ETV Bharat / bharat

ଏସୟୁଭିକୁ ଧକ୍କା ଦେଲା ଟ୍ରକ, ଗୋଟିଏ ପରିବାରର 4 ମୃତ

author img

By

Published : Feb 16, 2021, 8:50 PM IST

ମହାରାଷ୍ଟ୍ର ରାଇଗଡ ଜିଲ୍ଲାର ଖଲଲପୁର ଟୋଲ ପ୍ଲାଜା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପାଞ୍ଚଟି କାର ଓ ଏସୟୁଭିକୁ ଧକ୍କା ଦେଲା ଟ୍ରକ । ଗୋଟିଏ ପରିବାରର 4 ମୃତ । ଅଧିକ ପଢନ୍ତୁ...

ପାଞ୍ଚଟି କାର ସମେତ ଏସୟୁଭିକୁ ଧକ୍କା ଦେଲା ଟ୍ରକ, 5 ମୃତ

ମୁମ୍ବାଇ: ମହାରାଷ୍ଟ୍ର ରାଇଗଡ ଜିଲ୍ଲାର ଖଲଲପୁର ଟୋଲ ପ୍ଲାଜା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦ୍ରୁତଗତିରେ ଆସୁଥିବା ଏକ କଣ୍ଟେନର ଟ୍ରକ ପାଞ୍ଚଟି କାର ସମେତ ଏସୟୁଭିକୁ ଧକ୍କା ଦେବା ଫଳରେ 5 ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଆଉ 5 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତ ମୃତକଙ୍କ ମଧ୍ୟରେ ଜଣେ ଡାକ୍ତର ସମେତ ତାଙ୍କ ପରିବାରର 4 ଜଣ ସଦସ୍ୟ ରହିଛନ୍ତି ।

ମୃତକମାନେ ହେଲେ ଡାକ୍ତର ବୈଭବ ଭି ଜୁନଜାରେ, ତାଙ୍କ ପତ୍ନୀ ବୈଶାଳୀ, ଝିଅ ଶ୍ରେୟା, ତାଙ୍କ ମାଆ ଉଷା ଜୁନାଜାରେ ଏବଂ ଅନ୍ୟ ଜଣେ ହେଉଛନ୍ତି 58 ବର୍ଷୀୟା ମହିଳା ମଞ୍ଜୁ ପି ନହାର ।

ନାଭି ମୁମ୍ବାଇସ୍ଥିତ ନେରୁଲ ଅଞ୍ଚଳରେ ଡାକ୍ତର ବୈଭବଙ୍କ ଘର ହୋଇଥିବା ଜଣାପଡିଛି । ସେ ନାଭି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନରେ କାର୍ଯ୍ୟରତ ଥିଲେ । ମଙ୍ଗଳବାର ସେ ନିଜ ପରିବାର ସହ ସୋଲାପୁରରୁ ଫେରୁଥିବାବେଳେ ଏଭଳି ଛାତିଥରା ଘଟଣା ଘଟିଛି । ଏହି ଭୟାନକ ଦୁର୍ଘଟଣାରୁ ଡାକ୍ତରଙ୍କ ନାବାଳକ ପୁଅ ହିଁ ବଞ୍ଚି ଯାଇଛନ୍ତି ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.