ETV Bharat / bharat

ଗୁରପା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିଲା 53 ବଗି - ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ହାଓଡାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସମୟରେ ଗୁରପା ଷ୍ଟେସନରେ ମାଲବାହୀ ଟ୍ରେନର ୫୩ଟି ବଗି ଲାଇନଚ୍ୟୁତ(Goods train accident in Gurpa Station ) । ଅଧିକ ପଢନ୍ତୁ

ଗୁରପା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ

author img

By

Published : Oct 26, 2022, 11:09 AM IST

ରାଞ୍ଚି/ପାଟନା: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ହାଓଡାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସମୟରେ ଗୁରପା ଷ୍ଟେସନ ନିକଟରେ ଘଟିଛି ବଡଧରଣର ଦୁର୍ଘଟଣା (Goods train accident in Gurpa Station )। ବ୍ରେକଫେଲ ଯୋଗୁଁ ମାଲବାହୀ ଟ୍ରେନର ୫୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଏନେଇ ଅନେକ କ୍ଷତିଗ୍ରସ୍ତ ହେବା ସହ ଗୟା କୋଡରମାରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଷ୍ଟେସନ ବାହାରେ ପ୍ରାୟ ୧୨ଟି ଟ୍ରେନ ଅଟକି ରହିଥିବା ସୂଚନା ମିଳିଛି ।

ଗୁରପା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ

ସୂଚନା ଅନୁସାରେ, ହଜାରୀବାଗ ଟାଉନରୁ ମାଲବାହୀ ଟ୍ରେନ ଯୋଗେ କୋଇଲା ଲୋଡ ହୋଇ ନ୍ୟାସନାଲ ଥର୍ମାଲ ପାୱର କର୍ପୋରେସନ ଦାଦରି ଯାଉଥିଲା । ସେହି ସମୟରେ ଗୁରପା ଷ୍ଟେସନ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ତେବେ ଏନେଇ ଦୁର୍ଘଟଣାରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଅନ୍ୟପଟେ ଲୋଗ ପାଇଲଟ ଓ ଗାର୍ଡ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ ଏନେଇ ଘଟଣାର ଖବର ପାଇ ରେଳ ବିଭାଗର ଅଧିକାରୀ, ଟେକ୍ନିସିଆନ ଓ ଆରପିଏଫ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ତେବେ ଏନେଇ ଗୟା ରେଳ ବିଭାଗର ଉମେଶ କୁମାର କହିଛନ୍ତି ଯେ ଏହି ଘଟଣାଟି ସକାଳେ ଘଟିଛି । ଏନେଇ ଘଟଣାର ଖବରପାଇ ଟେକ୍ନିସିଆନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅନ୍ୟପଟେ ଟ୍ରେନ ଲାଇନଚ୍ୟୁତ ହୋଇଥିବାରୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.