ETV Bharat / bharat

ହାଇପରଟେନସନ୍ ମୁକାବିଲା ପାଇଁ ଯୋଗ - ହାଇପରଟେନସନ୍ ମୁକାବିଲା ପାଇଁ ଯୋଗ

ଯୋଗ ଦ୍ୱାରା ଅନେକ ରୋଗ ନିୟନ୍ତ୍ରିତ ହୁଏ । ବିଜ୍ଞାନସମ୍ମତ ଭାବେ ଏହା ପ୍ରମାଣିତ ହୋଇସାରିଛି । ସାଂପ୍ରତିକ ସମୟରେ ଲୋକେ ଆଗ ଅପେକ୍ଷା ଅଧିକ ଅବସାଦଗ୍ରସ୍ତ । ଅତ୍ୟଧିକ ଚିନ୍ତା ଓ ଅବସାଦ ଯୋଗୁଁ ଉଚ୍ଚ ରକ୍ତଚାପ ହେବା ସ୍ୱାଭାବିକ । କିନ୍ତୁ ଯୋଗ ଦ୍ୱାରା ଏହାର ମୁକାବିଲା କରିହେବ । ହାଇପରଟେନସନ ବା ଉଚ୍ଚ ରକ୍ତଚାପର ମୁକାବିଲା ପାଇଁ ନିମ୍ନପ୍ରକାରେ ୫ଟି ଯୋଗ ମୁଦ୍ରା ସହାୟକ ହୋଇପାରିବ ବୋଲି କୁହାଯାଉଛି ।

ହାଇପରଟେନସନ୍ ମୁକାବିଲା ପାଇଁ ଯୋଗ
ହାଇପରଟେନସନ୍ ମୁକାବିଲା ପାଇଁ ଯୋଗ
author img

By

Published : May 19, 2021, 9:56 PM IST

ଯୋଗ ଦ୍ୱାରା ଅନେକ ରୋଗ ନିୟନ୍ତ୍ରିତ ହୁଏ । ବିଜ୍ଞାନସମ୍ମତ ଭାବେ ଏହା ପ୍ରମାଣିତ ହୋଇସାରିଛି । ସାଂପ୍ରତିକ ସମୟରେ ଲୋକେ ଆଗ ଅପେକ୍ଷା ଅଧିକ ଅବସାଦଗ୍ରସ୍ତ । ଅତ୍ୟଧିକ ଚିନ୍ତା ଓ ଅବସାଦ ଯୋଗୁଁ ଉଚ୍ଚ ରକ୍ତଚାପ ହେବା ସ୍ୱାଭାବିକ । କିନ୍ତୁ ଯୋଗ ଦ୍ୱାରା ଏହାର ମୁକାବିଲା କରିହେବ । ହାଇପରଟେନସନ ବା ଉଚ୍ଚ ରକ୍ତଚାପର ମୁକାବିଲା ପାଇଁ ନିମ୍ନପ୍ରକାରେ ୫ଟି ଯୋଗ ମୁଦ୍ରା ସହାୟକ ହୋଇପାରିବ ବୋଲି କୁହାଯାଉଛି ।

ଯେତେବେଳେ ରକ୍ତଚାପ ଅଧିକ ବଢିଯାଏ,ସେତେବେଳେ ଏହି ସ୍ଥିତିକୁ ହାଇପରଟେନସନ ବୋଲି କୁହାଯାଏ । ବୟସ ବଢିବା ସହ ଏହା ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟାରେ ଭାବେ ଦେଖାଯାଏ । ଅବସାଦଗ୍ରସ୍ତ ବାତାବରଣରେ ରହୁଥିବା ଅନେକ ଯୁବକ ହାଇପରଟେନସନରେ ପୀଡିତ ହୋଇଥାଆନ୍ତି । ତେବେ ଏହି ସ୍ଥିତିର ମୁକାବିଲା ଯୋଗଧ୍ୟାନ, ସ୍ୱାସ୍ଥ୍ୟକର ଆହାର ଓ ଶୃଙ୍ଖଳିତ ଜୀବନଶୈଳୀ ଦ୍ୱାରା ହୋଇପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବିଭିନ୍ନ ଯୋଗ ମୁଦ୍ରା ଦ୍ୱାରା ବି ଏହି ସ୍ଥିତିର ମୁକାବିଲା ସମ୍ଭବ । ଇଟିଭି ଭାରତ ସୁଖିଭବଃ ପକ୍ଷରୁ କିଛି ଯୋଗ ମୁଦ୍ରା ଅଭ୍ୟାସ ପାଇଁ ପରାମର୍ଶ ଦିଆଯାଇପାରେ ।

ଶିଶୁ ଆସନ

-ଚଟାଣରେ ଆଣ୍ଠ ୁମାଡି ବସି ଆରାମ କରନ୍ତୁ

- ପାଦକୁ ନିକଟତର ରଖି ଆଣ୍ଠ ୁ ମେଲାନ୍ତୁ

-ଧୀରେ ଧୀରେ ଆଗକୁ ନୁଅଁନ୍ତୁ, ଯାହା ଫଳରେ କି ଆପଣଙ୍କ କପାଳ ଚଟାଣକୁ ସ୍ପର୍ଶ କରିବ । ଯଦି ଆପଣ ଏପରି କରିନ ପାରନ୍ତି, ତାହା ହେଲେ ଦୁଇ ହାତମୁଠାକୁ କପାଳ ତଳେ କିଛି ସପୋର୍ଟ ପାଇଁ ରଖିପାରିବେ ।

-ହାତକୁ ପ୍ରସାରିତ କରିପାରିବେ । ପାପୁଲି ମ୍ୟାଟ୍ ମୁହାଁ ହୋଇ ରହିବ । ଏହା ନ ହେଲେ ହାତକୁ ଜଙ୍ଘ ପାଶ୍ୱର୍ରେ ରଖିପାରିବେ । ପାପୁଲି ଉପରମୁହାଁ ରହିବ ।

ପଶ୍ଚିମଉତ୍ତୋନାସନ

- ଗୋଡଦୁଇକୁ ଆପଣଙ୍କ ସମ୍ମୁଖରେ ପ୍ରସାରି ଚଟାଣରେ ବସନ୍ତୁ । ମେରୁଦଣ୍ଡ ସିଧା ରଖନ୍ତୁ ।

- ନିଶ୍ୱାସ ନେଇ ହାତ ମୁଣ୍ଡ ଉପରକୁ ଉଠାନ୍ତୁ । ନିଶ୍ୱାସ ଛାଡି ଆଗଆଡେ ନୁଅଁନ୍ତୁ । ପାଦକୁ ଧରିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ଅଧିକ ଉଦ୍ୟମ କରନ୍ତୁ ନାହିଁ । ଯେତେଦୂର ସମ୍ଭବ, ଯାଆନ୍ତୁ ।

- ନିଶ୍ୱାସ ନେଇ ଦୁଇ ଥର ବା ତିନି ଥର ରିପିଟ୍ କରନ୍ତୁ ।

- ଏହାପରେ ଆଗକୁ ନୁଅଁନ୍ତୁ ଓ ଏହି ସ୍ଥିତିରେ ୨୦ରୁ ୬୦ ସେକେଣ୍ଡ ରହନ୍ତୁ । ନିଶ୍ୱାସ ପ୍ରଶ୍ୱାସ ଜୋରରେ ନେଇ ସ୍ୱାଭାବିକ ସ୍ଥିତିକୁ ଫେରିଆସନ୍ତୁ ।

ବଧାକୋନାସନ ( ବଟରଫ୍ଲାଏ ପୋଜ୍ )

- ଗୋଡ ସିଧା ରଖି ବସନ୍ତୁ । ମେରୁଦଣ୍ଡ ସିଧା ରଖନ୍ତୁ ।

- ଆଂଠୁକୁ ନୁଆଁଇ ପାଦକୁ ନିତମ୍ବ ଯାଏଁ ଆଣନ୍ତୁ । ହିଲ୍ସ ଜଏନ କରି ଆଂଠୁକୁ ପ୍ରସାର କରି ନିଜ ପାଶ୍ୱର୍ରେ ରଖନ୍ତୁ । ପାଦକୁ ହାତରେ ଧରନ୍ତୁ ।

- ନିଶ୍ୱାସ ନେଇ ଆଂଠୁକୁ ଉପରମୁହାଁ କରନ୍ତୁ ଓ ନିଶ୍ୱାସ ଛାଡି ତଳକୁ ଆଣନ୍ତୁ । ୧୫ରୁ ୨୦ ଥର ରିପିଟ୍ କରନ୍ତୁ । ଏହାପରେ ଗୋଡ ସିଧା ରଖି ରିଲାକ୍ସ କରନ୍ତୁ ।

ସେତୁବନ୍ଧ ଆସନ

- ଚଟାଣରେ ଶୋଇ ଯାଆନ୍ତୁ । ଆଂଠକୁ ନୁଆଁଇ ପାଦକୁ ଚଟାଣରେ ରଖନ୍ତୁ । ଗୋଇଠିକୁ ଯଥା ସମ୍ଭବ ନିତମ୍ବ ନିକଟକୁ ଆଣନ୍ତୁ ।

- ଶରୀର ପାଶ୍ୱର୍ରେ ହାତକୁ ରଖି ପାପୁଲିକୁ ତଳେ ରଖନ୍ତୁ ।

- ନିଶ୍ୱାସ ନେଇ ପିଠିକୁ ଓ ନିତମ୍ବକୁ ଉଠାନ୍ତୁ । ୧ରୁ ୨ ମିନିଟ୍ ଏହି ସ୍ଥିତିରେ ରହନ୍ତୁ । ନିଶ୍ୱାସ ଛାଡି ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରିଆସନ୍ତୁ ।

- ୫ ରୁ ୧୦ ଥର ରିପିଟ୍ କରନ୍ତୁ ।

ଭୁଜଙ୍ଗାସନ

- ପେଟମାଡି ଶୋଇଯାଆନ୍ତୁ । ପାଦ ଯୋଡନ୍ତୁ ଓ ହାତ ଆପଣଙ୍କ ପାର୍ଶରେ ରଖନ୍ତୁ ।

- ହାତକୁ କାନ୍ଧ ପାଖାପାଖି ଆଣନ୍ତୁ । ଚଟାଣରେ ରଖନ୍ତୁ ଓ ଧୀରେ ଧୀରେ ନିଶ୍ୱାସ ନେଇ ଶରୀରର ଉପରଭାଗ ଉଠାନ୍ତୁ ।

- ୧୫ରୁ ୩୦ ସେକେଣ୍ଡ ଏହି ମୁଦ୍ରାରେ ରହିବା ପରେ ସ୍ୱାଭାବିକ ସ୍ଥିତିକୁ ଫେରି ଆସନ୍ତୁ ।

ଏ ସବୁ ଯୋଗାସନ ନିୟମିତ କଲେ ଆପଣ ଅବସାଦମୁକ୍ତ ରହିବେ । ଆପଣ ଶାରୀରିକ ଓ ମାନସିକ ଭାବେ ବି ସୁସ୍ଥ ରହିବେ । ଯୋଗ ଦ୍ୱାରା କେବଳ ଯେ ଜଣେ ଅବସାଦମୁକ୍ତ ହେବ,ତାହା ନୁହେଁ, ବରଂ ଏହା ଦ୍ୱାରା ରକ୍ତ ସଂଚାଳନ ମଧ୍ୟ ଭଲ ରହିବ । ହାଇପରଟେନସନ ସାଧାରଣତଃ ମେଦବବହୁଳ ଲୋକଙ୍କଠାରେ ଅଧିକ ଦେଖାଦିଏ । ତେଣୁ ଯୋଗ ନିୟମିତ ଅଭ୍ୟାସ କଲେ ଏହି ସମସ୍ୟା ଦବର ହୋଇପାରିବ । ଓଜନ ବି ହ୍ରାସ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.