ETV Bharat / bharat

କୂଅ ଖୋଳି ଯୁବବର୍ଗଙ୍କ ପାଇଁ ଉଦାହରଣ ସାଜିଲେ ବୃଦ୍ଧା

ଉତ୍ତରାଖଣ୍ଡରେ ଜଣେ ବୃଦ୍ଧା 56 ବର୍ଷ ବୟସରେ କୂଅ ଖୋଳି ଯୁବବର୍ଗଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଅଧିକ ପଢନ୍ତୁ...

କୂଅ ଖୋଳି ଯୁବବର୍ଗଙ୍କ ପାଇଁ ଉଦାହରଣ ସାଜିଲେ ବୃଦ୍ଧା
କୂଅ ଖୋଳି ଯୁବବର୍ଗଙ୍କ ପାଇଁ ଉଦାହରଣ ସାଜିଲେ ବୃଦ୍ଧା
author img

By

Published : Mar 27, 2021, 4:45 PM IST

ଡେରାଡୁନ: ବୃଦ୍ଧ ବୟସରେ ବୃଦ୍ଧାଙ୍କ ଟାଣୁଆ କାର୍ଯ୍ୟ । 56 ବର୍ଷ ବୟସରେ ଖୋଳିଛନ୍ତି 2ଟି କୂଅ । ଏଭଳି ଏକ ବିରଳ ଘଟଣା ଉତ୍ତରାଖଣ୍ଡର ଶିର୍ସି ସହରରେ ଦେଖିବାକୁ ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଥିବା ବେଳେ ବୃଦ୍ଧାଙ୍କୁ ଚାରିଆଡୁ ମିଳୁଛି ପ୍ରଶଂସା ।

ଶିର୍ସି ସହରର ଗୌରୀ ଚନ୍ଦ୍ରଶେଖର ନାଏକ ନିଜ ଘର ପଛ ପାର୍ଶ୍ବରେ ଏହି କୂଅ 2ଟିକୁ ଖୋଳିଛନ୍ତି । ସେ ପ୍ରତ୍ୟେକ କୂଅ ଖୋଳିବା ପାଇଁ 4-5 ମାସ ସମୟ ନେଇଥାନ୍ତି । ସେ ଦିନ ରାତି ପରିଶ୍ରମ କରି ପ୍ରାୟ 60 ଫୁଟର ଏହି କୂଅ 2ଟିକୁ ଖୋଳିଛନ୍ତି । ସେ ଗୁଆ ଚାଷ କରୁଥିବା ବେଳେ ଗଛରେ ପାଣି ଦେବା ପାଇଁ ସମସ୍ୟା ଦେଖା ଦେବାରୁ ସେ ଏହି କୂଅ ଖୋଳିବା ପାଇଁ ସ୍ଥିର କରିଥିଲେ । ଲକଡାଉନ ସମୟରେ ସେ କୂଅ ଖୋଳିବା କାର୍ଯ୍ୟ ଆରମ୍ଭ କରିଥିଲେ । ବୃଦ୍ଧା ଜଣକ କୁଲି କାମ କରିଥାନ୍ତି । କୂଅ ଖୋଳିବା ପାଇଁ ସେ କାହାର ସହଯୋଗ ନ ଲୋଡି ଏହି କାର୍ଯ୍ୟକୁ ଶେଷ କରିଥିବାରୁ ପଡୋଶୀମାନେ ତାଙ୍କର ପ୍ରଶଂସା କରିଛନ୍ତି ।

ସେ ଏ ସମ୍ପର୍କରେ କହିଛନ୍ତି ଯେ ଗୁଆ ଚାଷ ପାଇଁ ପାଣିର ଅଭାବ ଦେଖାଦେବାରୁ ସେ କୂଅ ଖୋଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରଥମ କୂଅ ଖୋଳିବା କାର୍ଯ୍ୟକୁ ସେ 2-3 ମାସ ମଧ୍ୟରେ ଶେଷ କରିଥିଲେ । ଲକଡାଉନ ସମୟରେ ଦ୍ବିତୀୟ କୂଅ ଖୋଳିବା ପାଇଁ ସ୍ଥିର କରିଥିଲେ । ତେବେ ସେ ଭଗବାନଙ୍କୁ ସ୍ମରଣ କରି ଏହି କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି । ତାଙ୍କର ପ୍ରଥମ କୂଅରେ 6 ଫୁଟ ଉଚ୍ଚର ପାଣି ରହିଥିବା ବେଳେ ଦ୍ବିତୀୟ କୂଅରେ 7 ଫୁଟ ଉଚ୍ଚର ପାଣି ରହିଛି ।

ଗୌରୀଙ୍କ ଏହି କାର୍ଯ୍ୟ ପାଇଁ ଉତ୍ତରାଖଣ୍ଡ ରାଜ୍ୟ ସରକାର, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ସ୍ବର୍ଣ୍ଣଭଲ୍ଲୀ ଓ ମୁରୁଗା ମଠ ଭଳି କିଛି ସଂଗଠନ ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି । ବିଜ୍ଞାନର ଅଗ୍ରଗତି ଫଳରେ ସମସ୍ତ ସୁବିଧା ହାତ ପାହାନ୍ତାରେ ଉପଲବ୍ଧ ହେଉଥିବାରୁ ଆଜିର ଯୁବପିଢି କୌଣସି କାର୍ଯ୍ୟ କରିବାକୁ କୁଣ୍ଠା ପ୍ରକାଶ କରିଥାନ୍ତି । ବୃଦ୍ଧ ବୟସରେ ଏଭଳି କାର୍ଯ୍ୟ କରି ଗୌରୀ ଯୁବବର୍ଗଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.