ETV Bharat / bharat

ଉତ୍ତର ପ୍ରଦେଶରେ ଗ୍ରୀଷ୍ମପ୍ରବାହ: ବଲିଆରେ 72 ଘଣ୍ଟାରେ 54 ମୃତ, 4ଶହରୁ ଅଧିକ ହସ୍ପିଟାଲରେ ଭର୍ତ୍ତି - ଗ୍ରୀଷ୍ମ ପ୍ରବାହରେ ଛଟପଟ ଉତ୍ତର ପ୍ରଦେଶ

ସମଗ୍ର ଉତ୍ତର ଭାରତରେ ଗ୍ରୀଷ୍ମପ୍ରବାହ ଜାରି । ବଲିଆରେ 72 ଘଣ୍ଟାରେ 54 ମୃତ । 4 ଶହରୁ ଅଧିକ ହସ୍ପିଟାଲରେ ଭର୍ତ୍ତି । ସ୍ବାସ୍ଥ୍ୟ ବିଭାଗ ଜାରି କରିଛି ଗାଇଡଲାଇନ୍‌ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ଗ୍ରୀଷ୍ମପ୍ରବାହ ଜାରି: ବଲିଆରେ 72 ଘଣ୍ଟାରେ 54 ମୃତ, 4ଶହରୁ ଅଧିକ ହସ୍ପିଟାଲରେ ଭର୍ତ୍ତି

author img

By

Published : Jun 18, 2023, 5:36 PM IST

ଲକ୍ଷ୍ନୌ: ସମଗ୍ର ଉତ୍ତର ଭାରତ ସହ ଉତ୍ତର ପ୍ରଦେଶରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଗତ 72 ଘଣ୍ଟା ମଧ୍ୟରେ ବଲିଆ ଜିଲ୍ଲାରେ 54 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏବେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ 4 ଶହରୁ ଅଧିକ ଅସୁସ୍ଥ ଚିକିତ୍ସାଧୀନ ରହିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ନେଇ ଏକ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ଏବେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଛି । ଏହି ସ୍ଥିତି ଆଗାମି କିଛି ଦିନ ପର୍ଯ୍ୟନ୍ତ ଜାରି ମଧ୍ୟ ରହିପାରେ । ତେଣୁ ନିହାତି କିଛି ଜରୁରୀ ନଥିଲେ ମଧ୍ୟାହ୍ନ ସମୟରେ ଘରୁ ନବାହାରିବା ପାଇଁ ଗାଇଡ୍‌ଲାଇନରେ କୁହାଯାଇଛି ।

ବଲିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଏସ.କେ ଯାଦବଙ୍କ ସୂଚନା ଅନୁସାରେ, ଜିଲ୍ଲାରେ 15 ତାରିଖରେ ସର୍ବାଧିକ 23 ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଗତକାଲି ମଧ୍ୟ 11 ଜଣ ପ୍ରାଣ ହରାଇଛନ୍ତି । ହେଲେ ଆଜି ଏହି ସଂଖ୍ୟା 52ରେ ପହଞ୍ଚିଥିବା ବିଭିନ୍ନ ଜାତୀୟ ଗଣମଧ୍ୟମରେ ଖବର ପ୍ରସାରିତ ହୋଇଛି । ସରକାରୀ ଭାବେ ମୃତ୍ୟୁସଂଖ୍ୟା ବଢିବା ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଏବେ କେବଳ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ 4 ଶହରୁ ଅଧିକ ଅସୁସ୍ଥ ଚିକିତ୍ସାଧୀନ ରହିଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ଉତ୍ତର ପ୍ରଦେଶରେ ବିଜୁଳି ସମସ୍ୟା ମଧ୍ୟ ରହିଛି ।

ରାଜ୍ୟରେ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି । ଉତ୍ତର ପ୍ରଦେଶ ପରି ବିହାରରେ ମଧ୍ୟ ଗ୍ରୀଷ୍ମପ୍ରବାହରେ ପ୍ରାୟ 40 ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏପରି ସ୍ଥିତିରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି । ମଧ୍ୟାହ୍ନରେ ଘରୁ ବାହାରିବା ପ୍ରାୟତଃ ସମ୍ଭବପର ହୋଇପାରୁନାହିଁ ।

ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁ ସାରିଥିବା ବେଳେ ଦକ୍ଷିଣ ଭାରତରେ ବର୍ଷା ହେବା ଆରମ୍ଭ ହେଲାଣି । ପର୍ଯ୍ୟାୟକ୍ରମରେ ମଧ୍ୟ-ଭାରତ, ଉତ୍ତର ଭାରତ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ମୌସୁମୀ ପ୍ରବେଶ କରିବା ସହ ସକ୍ରିୟ ହେବ । ବର୍ଷା ହେବା ପରେ ତାପମାତ୍ରା ହ୍ରାସ ପାଇବା ସହ ଅହସ୍ୟ ଗରମରୁ ରକ୍ଷା ମିଳିବ । ଏହି ବର୍ଷ ମୌସୁମୀ ବର୍ଷା ପ୍ରାୟତଃ ସ୍ବାଭାବିକ ହେବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର କହିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.