ETV Bharat / bharat

କାଶ୍ମୀର ପୋଲିସକୁ ସଫଳତା, ୫ LeT ଆତଙ୍କୀ ସହଯୋଗୀ ଗରିଫ - let terrorist associates arrested

ଲସ୍କର- ଏ-ତୋଏବା ଆତଙ୍କବାଦୀଙ୍କ ୫ ସକ୍ରିୟ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି କାଶ୍ମୀର ପୋଲିସ । ଗିରଫ ସମସ୍ତେ ସୁରକ୍ଷା ବାହିନୀ ଉପରେ ଗ୍ରେନେଡ୍ ଆକ୍ରମଣ କରିବାରେ ସାମିଲ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

କାଶ୍ମୀର ପୋଲିସକୁ ସଫଳତା, ୫ LeT ସହଯୋଗୀ ଗରିଫ

author img

By

Published : Nov 21, 2021, 8:37 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସକୁ ସଫଳତା । ଲସ୍କର- ଏ-ତୋଏବା ଆତଙ୍କବାଦୀଙ୍କ ୫ ସକ୍ରିୟ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି କାଶ୍ମୀର ପୋଲିସ । ଗିରଫ ସମସ୍ତେ ସୁରକ୍ଷା ବାହିନୀ ଉପରେ ଗ୍ରେନେଡ୍ ଆକ୍ରମଣ କରିବାରେ ସାମିଲ ଥିବା ଜଣାପଡିଛି ।

ସୂଚନାଅନୁସାରେ, ଦକ୍ଷିଣ କାଶ୍ମୀର ପୁଲୱାମା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରେନେଡ ମାଡ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହି ସମୟରେ ଆତଙ୍କବାଦୀ ସଂଗଠନକୁ ଠାବ କରିବାରେ ସଫଳ ହୋଇଥିଲା । ଗିରଫ ହୋଇଥିବା ୫ ଆତଙ୍କବାଦୀ ହେଲେ ଇସଲାମ ଡାର, ଆଇଜାଜ ଅହମ୍ମଦ ଲୋନ, ଆଇଜାଜ ଗୁଲଜାର ଲୋନ, ମନଜୁର ଅହମ୍ମଦ ଭଟ, ଓ ନାସିର ଅହମ୍ମଦ ଶାହା । ସମସ୍ତେ ପୁଲୱାମାର ଲେଲହରର ବାସିନ୍ଦା ।

ଏମାନେ ମଡ୍ୟୁଲ୍ ସ୍ଲିପର୍ ସେଲ୍ ଭାବରେ କାର୍ଯ୍ୟ କରିବା ସହ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ପରିବହନ କାର୍ଯ୍ୟରେ ଜଡିତ ଅଛନ୍ତି । ସୁରକ୍ଷା ବାହିନୀ ଉପରକୁ ଗ୍ରେନେଡ୍ ଆକ୍ରମଣ କରିବାରେ ମଧ୍ୟ ଲିପ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳି ସମେତ ବହୁମୂଲ୍ୟବାନ ସାମଗ୍ରୀ ଜବତ ହୋଇଛି । କାକପୋରା ପୋଲିସ ଷ୍ଟେସନରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.