ପାଟନା: ବିହାରର ସମସ୍ତିପୁରରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି । ଏଠାରେ ଜଣେ ୪୨ ବର୍ଷର ଶିକ୍ଷକ ୨୨ ବର୍ଷର ଛାତ୍ରଙ୍କୁ ବିବାହ କରିଛନ୍ତି । ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୋଚିଂର ପଢାଉଥିବା ଶିକ୍ଷକ ରୋଜଡା ଥାନେଶ୍ବର ମନ୍ଦିରରେ ଥିବା ନିଜ କୋଚିଂ ସେଣ୍ଟରର ଜଣେ ଛାତ୍ରଙ୍କୁ ବିବାହ କରିଛନ୍ତି (Teacher Married Student in Samastipur) । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
୨୨ ବର୍ଷର ଛାତ୍ରୀଙ୍କ ପ୍ରେମରେ ଶିକ୍ଷକ: -
ସ୍ଥାନୀୟ ଲୋକେ କହିଛନ୍ତି ଯେ ରୋଡଡା ବଜାରରେ ଅବସ୍ଥିତ ସଂଗୀତ କୁମାରଙ୍କ କୋଚିଂରେ ଶ୍ବେତା କୁମାରୀ ଇଂରାଜୀ ଅଧ୍ୟୟନ କରୁଥିଲେ । ସେଠାରେ ଦୁହେଁ ପ୍ରେମରେ ପଡିଥିଲେ । ଏହା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ଏକ ପ୍ରେମ ବିବାହ ହୋଇଥିଲା ଏବଂ ପରେ ଏହାକୁ ଆଇନଗତ ମାନ୍ୟତା ଦେବା ପାଇଁ କୋର୍ଟ ବିବାହ କରିଥିଲେ । ଉଭୟ ରୋଜଡା ବଜାରର ବାସିନ୍ଦା । ଉଭୟଙ୍କ ଘରର ଦୂରତା ପ୍ରାୟ ୮୦୦ ମିଟର । ଅନେକ ବର୍ଷ ହୋଇଗଲାଣି ଶିକ୍ଷକଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା ।
କୋଚିଂରେ ପ୍ରେମରେ ପଢିଲେ ଉଭୟ:-
ଗୁରୁବାର ଶିକ୍ଷକ ସଂଗୀତ କୁମାର ମନ୍ଦିରକୁ ଯାଇ ଶ୍ବେତାଙ୍କୁ ବିବାହ କରିଥିଲେ। ବହୁ ସଂଖ୍ୟକ ଲୋକ ଏହି ବିବାହର ସାକ୍ଷୀ ହୋଇଛନ୍ତି । ବିବାହକୁ ଆସିଥିବା ଲୋକମାନେ ଏହି ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ। ଗୁରୁ-ଶିଷ୍ୟ ବିବାହ ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।