ETV Bharat / bharat

ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର

author img

By

Published : Sep 15, 2021, 7:05 AM IST

ଆଣ୍ଡାମାନ ନିକୋବରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.0 ରେକର୍ଡ । ଅଧିକ ପଢନ୍ତୁ...

ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର
ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର

ପୋର୍ଟ ବ୍ଲେୟାର: ଆଣ୍ଡାମାନ ନିକୋବରରେ ଭୂକମ୍ପ ଝଟକା । ରାତି ପାଖାପାଖି ୧ଟା ୪୩ ମିନିଟ ସମୟରେ ଆଣ୍ଡାମାନ ନିକୋବରରେ ଭୂକମ୍ପ ଅନୁଭୁତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.0 ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ନ୍ୟାସନାଲ ସେସ୍ମୋଲୋଜି ସେଣ୍ଟର ।

ଏମସିଏସର ସୂଚନା ଅନୁସାରେ, ପୋର୍ଟ ବ୍ଲେୟାର କ୍ୟାମ୍ପବେଲ ବେ ୧୧୬ କିଲୋମିଟର ଦୂରରେ ଭୂକମ୍ପ ଅନୁଭୁତ ହୋଇଛି । 3.30 ଲାଟିଟ୍ୟୁଡ ଓ 95.71 ଲଙ୍ଗିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୪୦ କିଲୋମିଟର ରହଛି । ହେଲେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.0 ମ୍ୟାଗ୍ନିଟ୍ୟୁଡ ରେକର୍ଡ ହୋଇଥିଲା । ଆବଶ୍ୟ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା । କିନ୍ତୁ ଏ ଭୂମିକମ୍ପ ଯୋଗୁଁ ଲୋକେ ଭୟଭିତ ହୋଇପଡି ଥିଲେ । ଏପରିକି ଘର ଛାଡି ଜୀବନ ରକ୍ଷା ପାଇଁ ବାହାରକୁ ପଳାଇ ଆସିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.