ETV Bharat / bharat

ରେଲୱେ କ୍ରସିଂ ପାରବେଳେ ଅଘଟଣ: ଟ୍ରେନ ଧକ୍କାରେ ଗୋଟିଏ ପରିବାରର ୪ ମୃତ

author img

By

Published : Nov 6, 2021, 4:11 PM IST

ଅଯୋଧ୍ୟାରେ ଟ୍ରେନ ଧକ୍କାରେ ଗୋଟିଏ ପରିବାରର ୪ ମୃତ । ମୃତକଙ୍କ ମଧ୍ୟରେ ଦମ୍ପତିଙ୍କ ସହ ଦୁଇ ସନ୍ତାନ ଥିବା ସୂଚନା । ଅଧିକ ପଢନ୍ତୁ...

ଟ୍ରେନ ଧକ୍କାରେ ଗୋଟିଏ ପରିବାରର ୪ମୃତ
ଟ୍ରେନ ଧକ୍କାରେ ଗୋଟିଏ ପରିବାରର ୪ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଅଯୋଧ୍ୟାରେ ଅଭାବନୀୟ ଘଟଣା । ରେଲଓ୍ବେ-କ୍ରସିଂ ପାର ହେଉଥିବା ସମୟରେ ଟ୍ରେନ ଧକ୍କାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଅଯୋଧ୍ୟା ଜିଲ୍ଲାର ଗୋଷାଇଁଗଞ୍ଜ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଦମ୍ପତି ଓ ସେମାନଙ୍କର ଦୁଇ ସନ୍ତାନ ଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ, ଏମାନେ ନିଜ ସମ୍ପର୍କୀୟ ଘରକୁ ଯିବାବେଳେ ବାଇକରେ ରେଲଓ୍ବେ-କ୍ରସିଂ ପାର ହେଉଥିଲେ । ତେବେ ଦ୍ରୁତଗତିରେ ଆସୁଥିବା କୌଣସି ଏକ ଟ୍ରେନ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଦମ୍ପତିଙ୍କ ସହ ଦୁଇ ସନ୍ତାନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.