ETV Bharat / bharat

Drug Destruction day: ଦେଶବ୍ଯାପୀ ନଷ୍ଟ ହେଲା 42 ହଜାର କେଜି ନିଶାଦ୍ରବ୍ୟ

author img

By

Published : Jun 8, 2022, 9:40 PM IST

ଆଜି ନିଶା ଦ୍ରବ୍ୟ ନଷ୍ଟ ଦିବସ । ଦେଶବ୍ୟାପୀ 14 ସ୍ଥାନରେ ପ୍ରାୟ 42 ହଜାର କେଜି ନିଶାଦ୍ରବ୍ୟ ନଷ୍ଟ କଲା କେନ୍ଦ୍ରୀୟ ପରୋକ୍ଷ ଟ୍ୟାକ୍ସ ଓ କଷ୍ଟମ ବୋର୍ଡ । ଭର୍ଚ୍ଚୁଆଲି ସାମିଲ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କହିଲେ ଆମେ ନିଶାମୁକ୍ତ ଭାରତ ପାଇଁ ପ୍ରତିଶ୍ରୁତିବଦ୍ଧ । ଅଧିକ ପଢନ୍ତୁ

Drug Destruction day: ଦେଶବ୍ଯାପୀ ନଷ୍ଟ ହେଲା 42 ହଜାର କେଜି ନିଶାଦ୍ରବ୍ୟ
Drug Destruction day: ଦେଶବ୍ଯାପୀ ନଷ୍ଟ ହେଲା 42 ହଜାର କେଜି ନିଶାଦ୍ରବ୍ୟ

ନୂଆଦିଲ୍ଲୀ: ଆଜି (ଜୁନ 8) ନିଶା ଦ୍ରବ୍ୟ ନଷ୍ଟ ଦିବସ (Drug Destruction day) ପାଳୁଛି ସାରା ଦେଶ । ସାଧାରଣରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଏହି ଦିବସରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରାୟ 42 ହଜାର କେ.ଜି ନିଶାଦ୍ରବ୍ୟ ନଷ୍ଟ କରାଯାଇଛି । କେନ୍ଦ୍ରୀୟ ପରୋକ୍ଷ ଟ୍ୟାକ୍ସ ଓ କଷ୍ଟମ ବୋର୍ଡ (CBIC) ପକ୍ଷରୁ ଏହି ବିପୁଳ ପରିମାଣର ନିଶାଦ୍ରବ୍ୟ ଦେଶର ମୋଟ 14ଟି ଭିନ୍ନ ଭିନ୍ନ ସ୍ଥାନରେ ନଷ୍ଟ କରାଯାଇଛି ।

  • Azadi Ka Amrit Mahotsav (AKAM) celebration
    MoF ICONIC Week - Drug Destruction Day (08.06.2022)
    At multiple locations across the country

    In virtual presence of Smt. Nirmala Sitharaman, Hon’ble Union Finance Minister

    Destruction of 7472.386 Kgs Ganja/Cannabis at Guwahati, Assam pic.twitter.com/0HBjSyqjYd

    — Customs (Preventive), NER Shillong (@CustomsNer) June 8, 2022 " class="align-text-top noRightClick twitterSection" data=" ">

ବିଭିନ୍ନ ରାଜ୍ୟରେ ନିଶା ବିରୋଧୀ ଅଭିଯାନ ବେଳେ ଏହି ନିଶା ଦ୍ରବ୍ୟକୁ ଚଢାଉ କରି ଜବତ କରାଯାଇଥିଲା । ଜବତ ମାଦକଦ୍ରବ୍ୟ ମଧ୍ୟରେ ଗଞ୍ଜେଇ, ଚରସ, ଅଫିମ, ହେରୋଇନ, କୋକେନ ପରି ସାଙ୍ଘାତିକ କ୍ଷତିକାରକ ଦ୍ରବ୍ୟ ମଧ୍ୟ ସାମିଲ ରହିଛି । କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ନିଶାଦ୍ରବ୍ୟ ନଷ୍ଟ ପ୍ରକ୍ରିୟାରେ ଭର୍ଚ୍ଚୁଆଲି ସାମିଲ ହୋଇଥିଲେ । ଗୁଜୁରାଟର କୁଚ୍, ମୁମ୍ବାଇ, ପୁଣେ, ତାମିଲନାଡୁର ବିରୁଧୁନଗର, ବିହାରର ପାଟନା ଏବଂ ପଶ୍ଚିମବଙ୍ଗର ସିଲିଗୁଡି ସମେତ ଅନ୍ୟ କିଛି ସ୍ଥାନରେ ଏହି ନିଶା ଦ୍ରବ୍ୟନଷ୍ଟ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।

  • Law enforcement agencies are committed to make sure that not even a milligram of drug enters into the country...I am convinced that field formations of DRI & Customs will work together so that our country remains safe from drugs.

    - Smt @nsitharaman at Drug Destruction Day. pic.twitter.com/t0EjF8BsDP

    — NSitharamanOffice (@nsitharamanoffc) June 8, 2022 " class="align-text-top noRightClick twitterSection" data=" ">

ମନ୍ତ୍ରୀ ସୀତାରମଣ ଟ୍ୱିଟ୍ କରି କହିଛନ୍ତି, ଏହି କାର୍ଯ୍ୟକ୍ରମ ଲୋକମାନଙ୍କ ପ୍ରତି ଆମର ନିଶା ବିରୋଧୀ ପ୍ରତିବଦ୍ଧତାକୁ ଦର୍ଶାଇବ । ନିଶା ଚାଲାଣକାରୀଙ୍କୁ ରୋକିବା ଓ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ସକ୍ରିୟତାର ସହ କାର୍ଯ୍ୟ ଜାରି ରଖିଛୁ । ଅନ୍ୟ ଏକ ଟୁଇଟ୍‌ରେ ସୀତାରମଣ କହିଛନ୍ତି, ଦେଶର ବିଭିନ୍ନ ଆଇନ କାର୍ଯ୍ୟକାରୀ ସଂସ୍ଥା ଦେଶରେ ଏକ ମିଲିଗ୍ରାମ ଡ୍ରଗ୍ ମଧ୍ୟ ପ୍ରବେଶ ନ କରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ଦେଶକୁ ଡ୍ରଗ୍ସରୁ ସୁରକ୍ଷିତ ରଖିବା ପାଇଁ DRI ଏବଂ କଷ୍ଟମ୍ସ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.