଶିଖର ଛୁଇଁଛି । ମଙ୍ଗଳବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦ୍ବିତୀୟ ଲହରରେ ଏଯାବତ୍ 577 ଜଣ ପିଲା ଅନାଥ ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ, ଯେଉଁ ପିଲାମାନେ ମହାମାରୀରେ ନିଜ ବାପାମାଆଙ୍କୁ ହରାଇଛନ୍ତି, ବର୍ତ୍ତମାନ ସେମାନେ ନିଜ ଅନ୍ୟ ପରିବାର ସଦସ୍ୟ କିମ୍ବା ଆତ୍ମୀୟ ବର୍ଗଙ୍କ ସହ ରହୁଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗିତାରେ କେନ୍ଦ୍ର ସରକାର ସେହି ସମସ୍ତ ଅନାଥ ପିଲାଙ୍କ ଉପରେ ନଜର ରଖିଛନ୍ତି । ଏଥିସହ ସେମାନଙ୍କ ପ୍ରତିପୋଷଣ ଏବଂ ଯତ୍ନ ବାବଦରେ ଅଣ ଆନୁଷ୍ଠାନିକ ଶିଶୁ କେୟାର ଫଣ୍ଡ ଜରିଆରେ ଦେଶର ପ୍ରତିଟି ଜିଲ୍ଲା ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ମଞ୍ଜୁର କରାଯାଇଛି ।

ସୂଚନାଥାଉ କି, ଭାରତରେ ଲକ୍ଷ ଲକ୍ଷ ସଂଖ୍ୟକ ସଂକ୍ରମଣ ସହ ଆଜି ପର୍ଯ୍ୟନ୍ତ ପ୍ରାୟ 3 ଲକ୍ଷ ଲୋକ କୋରୋନାରେ ପ୍ରାଣ ହରାଇଲେଣି । ଫଳସୂରୁପ ଆମେରିକା ଓ ବ୍ରାଜିଲ ପରେ ଭାରତ ମୃତ୍ୟୁହାର କ୍ଷେତ୍ରରେ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.