ପୋର୍ଟବ୍ଲେୟାର: ଭୂମିକମ୍ପରେ ଥରିଲା ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜ । ପୋର୍ଟବ୍ଲେୟାରର ଦକ୍ଷିଣ ପୂର୍ବର 285 କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଛି । ଆଜି ସନ୍ଧ୍ୟା 7:23 ରେ ଭୁକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1ରହିଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି ।
ତେବେ ଏହାର ଝଟକା ଏତେ ଜୋରଦାର ନଥିବାବେଳେ, ଏହା ଯୋଗୁଁ କୌଣସି ପ୍ରକାରର କ୍ଷୟକ୍ଷତି ହେବାର ଆଶଙ୍କା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
@ ANI