ହାଇଦ୍ରାବାଦ: ବିବିଧ ସଂସ୍କୃତି ଓ ପରମ୍ପରାର ସହର ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ । ଅନ୍ୟାନ୍ୟ ମେଟ୍ରୋ ସିଟି ତୁଳାନାରେ ହାଇଦ୍ରାବାଦରେ ଜୀବନଯାପନର ମୂଲ୍ୟ କମ୍ । ତେଣୁ ଉତ୍ତମ କର୍ମସ୍ଥଳ ଭାବେ ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି ହାଇଦ୍ରାବାଦ । ଆଇଟି, ବାଙ୍କିଙ୍ଗ, ଇ-କମର୍ସ ଇତ୍ୟାଦି ବିଭିନ୍ନ କ୍ଷେତ୍ରର କର୍ମଚାରୀ ଏହି ସହରରେ କାମ କରିବାକୁ ଭଲ ପାଉଛନ୍ତି । କୋଭିଡ ସମୟରେ ବିଭିନ୍ନ ସଂସ୍ଥାର କର୍ମଚାରୀ କାମ କରିବା ପାଇଁ ହାଇଦ୍ରାବାଦକୁ ଏକ ଉତ୍ତମ ସହର ରୂପେ ବାଛିଛନ୍ତି । ପ୍ରାୟ ୪୦ ପ୍ରତିଶତ କର୍ମଚାରୀ ହାଇଦ୍ରାବାଦକୁ ଶ୍ରେଷ୍ଠ କର୍ମସ୍ଥଳ ଭାବେ ଚୟନ କରିଥିବା ଲୋକପ୍ରିୟ HR କମ୍ପାନୀ 'Careernet'ର ଏକ ଅଧ୍ୟୟନରୁ ଏହା ଜଣାପଡିଛି ।
ହାଇଦ୍ରାବାଦ ପରେ ବେଙ୍ଗାଲୁରୁ, ଚେନ୍ନାଇ, ପୁଣେ, ମୁମ୍ବାଇ, ଦିଲ୍ଲୀ ଏବଂ ଅନ୍ୟାନ୍ୟ ସହରରୁ ଲୋକେ ଚୟନ କରିଛନ୍ତି । ବେଙ୍ଗାଲୁରୁକୁ ୧୭ ପ୍ରତିଶତ, ଚେନ୍ନାଇକୁ ୫ ପ୍ରତିଶତ, ପୁଣେକୁ ୧୪ ପ୍ରତିଶତ, ଦିଲ୍ଲୀକୁ ୯ ପ୍ରତିଶତ ଏବଂ ମୁମ୍ବାଇ ସହରକୁ ୪ ପ୍ରତିଶତ କର୍ମଚାରୀ ଉତ୍ତମ କର୍ମସ୍ଥଳ ରୂପେ ବାଛିଛନ୍ତି । ବିଭିନ୍ନ ସାକ୍ଷାତକାର ଏବଂ କ୍ୟାମ୍ପସ ନିଯୁକ୍ତି ସମୟରେ ଲୋକେ ହାଇଦ୍ରାବାଦକୁ ପ୍ରଥମ ପସନ୍ଦ ଭାବେ ଚୟନ କରୁଛନ୍ତି ।