ETV Bharat / bharat

Presidential election result: ତୃତୀୟ ରାଉଣ୍ଡ ସୁଦ୍ଧା ବିଜୟୀ ମୁର୍ମୁୁ, ଓୌପଚାରିକ ଘୋଷଣା ବାକି - ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି

ତୃତୀୟ ରାଉଣ୍ଡରେ ମ୍ୟାଜିକ ନମ୍ବର ପାର କଲେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁୁ । ଅନ୍ତିମ ରାଉଣ୍ଡ ପରେ ଓୌପଚାରିକ ଘୋଷଣା କରିବେ ନିର୍ବାଚନ କମିଶନ । ଅଧିକ ପଢନ୍ତୁ

Presidential election result: ତୃତୀୟ ରାଉଣ୍ଡ ସୁଦ୍ଧା ବିଜୟୀ ମୁର୍ମୁୁ, ଓୌପଚାରିକ ଘୋଷଣା ବାକି

author img

By

Published : Jul 21, 2022, 8:14 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ଫଳାଫଳ ଆସିଛି । ଏଥିରେ ଏନଡିଏ ପ୍ରାର୍ଥୀ ଦ୍ରାପଦୀ ମୁର୍ମୁ ଆବଶ୍ୟକୀୟ ସଂଖ୍ୟା (ମ୍ୟାଜିକ ନମ୍ବର) ଅତିକ୍ରମ କରିଛନ୍ତି । ସଂଖ୍ୟା ଦୃଷ୍ଟିରୁ ମୁର୍ମୁ ବିଜୟୀ ହୋଇସାରିଥିବା ବେଳେ ଔପଚାରିକ ଘୋଷଣା ବାକି ରହିଛି । ଏବେ ମଧ୍ୟ ଚତୁର୍ଥ ରାଉଣ୍ଡ ଗଣତି ଜାରି ରହିଛି ।

ତୃତୀୟ ରାଉଣ୍ଡରେ ମୋଟ 1,333 ଗଣତି ହୋଇଛି । ଏହି ରାଉଣ୍ଡରେ ମୋଟ ଭୋଟ ମୂଲ୍ୟ ରହିଛି 1,65,664 ଏଥିରୁ ମୁର୍ମୁଙ୍କୁ 812 ଭୋଟ ମିଳିଥିବା ବେଳେ ସିହ୍ନାଙ୍କୁ 521 ଭୋଟ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଗଣତି ସରିଥିବା ମୋଟ 3 ପର୍ଯ୍ୟାୟରେ ଦ୍ରୌପଦୀ ମୁର୍ମୁଙ୍କୁ 2161 ଅର୍ଥାତ 5,77,777 ମୂଲ୍ୟର ଭୋଟ ମିଳିଛି । ଯାହା ଆବଶ୍ୟକୀୟ ସଂଖ୍ୟାଠୁ ଅଧିକ । ସେହିପରି ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା 1058 ଖଣ୍ଡ ତଥା 2,61,062 ମୂଲ୍ୟର ଭୋଟ ହାତେଇବାରେ ସଫଳ ହୋଇଛନ୍ତି । ଏହି ପର୍ଯ୍ୟାୟରେ କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ମଣିପୁର ମେଘାଳୟ, ମିଜୋରାମ, ଓଡିଶା,ନାଗାଲାଣ୍ଡ, ପଞ୍ଜାବ ବିଧାନସଭାର ଭୋଟ ଗଣତି ହୋଇଥିଲା ।

  • 3rd round | States covered are K'taka, Kerala, MP, Maharashtra, Manipur, Meghalaya, Mizoram, Nagaland, Odisha & Punjab. In this round, total valid votes 1,333. Total value of valid votes is 1,65,664. Droupadi Murmu got 812 votes, Yashwant Sinha 521 votes: PC Mody, Secy Gen, RS pic.twitter.com/yrl2ldR4wP

    — ANI (@ANI) July 21, 2022 " class="align-text-top noRightClick twitterSection" data=" ">

ବିଜୟୀ ହେବା ପାଇଁ ମୋଟ ଭୋଟ 10,86,431ର 50 ପ୍ରତିଶତ ଆବଶ୍ୟକ ଥିବା ବେଳେ ମ୍ୟାଜିକ ନମ୍ବର 5,43,261 ପାର କରିଛନ୍ତି ଏନଡିଏ ପ୍ରାର୍ଥୀ ମୁର୍ମୁ । ତେବେ ଏବେ ମଧ୍ୟ ସମ୍ପୂର୍ଣ୍ଣ ଗଣତି ସରିନଥିବା ଯୋଗୁ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି । ତେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ମୁର୍ମୁ ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.