ETV Bharat / bharat

କାଳ ପାଲଟିଛି କି ପାହାଡି ରାସ୍ତା ? ଉତ୍ତରାଖଣ୍ଡରେ 4 ଦିନରେ ଗଲାଣି 56 ଜୀବନ - ଉତ୍ତରକାଶୀରେ ତୀର୍ଥଯାତ୍ରୀଙ୍କ ବସ ଦୁର୍ଘଟଣା

ଉତ୍ତରାଖଣ୍ତରେ ଲଗାତର ଭାବେ ସଡକ ଦୁର୍ଘଟଣା ଘଟୁଛି । ଗତ 4 ଦିନ ମଧ୍ୟରେ ୫୬ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Uttarakhand Road Accident :ପାହାଡି ରାସ୍ତା ପାଲଟିଛି ମରଣଜନ୍ତା,4 ଦିନରେ ଗଲାଣୀ ୫୬ ଜୀବନ

author img

By

Published : Jun 11, 2022, 12:30 PM IST

ଡେରାଡୁନ: ଉତ୍ତରାଖଣ୍ତରେ ଲଗାତର ଭାବେ ସଡକ ଦୁର୍ଘଟଣା ଘଟୁଛି । ଏଥିରେ ଅନେକ ଜୀବନ ଦୀପ ଲିଭି ଯାଉଛି । ଗତ 4 ଦିନ ମଧ୍ୟରେ ୫୬ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଏବେ ଉତ୍ତରାଖଣ୍ଡ ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି । କାହିଁକି ଏତେ ଦୁର୍ଘଟଣା ଘଟୁଛି । ଏହା ପଛରେ କାରଣ କଣ ? ପାହାଡି ଅଙ୍କାବଙ୍କା ରାସ୍ତା ନେଉଛି କି ଜୀବନ ? ନଜର ପକାନ୍ତୁ ନିକଟରେ ହୋଇଥିବା କିଛି ଦୁର୍ଘଟଣା ଉପରେ ।

ଉତ୍ତରକାଶୀରେ ତୀର୍ଥଯାତ୍ରୀଙ୍କ ବସ ଦୁର୍ଘଟଣା:

ଗତ ୫ ତାରିଖରେ ଉତ୍ତରକାଶୀରେ ଏକ ପର୍ଯ୍ୟଟକ ବସ ୟେମୁନେତ୍ରୀ ରାସ୍ତାରେ ଦୁର୍ଘଟଣାଗସ୍ତ (Uttarakhand Bus Accident)ହୋଇଥିଲା । ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଶୋକବ୍ୟକ୍ତ କରିଥିଲେ । ଘଟଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଯାଇ ସ୍ଥିତି ପରଖିଥିଲେ । ଏବଂ ଘଟଣାର ମାଜିଷ୍ଟ୍ରଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଧାମି ।

ତେହରି ଦୁର୍ଘଟଣା: ଗତ ଦୁଇ ଦିନ ତଳେ ଉତ୍ତରାଖଣ୍ତର ତେହରିରେ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । କାରଟି ଗାତରେ ପଡିଯିବାରୁ ଘଟିଥିଲା ଏ ଅଘଟଣ ।

ଡେରାଡୁନ-ହରିଦ୍ବାର ଦୁର୍ଘଟଣା: ଡେରାଡୁନର ବିଭିନ୍ନ ସ୍ଥାନରେ ଜୁନ ୬-୯ ମଧ୍ୟରେ ଏକାଧିକ ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ।

ସେପଟେ ଚଳିତ ବର୍ଷରେ ଏକାଧିକ ସଡକ ଦୁର୍ଘଟଣା ଚମ୍ପାପେଟରେ ଘଟିଛି । ଗତ ୫ ମାସ ମଧ୍ୟରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଆହତ ହୋଇଛନ୍ତି । ନୈନିତାଲରେ ଜୁନ ୯ରେ ଏକ କାର ଘାଟିକୁ ଖସିଯିବାରୁ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିଲା । ଜୁନ ୫ରେ ବସ ଦୁର୍ଘଟଣାରେ ୨୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହା ଉତ୍ତରାଖଣ୍ତ ପାଇଁ ପ୍ରଥମ ଘଟଣା ନଥିଲା । ଏହା ପୂର୍ବରୁ ଏକ ଦୁର୍ଘଟଣା ୨୦୧୮ ରେ ଘଟିଥିଲା ସମାନ ଘଟଣା । ଯେଉଁଥିରେ ୧୪ ଜଣଙ୍କ ଜୀବନ ଯାଇଥିଲା । ହେଲେ ଜିଲ୍ଲା ପ୍ରଶାସନ କି ମୁଖ୍ୟମନ୍ତ୍ରୀଙ୍କ ପକ୍ଷକୁ କୈଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ।

ଉତ୍ତରାଖଣ୍ତ ପରିବହନ ବିଭାଗ ଓ ପୋଲିସ (Uttarakhand Police and Transport Department)ର ତଥ୍ୟ ଅନୁଯାୟୀ ୨୦୨୧-୨୨ ମଧ୍ୟରେ ମୋଟ 1405 ଟି ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ 820 ଜଣଙ୍କ ମୃତ୍ୟୁ ହୋଇଛି । ହେଲେ ଚଳିତ ବର୍ଷ ଏହା ରେକର୍ଡ ଭାଙ୍ଗିଛି । କେବଳ ୨୦୨୨ରେ 1079 ଦୁର୍ଘଟଣାର ଶୀକାର ହୋଇଛନ୍ତି ।

ସଡକ ଦୁର୍ଘଟଣା ରୋକିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଅଧିକାଂଶ ସମୟରେ ଅନଭିଜ୍ଞ ଡ୍ରାଇଭର ଯୋଗୁଁ ଦୁର୍ଘଟଣା ହୋଇଥାଏ । ଆଉ କେତେକ ସ୍ଥାନରେ ମାତ୍ରାଧିକ ନିଶା ସେବନ କରି ଡ୍ରାଇଭିଂ ଯୋଗୁଁ ଘାଟି ରାସ୍ତାରେ ଦୁର୍ଘଟଣା ଘଟିଥିବା ନଜିର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.