ETV Bharat / bharat

Cyclone Jawad Update: ମାଡି ଆସୁଛି ବାତ୍ୟା, ୩ ରାଜ୍ୟ ପାଇଁ ୪୬ NDRF ଟିମ - ବାତ୍ୟା ଜୱାଦର ଗତିପଥ

ବାତ୍ୟା ଜୱାଦକୁ (Cyclone Jawad) ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ(NDRF)କୁ ଆଲର୍ଟ କରିଛନ୍ତି। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଏନଡିଆରଏଫ ଡିଜି ଅତୁଲ କର୍ବାଲ (NDRF DG Atul Karwal)। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦକୁ ମୁକାବିଲା କରିବା ପାଇଁ ଓଡିଶା ଓ ଆନ୍ଧ୍ରପ୍ରେଦଶ ଓ ପଶ୍ଚିମବଙ୍ଗରେ ୪୬ଟି NDRF ଟିମ ପଠାଯାଇଛି । ଅଧିକ ପଢନ୍ତୁ

Cyclone jawad fight
Cyclone Jawad : ଓଡିଶା ଓ ଆନ୍ଧ୍ରପ୍ରେଦଶ,ପଶ୍ଚିମବଙ୍ଗରେ ୪୬ ଟି NDRF ଟିମ ମୁତୟନ
author img

By

Published : Dec 3, 2021, 3:51 PM IST

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ଜୱାଦର (Cyclone Jawad) ମୁକାବିଲା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ବାତ୍ୟା ଜୱାଦକୁ ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନ ଫୋର୍ସ(NDRF)କୁ ଆଲର୍ଟ କରିଛନ୍ତି। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଏନଡିଆରଏଫ ଡିଜି ଅତୁଲ କର୍ବାଲ (NDRF DG Atul Karwal)। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦକୁ ମୁକାବିଲା କରିବା ପାଇଁ ଓଡିଶା ଓ ଆନ୍ଧ୍ରପ୍ରେଦଶ ଓ ପଶ୍ଚିମବଙ୍ଗରେ ୪୬ଟି NDRF ଟିମ ପଠାଯାଇଛି । ଏହା ବ୍ୟତିତ ୧୮ଟି NDRF ଟିମକୁ ଆଲର୍ଟ କରି ରଖାଯାଇଛି । ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ସହ ରିଲିଫ କାର୍ଯ୍ୟ ପାଇଁ ଜରୁରୀକାଳିନ ଭିତ୍ତିରେ କରିବା ପାଇଁ ଟିମକୁ ଆଲର୍ଟ କରାଯାଇଛି।

ଭାରତୀୟ ପାଣିପଗ ବିଭାଗ (Indian Metrological Department DG ) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଜୱାଦ ଆସନ୍ତା ୫ ତାରିଖ ଦିନ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଛି । ବାତ୍ୟାର ପ୍ରଭାବ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡିଶା ଉପରେ ରହିଛି । ବିଶେଷ କରି ଉପକୂଳବର୍ତ୍ତୀ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହା ଓଡିଶା ପୁରୀରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ବାତ୍ୟା ଜୱାଦ ବର୍ତ୍ତମାନ ଗୋପାଳପୁର ଓ ବିଶାଖାପାଟଣାରୁ ୫୦୦ କିଲୋମିଟରୁ ଦୂରରେ ରହିଛି । ତେବେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଗତି ପରିବର୍ତ୍ତନ କରିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ସୂଚନାଥାଉକି ସାମୁଦ୍ରିକ ବାତ୍ୟାକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିଛନ୍ତି । ବାତ୍ୟାର ସ୍ଥିତି ଓ ଗିତିବିଧି ଉପରେ ଆଲୋଚନା କିରଛନ୍ତି ସମସ୍ତ ପ୍ରକାରର କେନ୍ଦ୍ରିୟ ଟିମକୁ ଆଲର୍ଟ କରିବା ସହ ସଫଳ ଭାବରେ ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାରେ ସମ୍ପୂର୍ଣ୍ଣ ଭାବରେ ଜିରୋ କାଜୁଆଲିଟି ଉପରେ ଧ୍ୟାନ ଦେଇଛନ୍ତି ସରକାର।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.