ETV Bharat / bharat

ନାଗପୁରରେ ଶିଶୁକୁ କିଣିବା ପରେ ପୁଣି ବିକ୍ରି, ନର୍ସଙ୍କ ସମେତ ୪ ଗିରଫ

ମହାରାଷ୍ଟ୍ର ନାଗପୁରରେ ବାର୍ଦ୍ଧକ୍ୟ ସମୟରେ ସାହାରା ପାଇଁ ପୋଷ୍ୟ ପୁତ୍ର କିଣିଲେ ଶିକ୍ଷୟିତ୍ରୀ । ଉକ୍ତ ପୋଷ୍ୟ ପୁତ୍ରର ଅଭିଯୋଗ ଆଧାରରେ ଶିଶୁ ଚୋର ନିକଟରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

author img

By

Published : May 13, 2022, 10:41 PM IST

ନାଗପୁରରେ ଶିଶୁକୁ କିଣିବା ପରେ ପୁଣି ବିକ୍ରି, ନର୍ସଙ୍କ ସମେତ ୪ ଗିରଫ
ନାଗପୁରରେ ଶିଶୁକୁ କିଣିବା ପରେ ପୁଣି ବିକ୍ରି, ନର୍ସଙ୍କ ସମେତ ୪ ଗିରଫ

ମୁମ୍ବାଇ: ନାଗପୁର କ୍ରାଇମବ୍ରାଞ୍ଚର ମାନବ ଚାଲାଣ ବିଭାଗ (Anti-human trafficking Department) ହାତରେ ଶିଶୁ ଚୋର । ଶିଶୁକୁ କିଣିବା ପରେ ପୁଣି ବିକ୍ରି କରିବା ଅଭିଯୋଗରେ ୩ ଜଣ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ବିଭାଗ । ଏହି ମାମଲାରେ ଗିରଫ ହୋଇଥିବା ୨ ଜଣ ମହିଳା ଡାକ୍ତରଖାନାର ନର୍ସ ବୋଲି ଜଣାପଡିଛି ।

ପ୍ରାୟ ତିନିବର୍ଷ ପୂର୍ବେ ଜଣେ ଶିକ୍ଷକ ବୃଦ୍ଧାବସ୍ଥାରେ ସହାୟତା ପାଇବାକୁ ଦଲାଲଙ୍କ ମାଧ୍ୟମରେ ୩ ଲକ୍ଷ ଟଙ୍କାରେ ପିଲା କିଣିଥିଲେ । ପୋଷ୍ୟ ପୁତ୍ର ଭାବେ ଗ୍ରହଣ ହୋଇଥିବା ସେହି ପୁଅର ଅଭିଯୋଗକୁ ଆଧାର କରି ଶିକ୍ଷୟିତ୍ରୀ ଧରାପଡିଥିଲେ । ଶିକ୍ଷୟିତ୍ରୀଙ୍କ ପୁଅ ନିଜର ପୋଷ୍ୟ ସନ୍ତାନ ଗ୍ରହଣ କରିବା ପଛରେ ଥିବା ସତ୍ୟକୁ ଜାଣିବାକୁ ପୋଲିସକୁ କହିଥିଲା । ଏହାପରେ ଉଭୟ ଦଲାଲ ଏବଂ ଶିକ୍ଷକ ଜେଲରେ ରହିଛନ୍ତି ।

ଏହି ମାମଲାରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ୨ ପିଲା ଏବଂ ସ୍ବାମୀଙ୍କ ସମେତ ୪ ଜଣ ପରିବାର ଥିଲେ । ବଡ ପୁଅ ସେମାନଙ୍କୁ ଭଲ ବ୍ୟବହାର କରେ ନାହିଁ । ସେ ନିଶାଦ୍ରବ୍ୟ ସେବନ କରୁଥିବା ବେଳେ ଆଉ ଜଣେ ପୁଅ କିଛି ବର୍ଷ ପୂର୍ବେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା । ଏଣୁ ମହିଳା ଜଣକ ଏକୁଟିଆ ରହିଲେ । ସେ ଚିନ୍ତିତ ଥିଲେ ଯେ ମଦ୍ୟପ ବାଳକ ବୃଦ୍ଧାବସ୍ଥାରେ ତାଙ୍କୁ ସାହାଯ୍ୟ କରିପାରିବ ନାହିଁ । ଏଣୁ ମହିଳା ଜଣକ ଏକ ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚେଷ୍ଟା କରିଥିଲେ। ତଥାପି ସେ ଏଥିରେ ସଫଳ ହୋଇନଥିଲେ । ଏଣୁ ସେ (IVF) ଟେଷ୍ଟ୍-ଟ୍ୟୁବ୍ ଶିଶୁ ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ତାହା ମଧ୍ୟ ବିଫଳ ହୋଇଥିଲା ।

ଏହି ସମୟରେ ଡାକ୍ତରଖାନାର ୨ ଜଣ ନର୍ସ ମହିଳାଙ୍କ ସହ ଯୋଗାଯୋଗ କରିଥିଲେ । ଯଦି ଶିକ୍ଷୟିତ୍ରୀ ଜଣକ ଏକ ଶିଶୁ ଚାହୁଁଛନ୍ତି ତେବେ ସେ ସଲାମୁଲ୍ଲା ଖାନଙ୍କ ସହ ଯୋଗାଯୋଗ କରିବାକୁ ନର୍ସମାନେ କହିଥିଲେ । ମହିଳା ଜଣକ ଏଜେଣ୍ଟ ସଲାମୁଲ୍ଲା ଖାନଙ୍କ ସହ ଯୋଗାଯୋଗ କରିଥିଲେ । ଏଜେଣ୍ଟ ଶିଶୁକୁ ୩ ଲକ୍ଷ ନେଇ ପ୍ରଦାନ କରିଥିଲା । ଏହି ମାମଲାକୁ ୩ ବର୍ଷ ଧରି ରଖାଯାଇଥିଲା । ତେବେ ଯେତେବେଳେ ମହିଳାଙ୍କ ବଡ ପୁଅ ଅଭିଯୋଗ ଆଣିଥିଲା ସେତେବେଳେ ପୋଲିସ ଏକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ମହିଳା ଜଣକ ଶିଶୁକୁ ୩ ଲକ୍ଷ ଟଙ୍କାରେ କିଣିଥିବା ସ୍ପଷ୍ଟ ହେବା ମାତ୍ରେ ପୋଲିସ ଶିକ୍ଷକ ଏବଂ ସଲାମୁଲ୍ଲା ଖାନଙ୍କ ସହ ଦୁଇ ନର୍ସଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.