କୋଲକାତା: ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ବାଧିନ ଟିଏମସିର ପ୍ରଚଣ୍ଡ ବିଜୟ ପରେ ଦଳ ମୁଖ୍ୟ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଗତ 5 ରେ ଶପଥ ଗ୍ରହଣ କରିଥିଲେ । ସେହିଦିନ କେବଳ ମମତା ବାନାର୍ଜୀ ଏକ ନିରାଡମ୍ବର ଉତ୍ସବରେ ଶପଥ ଗ୍ରହଣ କରିଥିଲେ ।
ତେବେ ଆଜି ମମତା ବାନାର୍ଜୀ ତାଙ୍କର ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ଗଠନ କରିଛନ୍ତି । କ୍ୟାବିନେଟରେ ମମତା ଅନେକ ଅନୁଭବୀ ଓ ନବାଗତଙ୍କୁ ସୁଯୋଗ ଦେଇଛନ୍ତି । ଆଜି ମୋଟ 43 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଯେଉଁଥିରେ 24 ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ 19 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ ମମତାଙ୍କ 43 ସ୍ପେଶାଲରେ ଦଳର ଅନେକ ଅନୁଭବୀ ଓ ନବାଗତ ଅଛନ୍ତି । ତେବେ କ୍ରିକେଟର ରୁ ରାଜନେତା ପାଲଟିଥିବା ମନୋଜ ତିୱାରୀ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ରାଜଭବନ ଅଭିଶେଷକ ହଲରେ ଏକ ନିରାଡମ୍ବର ଉତ୍ସବରେ ରାଜ୍ୟପାଳ ଜଗଦୀଶ ଧନକର ସମସ୍ତ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ । କୋଭିଡ କଟକଣା ପାଇଁ ସିମୀତ ସଂଖ୍ୟକ ଅତିଥି ସାମିଲ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ