ଚେନ୍ନାଇ : ତାମିଲନାଡୁର ମାନିଆଚିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 30 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଅଟ୍ଟିଡାରାମ ସରକାରୀ ଡାକ୍ତରଖାନା ଏବଂ ଥୋଥୁକୁଡି ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁବରଣ କରିଥିବା ସମସ୍ତେ ଶ୍ରମିକ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଏକ ଗାଡିରେ ସମସ୍ତେ ମାନିଆଚି ନିକଟ ମହାରାଜାପୁରମ୍ ଗାଁର ଏକ ଫାର୍ମକୁ କାମ କରିବାକୁ ଯାଉଥିଲେ । ଏହି ସମୟରେ ଗାଡିଟି ନିୟନ୍ତ୍ରଣ ହରାଇ କେନାଲ ଭିତରକୁ ପଶି ଯାଇଥିଲା । ଘଟଣାସ୍ଥଳରେ 5 ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 30 ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ, ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନି ।
@ IANS