ETV Bharat / bharat

ଦୀପାବଳିରେ ଅଘଟଣ, ବାଣ ଫୁଟି ୪ ବର୍ଷର ଶିଶୁକନ୍ୟା ମୃତ

author img

By ETV Bharat Odisha Team

Published : Nov 13, 2023, 10:45 AM IST

ତାମିଲନାଡୁର ରାଣୀପେଟ ଜିଲ୍ଲାରେ ଦୀପାବଳିରେ ଅଘଟଣ । ବାଣ ଫୁଟାଇବା ବେଳେ ଅଘଟଣ ଘଟି ଜଣେ ୪ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

ଦୀପାବଳିରେ ଅଘଟଣ
ଦୀପାବଳିରେ ଅଘଟଣ

ଚେନ୍ନାଇ : ଆଲୋକର ପର୍ବ ଦୀପାବଳିକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି । ବାଣ ଫୁଟାଇ ପରସ୍ପରକୁ ମିଠା ଖୁଆଇ ଧୁମଧାମରେ ଏହି ପର୍ବକୁ ପାଳନ କରୁଥିବା ବେଳେ ତାମିଲନାଡୁର ରାଣୀପେଟ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ବାଣ ଫୁଟାଇବା ବେଳେ ଅଘଟଣ ଘଟି ଜଣେ ୪ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଜାଣିଶୁଣି ଝିଅ ଉପରେ ବାଣ ପକାଯାଇଥିବା ଅଭିଯୋଗ କରିଛନ୍ତି ବାପା ।

ଏହା ମଧ୍ୟ ପଢନ୍ତୁ- ବାଣ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ, 12ରୁ ଊର୍ଦ୍ଧ୍ବ ଗୁରୁତର

ସୂଚନା ମୁତାବକ, ଗତକାଲି(ରବିବାର) ଦୀପାବଳିକୁ ସମସ୍ତେ ଉତ୍ସାହର ସହ ପାଳନ କରିଥିଲେ । ଏନେଇ ତାମିଲନାଡୁ ରାଣୀପେଟ ଜିଲ୍ଲାର ମାମବାକମ ଅଞ୍ଚଳର ରମେଶ ଓ ତାଙ୍କ ପତ୍ନୀ ମଧ୍ୟ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ । ସେହି ସମୟରେ ରମେଶଙ୍କ ଭାଇ ବିଘ୍ନେଶ ବାଣ ଫୁଟାଉଥିବା ସମୟରେ ରମେଶଙ୍କ ୪ ବର୍ଷର ଶିଶୁ କନ୍ୟା ଉପରେ ବାଣ ପକାଇ ଦେଇଥିଲେ । ଯାହା ଫଳରେ ଶିଶୁ କନ୍ୟାଟିର ଛାତି ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଦୀପାବଳି ପରେ ଦିଲ୍ଲୀରେ ବଢିଲା ପ୍ରଦୂଷଣର ମାତ୍ରା, ବାୟୂ ଗୁଣବତା ନିମ୍ନ ସ୍ତରରେ

ଏନେଇ ଘଟଣାସ୍ଥଳରେ ପରିବାର ଲୋକେ ସଙ୍ଗେ ସଙ୍ଗେ ଶିଶୁ କନ୍ୟାକୁ ନେଇ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଥିଲେ । ତେବେ ଶିଶୁର ମୃତ୍ୟୁର ଖବର ଶୁଣି ପରିବାରରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଏନେଇ ଭାଜାଇପାଣ୍ଡାଲ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନେକଙ୍କ ପାଇଁ ଦୀପାବଳି ଖୁସିର ଆସର ଜମାଇଥିବା ବେଳେ ଅନେକଙ୍କ ପାଇଁ ଏହି ଦିନ ଅଶୁଭ ଦିନ ପାଲଟିଛି । ଟିକିଏ ଅସାବଧାନତାରୁ ଦୀପାବଳି ଭଳି ଖୁସିର ପର୍ବରେ ଏଭଳି ଅଘଟଣ ଘଟିଛି । ପ୍ରକାଶ ଥାଉକି, ଚଳିତ ବର୍ଷ ସାରା ଦେଶରେ ବିପଜ୍ଜନକ ବାଣ ନଫୁଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ବାୟୁ ଓ ଶବ୍ଦ ପ୍ରଦୂଷଣ କରୁଥିବା ଓ ରାସାୟନିକ ଉପାଦନ ଥିବା ଅତି ବିପଜ୍ଜନକ ବାଣକୁ ଚିହ୍ନଟ କରି ଏହାକୁ ବ୍ୟବହାରରୁ ବାଦ ଦେବା ପାଇଁ କହିଲେ ସୁପ୍ରିମକୋର୍ଟ । କିନ୍ତୁ ଦେଶର କୌଣସି ସ୍ଥାନରେ ଏହି ନିର୍ଦ୍ଦେଶର ଅନୁପାଳନ ହୋଇଥିବା ଦେଖାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.