ETV Bharat / bharat

ଯୁଦ୍ଧ ଜାହାଜ INS ରଣବିଜୟରେ ଅଗ୍ନିକାଣ୍ଡ, 4 ନୌସୈନିକ ଆହତ

author img

By

Published : Oct 24, 2021, 5:14 PM IST

ନୌସେନାର ଯୁଦ୍ଧ ଜାହାଜ INS ରଣବିଜୟରେ ଅଗ୍ନିକାଣ୍ଡ । ଜାହାଜରେ ନିଆଁ ଲାଗି 4 ସୈନିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଯୁଦ୍ଧ ଜାହାଜ INS ରଣବିଜୟରେ ଅଗ୍ନିକାଣ୍ଡ, 4 ନୌସୈନିକ ଆହତ
ଯୁଦ୍ଧ ଜାହାଜ INS ରଣବିଜୟରେ ଅଗ୍ନିକାଣ୍ଡ, 4 ନୌସୈନିକ ଆହତ

ବିଶାଖାପାଟନମ: ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS ରଣବିଜୟରେ ଅଗ୍ନିକାଣ୍ଡ । ଜାହାଜରେ ନିଆଁ ଲାଗି 4 ସୈନିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଏଇଏନଏସଏଚ କଲ୍ୟାଣୀରେ ଭର୍ତ୍ତି କରାଯାଇଛି ।

ଅଗ୍ନିକାଣ୍ଡ ସମୟରେ ଏହି ଯୁଦ୍ଧ ଜାହାଜ ବିଶାଖାପାଟନମ ବନ୍ଦରରେ ଥିଲା । ତେବେ ଆଇଏନଏସ ରଣବିଜୟରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନି । ହେଲେ ନୌସେନା ଯୁଦ୍ଧ ଜାହାଜରେ ଅଗ୍ନିକାଣ୍ଡ ଘଟଣାକୁ ବେଶ୍‌ ଗମ୍ଭୀରତାର ସହ ନେଇଛି । ଏହାସହିତ ଘଟଣାର ଯାଞ୍ଚ ଆଦେଶ ମଧ୍ୟ ଦିଆଯାଇଛି ।

ସୂଚନା ଅନୁଯାୟୀ, ବିଶାଖାପାଟନମ ବନ୍ଦରରେ ଫାୟାର ଫାଇଟିଙ୍ଗ୍‌ ସମୟରେ ହୋଇଛି ଏହି ଦୁର୍ଘଟଣା । ଏଥିରେ ଆହତ 4 ନୌସୈନିକଙ୍କ ଚିକିତ୍ସା ଜାରି ରହିଛି । ଅଗ୍ନିକାଣ୍ଡକୁ ନେଇ ଯାଞ୍ଚ ବୋର୍ଡକୁ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.