ETV Bharat / bharat

ତେଲେଙ୍ଗାନାର 40 ପାୱାର ସବଷ୍ଟେସନରେ ଚୀନର ସାଇବର ଆକ୍ରମଣ

author img

By

Published : Mar 3, 2021, 4:32 PM IST

ତେଲେଙ୍ଗାନାର 40 ସବଷ୍ଟେସନ ସାଇବର ଆକ୍ରମଣର ସାମ୍ନା କରିଥିବା କହିଛନ୍ତି ତେଲେଙ୍ଗାନାର ପ୍ରମୁଖ ଇଲେକ୍ଟ୍ରିସିଟି କମ୍ପାନୀ ଅଧିକାରୀ । ଅଧିକ ପଢନ୍ତୁ...

ତେଲେଙ୍ଗାନାର 40 ପାୱାର ସବଷ୍ଟେସନରେ ଚୀନ ହ୍ୟାକରଙ୍କ ଟାର୍ଗେଟ

ହାଇଦ୍ରାବାଦ: ମୁମ୍ବାଇରେ ବଡ ପାୱାର କଟ ପଛରେ ଚୀନ ସାଇବର ଆକ୍ରମଣ ଦାବିକୁ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ପ୍ରତ୍ୟାଖ୍ୟାନ ପରେ ଏବେ ତେଲେଙ୍ଗାନାରୁ ସାମ୍ନାକୁ ଆସିଛି ବଡ ଖବର । ରାଜ୍ୟର 40 ସବ ଷ୍ଟେସନ ସାଇବର ଆକ୍ରମଣର ସାମ୍ନା କରିଥିବା କହିଛନ୍ତି ତେଲେଙ୍ଗାନାର ପ୍ରମୁଖ ଇଲେକ୍ଟ୍ରିସିଟି କମ୍ପାନୀ ଅଧିକାରୀ ।

ଅଧିକାରୀଙ୍କ କହିବା ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ପକ୍ଷରୁ ରାଜ୍ୟର 40ଟି ସବଷ୍ଟେସନରେ ଚୀନ ମାଲୱୟାର ପ୍ରବେଶ କରୁଥିବା ନେଇ ଆଲର୍ଟ ମିଳିଥିଲା । ସୋମବାର ବିଳମ୍ବିତ ରାତିରେ ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଟିମ(CERT-in) ବିଶ୍ବସ୍ତ ସୂତ୍ରରୁ ସୂଚନା ଦେଇଥିଲା ଯେ ଚୀନର ହ୍ୟାକର ଗ୍ରୁପ ତେଲେଙ୍ଗାନା ଡିସପାଚ ସେଣ୍ଟର ସହ ଜଡିତ ସିଷ୍ଟମକୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ । ତେବେ ଏଥିପାଇଁ ସମସ୍ତ ଜରୁରୀ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ତେଲେଙ୍ଗାନା ସରକାରଙ୍କୁ ସୂଚନା ଦିଆଯାଇଥିବା କୁହାଯାଇଛି ।

ଗତ ବର୍ଷ ଅକ୍ଟୋବରରେ ମୁମ୍ବାଇରେ ବଡ ପାୱାର କଟ ପଛରେ ଚୀନ ସାଇବର ଆକ୍ରମଣ ଦାବିକୁ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଥିଲେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ । ମନ୍ତ୍ରୀ କହିଥିଲେ ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ, ଯାହା ଆଧାରରେ ମୁମ୍ବାଇ ପାୱାର କଟ ପଛରେ ଚୀନର ହାତ ଥିବା କୁହାଯାଇପାରିବ ।

ଦକ୍ଷିଣ ଓ ଉତ୍ତର ଲୋଡ ଡିସପାଚ ସେଣ୍ଟର ଉପରେ ସାଇବର ଆକ୍ରମଣ ହୋଇଥିବା କଥାକୁ ସ୍ବୀକାର କରିଥିଲେ ମନ୍ତ୍ରୀ । ହେଲେ ମୁମ୍ବାଇ ପାୱାର କଟ ପଛରେ ଚୀନର ହାତକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି, କିଛି ଲୋକ କହୁଛନ୍ତି ଏହା ପଛରେ ଚୀନର ସାଇବର ହ୍ୟାକରଙ୍କ ହାତ ରହିଛି ବୋଲି, ଏନେଇ କୌଣସି ପର୍ଯ୍ୟାପ୍ତ ପ୍ରମାଣ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.