ETV Bharat / bharat

ମହାରାଷ୍ଟ୍ର ରସାୟନିକ କାରଖାନାରେ ଅଗ୍ନିକାଣ୍ଡ ଘଟି 4 ମୃତ

author img

By

Published : Mar 20, 2021, 6:59 PM IST

ମହାରାଷ୍ଟ୍ରର ଏକ ରସାୟନିକ କାରଖାନାରେ ନିଆଁ ଲାଗିବା ଫଳରେ 4 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ..

ମହାରାଷ୍ଟ୍ରର ଏକ ରାସାୟନିକ କାରଖାନାରେ ନିଆଁ : 4 ମୃତ, ଜଣେ ଗୁରୁତର

ମୁମ୍ବାଇ : ମହାରାଷ୍ଟ୍ରର ଏକ ରସାୟନିକ କାରଖାନାରେ ନିଆଁ ଲାଗିବା ଫଳରେ 4 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସକାଳ 9 ଟା 15 ରେ ନିଆଁ ଲାଗିଥିଲା । ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ନିଆଁ ଲାଗିବା ଜଣାପଡିବା ପରେ ଘଟଣାସ୍ଥଳରେ 4 ରୁ 5 ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ କାରଖାନାରେ କାମ ଚାଲୁଥିବାବେଳେ ନିଆଁ ଲାଗିଥିଲା ।

କାରଖାନା ମଧ୍ୟରେ ଫସିଥିବା କର୍ମଚାରୀ ଓ ଶ୍ରମିକ ମାନଙ୍କୁ ଅଗ୍ନିଶନ ବାହିନୀ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ତେବେ ପ୍ରାୟ 5 ଜଣ ବ୍ୟକ୍ତି କାରଖାନା ପରିସରରେ ଫସି ରହିଥିବାବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ସଫଳ ହୋଇଥିବା ବେଳେ ଅନ୍ୟ 4 ଜଣଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ପରେ 4ଟି ମୃତଦେହ ଠାବ କରାଯାଇଛି । ଗୁରୁତର ଆହତ ଶ୍ରମିକ ଜଣଙ୍କୁ ଚିକିତ୍ସା ଲାଗି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.