ETV Bharat / bharat

ଏମରଜେନ୍ସିକୁ 48 ବର୍ଷ, କଳାଦିନକୁ ଭୁଲି ହେବନି କହିଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Jun 25, 2023, 1:30 PM IST

Updated : Jun 25, 2023, 2:18 PM IST

1975 ଜୁନ 25 ଏହି ତାରଖରୁ ଭୁଲି ପାରିବେ ନାହିଁ ଭାରତୀୟ । ଏହି ଦିନ ରାଜନୈତିକ ଇତିହାସରେ ଘଟିଥିବା ଜରୁରୀକାଳୀନ ପରିସ୍ଥିତ ବା ଏମରଜେନ୍ସିକୁ ଆଜି 48 ବର୍ଷ ପୂରଣ ହୋଇଛି । ଅଧିକ ପଢନ୍ତୁ

ଜରୁରୀକାଳୀନ ପରିସ୍ଥିତି
48th anniversary of emergency

ନୂଆଦିଲ୍ଲୀ: 1975 ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁପାରିସ କ୍ରମେ ତତ୍କକାଳୀନ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲ୍ଲୀ ଅହମ୍ମଦ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ରାତାରାତି ଲୋକଙ୍କ ସମ୍ବିଧାନ ଅଧିକାର ଉପରେ ଅଙ୍କୁଶ ଲାଗିଥିଲା । ଏହା ଗଣତନ୍ତ୍ର ପାଇଁ କଳାଦିନ ଥିଲା । ଆଜି ସେହି କଳାଦିନକୁ 48 ବର୍ଷ ପୂରିଛି । 1975 ଜୁନ 25 ଏହି ତାରିଖରୁ ଭୁଲି ପାରିବେ ନାହିଁ ଭାରତୀୟ । ଏହି ଦିନ ରାଜନୈତିକ ଇତିହାସରେ ଘଟିଥିବା ଜରୁରୀକାଳୀନ ପରିସ୍ଥିତ ବା ଏମରଜେନ୍ସିକୁ ଆଜି 48 ବର୍ଷ ପୂରଣ ହୋଇଛି । ଇତିହାସର ଏହି କଳାଦିନକୁ କେବେ ଭୁଲି ହେବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • I pay homage to all those courageous people who resisted the Emergency and worked to strengthen our democratic spirit. The #DarkDaysOfEmergency remain an unforgettable period in our history, totally opposite to the values our Constitution celebrates.

    — Narendra Modi (@narendramodi) June 25, 2023 " class="align-text-top noRightClick twitterSection" data=" ">

ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ''ମୁଁ ସେହି ସାହାସୀ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଯେଉଁମାନେ ଜରୁରୀ ପରିସ୍ଥିତିକୁ ବିରୋଧ କରିଥିଲେ ଏବଂ ଆମ ଗଣତନ୍ତ୍ରର ଆତ୍ମାକୁ ବଞ୍ଚାଇ ରଖିବାକୁ କାର୍ଯ୍ୟ କରିଥିଲେ । ଆମ ଇତିହାସରେ ଜରୁରୀ ପରିସ୍ଥିତିର ସେହି କଳାଦିନକୁ କେବେ ଭୁଲି ହେବ ନାହିଁ । ଆମ ସମ୍ବିଧାନ ପାଳନ କରୁଥିବା ମୂଲ୍ୟବୋଧର ଏହା ସମ୍ପୂର୍ଣ୍ଣ ବିପରୀତ ଥିଲା । ଭାରତ ଇତିହାସ ପାଇଁ ଏହା କଳା ଦିନ ଥିଲା । ଲକ୍ଷ ଲକ୍ଷ ଲୋକେ ଏହାର ବିରୋଧ କରିଥିଲେ । ଗଣତନ୍ତ୍ର ଉପରେ ଅତ୍ୟାଚାର ହୋଇଥିଲା । ଏହି ଯନ୍ତ୍ରଣାକୁ କେବେ ଭୁଲି ହେବ ନାହିଁ ।''

ଏହା ବି ପଢନ୍ତୁ...PM Modi Egypt Visit: ଇଜିପ୍ଟରେ ଟପ୍ ଲିଡରଙ୍କୁ ଭେଟିଲେ ମୋଦି, ସହଭାଗିତା ଶକ୍ତି ଓ ସୁରକ୍ଷା ଉପରେ ଆଲୋଚନା

ଏହା ବି ପଢନ୍ତୁ...PM Modi Egypt Visit: ଅଲ ହାକିମ ମସଜିଦ ବୁଲିବେ ମୋଦି

1975 ଜୁନ 25: 1971 ମସିହାରେ ଇନ୍ଦିରା ଗାନ୍ଧୀ ଗରିବୀ ହଟାଇବା କହି ବିପୁଳ ଭୋଟରେ କେନ୍ଦ୍ରରେ ସରକାର ଗଠନ କରିଥିଲେ । ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ୧୯୭୫ ଜୁନ୍ ୧୨ରେ ଆହ୍ଲାବାଦ୍ ହାଇକୋର୍ଟ ଏକ ମାମଲାର ବିଚାର କରି ରାଏବରେଲୀ ଲୋକସଭା ଆସନରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ଅବୈଧ ଘୋଷିତ କରିଥିଲେ । ଏହାସହ 6 ବର୍ଷ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଇନ୍ଦିରା । ସେଠାରେ କେବଳ ପ୍ରଧାନମନ୍ତ୍ରୀ ପଦ କାଏମ ରହିବା ନେଇ କୋର୍ଟ କହିଥିଲେ । ଆଉ ଏହା ହିଁ ଥିଲା ଏମରଜେନ୍ସିର ପୃଷ୍ଠଭୂମି ।

ସରକାର ଗଠନର 4 ବର୍ଷ ପରେ ଅର୍ଥାତ 1975 ଜୁନ 25 ତାରିଖରେ ରାଷ୍ଟ୍ରପତି ଫକିରୁଦ୍ଦିନ ଅହମ୍ମଦଙ୍କ ମାଧ୍ୟମରେ ଆଭ୍ୟନ୍ତରୀଣ ଜରୁରୀ ସ୍ଥିତି ଜାରି କରିଥିଲେ । 26 ତାରିଖରେ ଦେଶରେ ଗିରଫଦାରୀ ଆରମ୍ଭ ହୋଇଗଲା । ଗଣତନ୍ତ୍ର ଦୋହଲି ଯାଇଥିଲା । ରାଜନେତାଙ୍କଠୁ ନେଇ ମୁଖ୍ୟମନ୍ତ୍ରୀ ଗିରଫ ହୋଇଥିଲେ । କୁହାଯାଏ 21 ମାସ ଯାଏ ଜରୁରୀକାଳୀନ ପରିସ୍ଥିତି ରହିଥିଲା । ଯାହାକୁ ନେଇ ଏବେ ସୁଦ୍ଧା କଳଙ୍କର ଦୋଷ ମୁଣ୍ଡାଉଛନ୍ତି ଇନ୍ଦିରା ସରକାର । 1977 ମାର୍ଚ୍ଚ 21ରେ ଏହାର ସମାପ୍ତି ହୋଇଥିଲା ।

ଏମରଜେନ୍ସି କ'ଣ ? ଜରୁରୀକାଳୀନ ବା ବିପତ୍ତି ଅବା ସଙ୍କଟ ସମୟକୁ ବୁଝାଯାଏ । ଭାରତୀୟ ସମ୍ବିଧାନରେ ଏନେଇ ନିୟମ ରହିଛି । ଦେଶର ଆଭ୍ୟନ୍ତରୀଣ, ଆର୍ଥିକ ଉପରେ କୌଣସି ବିପତ୍ତି ଥିଲେ ଏହାର ବ୍ୟବହାର କରାଯାଏ । କୌଣସି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେଲେ ସରକାରଙ୍କ ସମସ୍ତ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ହାତକୁ ଚାଲିଆସେ । ଦେଶର ଅଖଣ୍ଡତା ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ବିଧାନରେ ଏହି ପ୍ରାବଧାନ ରହିଛି ।

Last Updated : Jun 25, 2023, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.