ETV Bharat / bharat

ଜାଲିକାଟୁ ବେଳେ କଚାଡି ଦେଲା ଷଣ୍ଢ, ୪୪ ଆହତ - ଜାଲିକାଟୁ ବେଳେ ଅଘଟଣ

ତାମିଲନାଡୁ ପ୍ରସିଦ୍ଧ ଜାଲିକାଟୁ ଚାଲିଥିବାବେଳେ ୪୪ ଜଣ ଆହତ ହୋଇଛନ୍ତି । ଜାଲିକାଟୁ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିବା ବେଳେ କଚାଡି ମାରିଲା ଷଣ୍ଢ । ଅଧିକ ପଢନ୍ତୁ....

ଜାଲିକାଟୁ ବେଳେ କଚାଡି ମାରିଲା ଷଣ୍ଢ, ୪୪ଜଣ ଆହତ

author img

By

Published : Jan 14, 2022, 3:19 PM IST

ଚେନ୍ନାଇ: ୨୦୨୨ ର ପ୍ରଥମ ତାମିଲନାଡୁର ପ୍ରସିଦ୍ଧ ଜାଲିକାଟୁ ପ୍ରତିଯୋଗିତା ଥାଚାନକୁରିଚି ଠାରେ ଅନୁଷ୍ଠିତ ବେଳେ ଅଘଟଣ । ୪୪ ଜଣଙ୍କୁ କଚାଡି ଦେଲା ଷଣ୍ଢ । ଗୋପାଳକମାନେ ଅମାରରୁ ବାହାରିଆସିଥିବା ଷଣ୍ଢକୁ ଅଟକାଇବା ସମୟରେ ଷଣ୍ଢ ସେମାନଙ୍କୁ କଚାଡି ଆହତ କରିଥିଲା । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଜାଲିକାଟୁ ବେଳେ କଚାଡି ମାରିଲା ଷଣ୍ଢ, ୪୪ଜଣ ଆହତ

ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ୬୦୦ ଷଣ୍ଢ ଏବଂ ୩୦୦ ଗୋରୁ ଭାଗ ନେଇଛନ୍ତି । ଜାଲିକାଟୁ ପ୍ରତିଯୋଗିତାକୁ ଆଇନ ମନ୍ତ୍ରୀ ରଘୁପାଠୀ, ପରିବେଶ ମନ୍ତ୍ରୀ ମାୟାନାଥନ୍ ଏବଂ ଜିଲ୍ଲାପାଳ କବିତା ରାମୁ ଉଦଘାଟନ କରିଥିଲେ ।

କୋରୋନା କଟକଣାକୁ ମାନି ଏହି ଷଣ୍ଢ ଲଢେଇ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଯେଉଁମାନେ ଦୁଇଟି ଡୋଜ ଟୀକାକରଣ କରିଥିଲେ ସେମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁମତି ଦିଆଯାଇଥିଲା । RTPCR ଟେଷ୍ଟରେ ନେଗେଟିଭ ଥିବା ବ୍ୟକ୍ତିଙ୍କୁ ପ୍ରବେଶ ପାଇଁ ଅନୁମତି ରହିଥିଲା । ଏହାରି ଭିତରେ ଘଟିଥିଲା ଏକ ବଡ ଦୁର୍ଘଟଣା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.