ETV Bharat / bharat

ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ - Andaman and Nicobar Island

ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜର ଦକ୍ଷିଣ ପୂର୍ବ ପୋର୍ଟବ୍ଲେୟାରରେ ୪.୩ ମ୍ୟାଗ୍ନିଚ୍ୟୁଟର ଭୂକମ୍ପ ଝଟକା । ଅଧିକ ପଢନ୍ତୁ...

ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ

author img

By

Published : Nov 8, 2021, 11:40 AM IST

ପୋର୍ଟବ୍ଲେୟର: ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ ଝଟକା । ଦ୍ବୀପପୁଞ୍ଜର ଦକ୍ଷିଣ ପୂର୍ବ ପୋର୍ଟବ୍ଲେୟାରରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତିବ୍ରତା ୪.୩ ମ୍ୟାଗ୍ନିଚ୍ୟୁଟ ହୋଇଥିବା ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି।

ଆଜି ସକାଳ ୫ଟା ୨୮ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାବେଳେ ଏହାର ଅଂକ୍ଷାଶ ୯.୯୮ ଓ ଦ୍ରାଘିମା ୯୩.୮୨ ରହିଛି । ଏହାର ଗଭୀରତା ୧୬ କିଲୋମିଟର ରହିଥିବା ସୂଚନା ମିଳିଛି । ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ତେବେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ବାରମ୍ବାର ଭୂକମ୍ପ ଅନୁଭୁତ ହେଉଛି । ଏହା ପୂର୍ବରୁ ମଧ୍ୟ ଆଣ୍ଡାମାନ ଏବଂ ନିକୋବରରେ ୪.୫ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.