ETV Bharat / bharat

Manipur Students killing: 4 ଉଗ୍ରବାଦୀଙ୍କୁ ଗିରଫ କଲା CBI, ସମସ୍ତଙ୍କୁ ଆସାମ ସ୍ଥାନାନ୍ତର - ମଣିପୁରରେ ଛାତ୍ର ହତ୍ୟାକାଣ୍ଡ

ମଣିପୁରରେ ଦୁଇ ଛାତ୍ରଛାତ୍ରୀଙ୍କୁ ଅପହରଣ ଓ ହତ୍ୟା ଘଟଣାରେ 4 ଗିରଫ, 2 ଅଟକ । ସମସ୍ତ ଅଭିଯୁକ୍ତକୁ ଆସାମ ନେଲା ସିବିଆଇ । ଅଧିକ ପଢନ୍ତୁ

Manipur Students killing: 4 ଉଗ୍ରବାଦୀଙ୍କୁ ଗିରଫ କଲା CBI, ସମସ୍ତଙ୍କୁ ଆସାମ ସ୍ଥାନାନ୍ତର

author img

By ETV Bharat Odisha Team

Published : Oct 1, 2023, 7:54 PM IST

ଇମ୍ଫାଲ/ନୂଆଦିଲ୍ଲୀ: ମଣିପୁରରେ 2 ଛାତ୍ରଛାତ୍ରୀଙ୍କୁ ଅପହରଣ କରି ହତ୍ୟା କରିବା ଘଟଣାରେ ଆଜି CBI 4 ଉଗ୍ରବାଦୀଙ୍କୁ ଗିରଫ କରିଛି । ଅନ୍ୟ 2ଜଣଙ୍କୁ ଅଟକ ରଖି ଜେରା କରୁଛି ତଦନ୍ତକାରୀ ସଂସ୍ଥା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ 2 ଜଣ ଯୁବକ ଓ ଅନ୍ୟ 2 ଜଣ ଯୁବତୀ ରହିଛନ୍ତି । ସେହିପରି ଅଟକ ରହିଥିବା ଦୁଇ ଅଭିଯୁକ୍ତ ମଧ୍ୟ ଯୁବତୀ । ଗିରଫଙ୍କ ମଧ୍ୟରେ ନାବାଳକ ଥିବା ମଧ୍ୟ କୁହାଯାଉଛି । ସମସ୍ତ ଅଭିଯୁକ୍ତଙ୍କୁ ଚୁରାଚାନ୍ଦପୁରର ପାହାଡି ଏରିଆରୁ ଗିରଫ କରାଯାଇଛି ।

  • I’m pleased to share that some of the main culprits responsible for the abduction and murder of Phijam Hemanjit and Hijam Linthoingambi have been arrested from Churachandpur today.

    As the saying goes, one may abscond after committing the crime, but they cannot escape the long…

    — N.Biren Singh (@NBirenSingh) October 1, 2023 " class="align-text-top noRightClick twitterSection" data=" ">

ସମସ୍ତ ଅଭିଯୁକ୍ତ ଉଗ୍ରବାଦୀ କାର୍ଯ୍ୟକଳାପରେ ଲିପ୍ତ ଓ ଜାରି ରହିଥିବା ହିଂସାରେ ଜଡିତ ମଧ୍ୟ । ଜୁଲାଇ ମାସରେ ସେମାନେ ଏହି ଦୁଇ ମୈତେଇ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଚୁରାଚାନ୍ଦପୁରରୁ ଅପହରଣ କରି କିଛି ଦିନ ରଖିଥିଲେ ଓ ପରେ ହତ୍ୟା କରିଥିଲେ । ଗତ ସପ୍ତାହରେ ଦୁଇ ଛାତ୍ରଛାତ୍ରୀଙ୍କର ଅପହୃତ ଅବସ୍ଥାର ଫଟୋ ଭାଇରାଲ ହୋଇଥିଲା । ଯାହାକୁ ନେଇ ରାଜ୍ୟବ୍ୟାପି ଉତ୍ତେଜନା ପ୍ରକାଶ ପାଇଥିଲା ।

ଆଜି ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସର ଏକ ସ୍ବତନ୍ତ୍ର ଟିମ ଇନପୁଟ ସୂଚନା ଆଧାରରେ ଏହି ଅପରେସନରେ ସଫଳତା ପାଇଛନ୍ତି । ସିବିଆଇ ତତ୍ତ୍ବାବଧାନରେ ଗଠିତ ଏହି ସ୍ବତନ୍ତ୍ର ଟିମ୍‌ ଚୋରାଚାନ୍ଦପୁରର ପାହାଡି ଏରିଆରୁ ଏହି 4 ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ତୁରନ୍ତ ଇମ୍ଫାଲ ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରେ ସିବିଆଇର ଆଉ ଏକ ଟିମ ପ୍ରସ୍ତୁତ ହୋଇ ରହିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଆସାମକୁ ନିଆଯାଇଛି । ସଂଧ୍ୟା ପ୍ରାୟ 5.45 ମିନିଟରେ ସିବିଆଇ ଟିମ ସମସ୍ତ ଅଭିଯୁକ୍ତଙ୍କୁ ବିମାନରେ ଧରି ଆସାମ ଅଭିମୁଖେ ବାହାରିଥିବା ସୂଚନା ମିଳିଛି । ଗିରଫଦାରୀ ସମ୍ପର୍କରେ ନିଜ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ଟ୍ବିଟ କରି ସୂଚନା ଦେଇଛନ୍ତି ।

‘ଏକ୍ସ’ରେ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ସିଂ ଲେଖିଛନ୍ତି,‘‘ ଫିଜାମ ହେମଞ୍ଜିତ ଏବଂ ହିଜାମ ଲିନଥୋଙ୍ଗାମ୍ବିଙ୍କୁ ଅପହରଣ ଓ ହତ୍ୟା ପାଇଁ ଦାୟୀ କେତେକ ମୁଖ୍ୟ ଅପରାଧୀଙ୍କୁ ଆଜି ଚୁରାଚାନ୍ଦପୁରରୁ ଗିରଫ କରାଯାଇଛି । ଅପରାଧ କରି କେହି ଖସି ଯାଇପାରିବେ ନାହିଁ । ଆଇନର ହାତ ବହୁତ ଲମ୍ବା । ଏହି ଜଘନ୍ୟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ନିଶ୍ଚିତ କରିବାକୁ ଆମେ ପ୍ରୟାସ କରିବୁ । ’’

ଏହା ମଧ୍ୟ ପଢନ୍ତୁ:- ୨ ଛାତ୍ରଙ୍କ ହତ୍ୟା ପରେ ମଣିପୁରରେ ତେଜିଲା ହିଂସା; ପୁଣି ଇଣ୍ଟରନେଟ ସେବା ବନ୍ଦ

ସୂଚନା ଅନୁଯାୟୀ, ଜୁଲାଇ ୬ ତାରିଖରୁ ମୈତେଇ ସମ୍ପ୍ରଦାୟର ଜଣେ ନାବାଳିକା ଛାତ୍ରୀ ଓ ଜଣେ ଛାତ୍ର ନିଖୋଜ ଥିଲେ । 26 ତାରିଖରେ ଉଭୟଙ୍କ ଅପହୃତ ଅବସ୍ଥାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସେମାନଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ମୃତ ଛାତ୍ର ୨୦ ବର୍ଷୀୟ ଫିଜାମ ହେମଜିତ ଓ ନାବାଳିକା ଛାତ୍ରୀ ୧୭ ବର୍ଷୀୟା ହିଜାମ ଲିନଥୋଇନଗାମ୍ବୀ ବୋଲି ପରିଚୟ ମିଳିଥିଲା । ଘଟଣା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ରାଜଧାନୀ ଇମ୍ଫାଲ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିଲେ । ଆଜି ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିବାରେ ସଫଳତା ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.